ପ୍ରେମ କରୁଥିଲେ, ସାଥିରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ କିନ୍ତୁ ସମାଜ ପାଇଁ ହାରିଲେ ଜୀବନ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ବାଳିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବଡବାଲିକୁଦା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଜଣେ ଯୁବତୀଙ୍କ ମୃ-ତଦେହ ଉଦ୍ଧାର କରାଯାଇଛି । ଉକ୍ତ ଗ୍ରାମର ପଙ୍କଜ ରାଉତ ଙ୍କ ଝିଅ ସେହି ଗ୍ରାମର ସାଗର ବିଶ୍ଵାଳଙ୍କ ସହିତ ପ୍ରେମ ସମ୍ପର୍କ ଥିଲା । ମାତ୍ର ଗତକାଲି ସନ୍ଧ୍ୟା ପରଠାରୁ ଝିଅକୁ ପରିବାର ଲୋକେ ଘରେ ନ ଦେଖି ବହୁ ଖୋଜାଖୋଜି କରିଥିଲେ କିନ୍ତୁ ଝିଅର କୌଣସି ପତା ମିଳି ନଥିଲା ।

ଏହା ପରେ ସକାଳୁ ପୋଲିସ ନିକଟରୁ ଝିଅର ମୃ-ତ୍ୟୁ ଖବର ପାଇଥିଲେ ପରିବାର ଲୋକେ । ଯୁବତୀ ଙ୍କ ବାପା ଙ୍କ କହିବା ଅନୁସାରେ ଖୋଦ ପ୍ରେମିକ ସାଗର ନାବାଳିକ ଙ୍କ ଜୀବନ ହାରିଥିବା ଖବର ପୋଲିସ କୁ ଦେଇଥିଲା । ଏଠାରେ ପ୍ରଶ୍ନ ଉଠୁଛି ଯେ ଝିଅ ଜୀବନ ହାରିବା କଥା ସାଗର କେଉଁଠାରୁ ଜାଣିଲେ । ଯଦି ସାଗର ତାଙ୍କର ପାଖରେ ଥିଲେ ତେବେ ସେ ଝିଅ କୁ ବଞ୍ଚାଇ ପାରିଲେ ନାହିଁ କିଭଳି ?

ଯୁବତୀ ଙ୍କ ବାପା ଏହା ମଧ୍ୟ କହିଛନ୍ତି ଯେ ଝିଅ ଘରୁ ଆଣିଥିବା ଟଙ୍କା ଏବଂ ସୁନା ଗହଣା କୁଆଡେ ଗଲା ? ଯଦି ଉଭୟ ପୁଅ ଝିଅ ଜୀବନ ହାରିବାକୁ ଆସିଥିଲେ ତେବେ ପୁଅର ଓଜନ ଥିବାରୁ ସେ ତଳକୁ ଖସି ପଡିଥିଲା ଏବଂ ନିଜେ ବଞ୍ଚିଯାଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃ-ତଦେହ ଜବତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇବା ସହିତ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ସାମ୍ନା କୁ ଆସିବ ବୋଲି ପୋଲିସ କହିଛନ୍ତି ।

ଝିଅର ବାପା କହିଛନ୍ତି ଯେ ତାଙ୍କ ଝିଅ ୧୪ ବର୍ଷର ମାଟ୍ରିକ ପରୀକ୍ଷା ଦେଇଥିଲା । ଦୁଇମାସ ପୂର୍ବରୁ ବାପା ଶୁଣିବାକୁ ପାଇଥିଲେ ତାଙ୍କ ସାଙ୍ଗପିଲାଙ୍କ ଠାରୁ ସେହି ଗ୍ରାମର ସାଗର ଙ୍କ ସହିତ ତାଙ୍କ ଝିଅ ଙ୍କର ପ୍ରେମ ସମ୍ପର୍କ ଥିଲା । ଉଭୟ ମେସେଜ ଦିଆନିଆ ଫୋନରେ ହୁଅନ୍ତି । ମାତ୍ର ବାପା ଜଣଙ୍କ ଆଖି ଆଗକୁ ଯେତେବେଳେ ଏହିସବୁ ଦୃଶ୍ୟ ଆସିଥିଲା ସେତେବେଳେ ସେ ନିଜ ଝିଅକୁ ଆକଟ କରିଥିଲେ ଏବଂ କହିଥିଲେ ଯେ ଏ ସବୁ ଭଲ ନୁହେଁ, ଏଥିରୁ ନିବୃତ ହୋଇ ରୁହ ନଚେତ ଏହା ଉଚିତ ହେବ ନାହିଁ ।

ଏହା ପରେ ବାପାଙ୍କୁ ଝିଅ କହିଥିଲା ଯେ ବାପା ଆଉ ସେହିଭଳି କିଛି ନାହିଁ ତୁମେ ନିଶ୍ଚିନ୍ତ ରୁହ । ପୋଲିସ ଏହାର ଉପଯୁକ୍ତ ତଦନ୍ତ କରନ୍ତୁ ବୋଲି ଝିଅର ବାପା ଦାବୀ କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *