ନଣନ୍ଦ ପୁଟୁଳିରେ ନଣନ୍ଦଙ୍କ ପାଇଁ କଣ ଆଣିଛନ୍ତି ପ୍ରେରଣା ? ଦେଖନ୍ତୁ Prearana ଖୋଲିଲେ ନିଜ ନଣନ୍ଦ ପୁଟୁଳି…

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ପ୍ରେରଣା ଏବଂ ଅଭିନେତା ଅଶ୍ଵିନୀ ଙ୍କର ବିବାହ ହୋଇ ସାରିଛି । ବିବାହ ବେସ ଧୁମଧାମରେ ସମାପ୍ତ ହୋଇଥିଲା । ପ୍ରେରଣା ବର୍ତ୍ତମାନ ନିଜ ଶାଶୁଘରେ ସମସ୍ତଙ୍କ ସହିତ ଖୁସ ଥିବାର ନଜର ଆସୁଛନ୍ତି । ତେବେ ପ୍ରେରଣା ବିବାହ ହୋଇ ଆସିବା ପରେ ନିଜ ନଣନ୍ଦ ଙ୍କ ପାଇଁ ନଣନ୍ଦ ପୁଟୁଳି ଆଣିଥିଲେ । ଏବଂ ସେହି ନଣନ୍ଦ ପୁଟୁଳିରେ ପ୍ରେରଣା କ’ଣ କ’ଣ ଆଣିଥିଲେ ସେହି ବାବଦରେ ବିଶେଷ ଟିପ୍ପଣୀ ଦେଇଛନ୍ତି ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

ପ୍ରେରଣା କହିଥିଲେ ଯେ ସେ ଅଶ୍ଵିନୀ ଙ୍କୁ ସବୁବେଳେ ଧନ୍ୟବାଦ ଦିଅନ୍ତି ଏବଂ କୁହନ୍ତି ଯେ ଅଶ୍ଵିନୀ ଙ୍କୁ ବିବାହ କରି ପ୍ରେରଣା ଙ୍କୁ ଗୋଟିଏ ଭଲ ସାଙ୍ଗଟିଏ ମିଳିଛନ୍ତି । ସେ ଜଣେ ବ୍ୟକ୍ତି ହିସାବରେ ବହୁତ ଦୟାଳୁ ଏବଂ ନମ୍ର ଅଟନ୍ତି । ତାଙ୍କୁ ସେ ଯେତିକି ପୂର୍ବରୁ ଚିହ୍ନିଥିଲେ ସେହି ହିସାବରେ ପ୍ଳାନ କରି ତାଙ୍କ ଆକୋର୍ଡିଙ୍ଗ ପ୍ରେରଣା ପ୍ଳାନ କରିଲେ ଯେ ନଣନ୍ଦ ପୁଟୁଳି ଏହିଭଳି ହେବା ଆବଶ୍ୟକ ।

ପ୍ରେରଣା ଙ୍କ ନଣନ୍ଦ କୁ ନଣନ୍ଦ ପୁଟୁଳି ବହୁତ ପସନ୍ଦ ଆସିଥିଲା ବୋଲି ସେ କହିଥିଲେ । ପ୍ରେରଣା ଏହା ମଧ୍ୟ କହିଥିଲେ ଯେ ଭାଗ୍ୟବଶତ ସେ ଏକ ଏଭଳି ନଣନ୍ଦ ପାଇଛନ୍ତି ଯେ ଯେକି ଆଦୌ ଡିମାଣ୍ଡିଙ୍ଗ ନୁହଁନ୍ତି, ତାଙ୍କୁ ଯାହା ଦେଲେ ସେ ତାହା ଗ୍ରହଣ କରନ୍ତି । ତାହା ତାଙ୍କର ବଡପଣ ଅଟେ ତଥା ଯିଏ ଯେମିତି ଦୁନିଆକୁ ଦେଖେ ତାଙ୍କୁ ସେହିଭଳି ଦୁନିଆଟି ଦେଖାଯାଇଥାଏ ।

ସେ ସେହି ଆଖିରେ ଦେଖିଛନ୍ତି ବୋଲି ପ୍ରେରଣା ଯେଉଁ ଭଲପାଇବାର ସହିତ ନଣନ୍ଦ ପୁଟୁଳି ଆଣିଥିଲେ ତାକୁ ସେ ଗ୍ରହଣ କରିଛନ୍ତି । ଆପଣ ମାନେ ଏହା ନିଶ୍ଚିତ ଭାବରେ ଜାଣିଥିବେ ଯେ ଅନେକ ଦିନରୁ ଅଶ୍ଵିନୀ ଏବଂ ପ୍ରେରଣା ପ୍ରେମ ସମ୍ପର୍କରେ ଥିଲେ । ଓଡିଆ ଇଣ୍ଡଷ୍ଟ୍ରୀ ରେ ଉଭୟଙ୍କର ଦେଖା ହୋଇଥିଲା । ଏହାପରେ ଉଭୟ ଏକାଠି ମିଶି କାମ କରିଥିଲେ । ପ୍ରଥମେ ଏକ ଉତ୍ତମ ସାଙ୍ଗ ଥିଲେ । ଏହାପରେ ବନ୍ଧୁତା ପ୍ରେମରେ ପରିଣତ ହେଲା ।

ପରେ ପରିବାର ଲୋକଙ୍କ ସହାନୁମତିରେ ବିବାହ କରିବା ନିମନ୍ତେ ନିଷ୍ପତ୍ତି ନେଲେ ଏବଂ ଆଜିଭଳି ଦିନରେ ଉଭୟଙ୍କର ବିବାହ ଶେଷ ହୋଇଛି । ନିଜ ବୈବାହିକ ଜୀବନରେ ଅଶ୍ଵିନୀ ଏବଂ ପ୍ରେରଣା ବେସ ଖୁସି ଥିବାର ନଜର ଆସିଛନ୍ତି । ଏହା ଦେଖି ଉଭୟଙ୍କ ଫ୍ୟାନ୍ସ ମାନଙ୍କ ତରଫରୁ ଶୁଭେଛାର ସୁଅ ଛୁଟିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *