ଦରବୃଦ୍ଧିକୁ ନେଇ PM Narendra Modi ଙ୍କୁ ଚିଠି ଲେଖିଲା ପ୍ରଥମ ଶ୍ରେଣୀରେ ପଢୁଥିବା କୁନି ଝିଅ, ପଚାରିଲା ଏମିତି ପ୍ରଶ୍ନ, ଆପଣ ବି ପଢିଲେ ଆଶ୍ଚର୍ଯ୍ୟ ହେବେ

ପ୍ରଧାନମନ୍ତ୍ରୀ ଜୀ, ମୋ ନାଁ କ୍ରିତି ଦୁବେ । ମୁଁ ପ୍ରଥମ ଶ୍ରେଣୀରେ ପାଠ ପଢୁଛି । ବର୍ତ୍ତମାନ ପେନସିଲ ମଧ୍ୟ ମହଙ୍ଗା ହୋଇଛି । ପିଲାମାନେ ମୋ ପେନସିଲ ଚୋରି କରି ନେଉଛନ୍ତି , ସବୁଦିନ ପେନସିଲ ହଜେଇ ଦେଉଥିବାରୁ ନୂଆ ମାଗିଲେ ମା’ ମୋତେ ପିଟୁଛନ୍ତି । ମୁଁ କଣ କରିବି ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଚିଠି ଲେଖି ଦରବୃଦ୍ଧି ଦୁଃଖକୁ ଏମିତି ବଖାଣିଛି ଏହି କୁନି ଝିଅଟି । ଖାଇବା ଠାରୁ ଆରମ୍ଭ କରି କପଡା, ଆସବାବପତ୍ର, ଇଲେକ୍ଟ୍ରି ସାମଗ୍ରୀ ତଥା ପାଠପଢା ସାମଗ୍ରୀ ଟ୍ୟାକ୍ସ ଲାଗିବା ପରେ ହନ୍ତସନ୍ତ ହେଲେଣି ସାଧାରଣ ଜନତା ।

କୋନସ ଜିଲ୍ଲାର ବିରତିଆରେ ରହୁଥିବା ୫ ବର୍ଷର ଝିଅ ହେଉଛି କ୍ରିତି ଦୁବେ । ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିଜ ମନର କଥା ଜଣାଇଛି । କ୍ରିତି ଛିପ୍ରଭାମାଇ ଆବାସ ବିକାଶ କଲୋନୀ ସ୍ଥିତ ସୁପ୍ରଭାସ ଏକାଡେମିରେ ପ୍ରଥମ ଶ୍ରେଣୀରେ ପାଠ ପଢେ । ବର୍ତ୍ତମାନ ଚୁଡି, ରବର ଏବଂ ପେନସିଲ ଉପରେ ଟିକସ ବୃଦ୍ଧି ହେତୁ ସବୁ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି ।

ଆଉ ଏହି ଦରବୃଦ୍ଧିର ପ୍ରଭାବ ସିଧାସଳଖ କୁନି କୁନି ପିଲାଙ୍କ ପାଠପଢା ଉପରେ ପଡିଛି । ତେଣୁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ଏସବୁ ଲେଖି ଜଣାଇଛନ୍ତି । କ୍ରିତି ଦୁବେଙ୍କ ମା’ ଏନେଇ କହିଛନ୍ତି କି, ଘରେ ଜିନିଷପତ୍ର ଗୁଡିକର ମୂଲ୍ୟ ବୃଦ୍ଧି ନେଇ ଆଲୋଚନା ହୋଇଥିଲା । ଆଉ ସେସବୁ କଥା ମନଧ୍ୟାନ ଦେଇ ଶୁଣୁଥିଲା ଝିଅ । ଆଉ ଶନିବାର ଦିନ ସେ ଘର କାମରେ ବ୍ୟସ୍ତ ଥିବାବେଳେ କ୍ରିତି ନିଜ ଖାତାରେ ପ୍ରଧାନମନ୍ତ୍ରୀଙ୍କୁ ଏହି ଚିଠି ଲେଖିଥିଲା ଆଉ ମା’ଙ୍କୁ ଏହା ପଢାଇଥିଲା ।

ଝିଅ ଲେଖିଥିବା ଏହି ଚିଠି ପଢିବା ପରେ ସେ ଖୁବ ହସିଥିଲେ । ହେଲେ କୁନି ଝିଅ କ୍ରିତି ଲେଖିଥିବା ଚିଠିକୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇବା ପାଇଁ ଜିଦ୍ ଧରି ବସିଥିଲା । ରବିବାର ଥିବାରୁ ଡାକଘର ଖୋଲା ନଥିବା ତେଣୁ ଚିଠି ପୋଷ୍ଟ ହୋଇପାରିବ ନାହିଁ ବୋଲି ମା କ୍ରିତିକୁ କହିଥିଲେ ।

ହେଲେ ଝିଅର ମନ ରଖିବାକୁ ସେ ଇମେଲ କରି ଏହି ଚିଠି ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇ ଦେବେ ବୋଲି କହିଥିଲେ । ଆପଣଙ୍କୁ ଏହି କୁନି ଝିଅର ଏଭଳି ଚିଠି ପଢି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *