ପ୍ରେମ ପାଇଁ ପ୍ରେମୀ ଯୁଗଳ ପିଇଲେ ବିଷ, ସତ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ହୋସ ଉଡିଗଲା…

ବନ୍ଧୁଗଣ, ସୂଚନା ଅନୁଯାୟୀ ପୁରୀର ଏକ ହୋଟେଲରେ ଜୀବନ ହାରିବାକୁ ବସିଥିଲେ ଦୁହି ପ୍ରେମୀ ଯୁଗଳ । କୌଣସି ଏକ କାରଣ କୁ ନେଇ ପ୍ରେମୀ ଯୁଗଳ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଏହାପରେ ସେ ବିଷପାନ କରିଥିଲେ । ଆଉ ଯେତେବେଳେ ହୋଟେଲର କର୍ମଚାରୀ ଜାଣିବାକୁ ପାଇଲେ ଯେ ଏହି ରୁମରେ ଥିବା ପ୍ରେମୀ ଯୁଗଳ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି । ସଙ୍ଗେ ସଙ୍ଗେ ସେମାନଙ୍କୁ ସଦର ମୁଖ୍ୟ ଚିକିତ୍ସ୍ୟାଳୟରେ ଭର୍ତ୍ତି କରାଯାଇଥିଲା ।

ଏହା ପରେ ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ଵର ହେବାରୁ ତାଙ୍କୁ କଟକ ସ୍ଥିତ ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ଗତ ୪ ଦିନ ପୂର୍ବ ରୁ ସିଟି ରୋଡ ସ୍ଥିତ ତିରୁପତି ହୋଟେଲ ରେ ପ୍ରେମୀ ଯୁଗଳ ରହୁଥିଲେ । ମାତ୍ର ଆଜି ସକାଳ ୫ ଟାରୁ ଉଭୟ ହୋଟେଲ ରୁ ଚେକ ଆଉଟ ହବାର ଥିଲା କିନ୍ତୁ ବିଳମ୍ବ ହେବାରୁ ହୋଟେଲ କର୍ମଚାରୀ ହୋଟେଲ କଲିଙ୍ଗ ବେଲ ମାରିବାରୁ କେହି କବାଟ ଖୋଲି ନଥିଲେ ।

ଏହା ପରେ ହୋଟେଲ କର୍ମଚାରୀ ମାନେ ହୋଟେଲ ର କବାଟ ଭାଙ୍ଗି ଭିତରକୁ ପଶିଥିଲେ । ଆଉ ସେମାନେ ଦେଖିବାକୁ ପାଇଥିଲେ ଯେ ପ୍ରେମୀ ଯୁଗଳ ଜୀବନ ହାରିବାକୁ ଚେଷ୍ଟା କରିଥିଲେ । ଏହା ଜାଣିବା ପରେ ହୋଟେଲ କତୃପକ୍ଷ ସମୁଦ୍ରକୁଳ ଥାନା ପୋଲିସ ଙ୍କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ପୁରୀ ମେଡିକାଲ ରେ ଭର୍ତ୍ତି କରିଥିଲା ।

ବର୍ତ୍ତମାନ ଅବସ୍ଥା ଗୁରୁତ୍ଵର ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି ଆଉ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଉଭୟ ପ୍ରେମୀ ଯୁଗଳ ଙ୍କର ସଠିକ ପରିଚୟ ମିଳିପାରିନାହିଁ । ପ୍ରେମ ରେ ଏହିଭଳି ଜୀବନ ହାରିବା କେତେ ଦୂରେ ଠିକ ? ବାପା ମା’ କେତେ ଦୁଃଖ କଷ୍ଟ ରେ ନିଜ ପିଲା ଙ୍କୁ ଛୋଟରୁ ପାଳିପୋଷୀ ମଣିଷ କରୁଛନ୍ତି । କିନ୍ତୁ ପିଲା ମାନେ ବଡ ହୋଇ ନିଜ ଜୀବନକୁ ଏହିଭଳି ବାଜି ଲଗାଇବାକୁ ପଛାଉ ନାହାଁନ୍ତି ।

ସେମାନେ ଚିନ୍ତା କରୁନାହାଁନ୍ତି ଯେ ସବୁ ସମସ୍ୟାର ସମାଧାନ ମୃ-ତ୍ୟୁ ନୁହେଁ । ଯଦି ଉଭୟ କୌଣସି ସମସ୍ୟା କୁ ନେଇ ଚିନ୍ତିତ ଥିଲେ ତେବେ ଏହି ସମ୍ବନ୍ଧରେ କାହାକୁ ଜଣାଇଲେ ନାହିଁ ଏବଂ ନିଜେ ନିଜେ ଏହିଭଳି ନିଷ୍ପତ୍ତି ନେଇଗଲେ ସଂସାରରୁ ଚାଲିଗଲେ ସବୁ ସରିଗଲା ? ମାତ୍ର ମିଛ ମାୟାର ଏହି ସଂସାରରେ ପରିବାର ଲୋକେ ଯେ କେତେ ବ୍ୟସ୍ତ ତଥା ଅନୁତପ୍ତ କରିବେ ତାହା ଚିନ୍ତା କରିବା କଥା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *