ଦେଖନ୍ତୁ କେମିତି ରିସେପ୍ସନରେ ଧମାକେଦାର ଏଣ୍ଟ୍ରି କଲେ Aswini ଓ Prearana

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତା ତଥା ଆଙ୍କର ଅଶ୍ଵିନୀ ଏବଂ ପ୍ରେରଣା ଙ୍କ ବିବାହ ବୈଦିକ ରୀତିନୀତି ଅନୁଯାୟୀ ସମାପ୍ତ ହୋଇସାରିଛି । ବିବାହରେ ଉଭୟ ବେସ ଖୁସି ଥିବାର ନଜର ଆସିଛନ୍ତି । ଗତକାଲି ରିସେପସନ ଥିଲା ଏବଂ ଏଥିରେ ଅଶ୍ଵିନୀ-ପ୍ରେରଣା ଙ୍କ ଏଣ୍ଟ୍ରି ବେସ ସାନଦାର ଥିଲା । ଏଣ୍ଟ୍ରି ବେଳକୁ ତାଙ୍କ ପଛରେ ସିକୁରିଟି ଗାର୍ଡ ରହିଥିବାର ନଜର ଆସିଥିଲେ । ରୋମାଣ୍ଟିକ ଗୀତ ବାଜୁଥିବା ସମୟରେ ଉଭୟଙ୍କ ଗ୍ରାଣ୍ଡ ଏଣ୍ଟ୍ରି ଦେଖିବାକୁ ମିଳିଥିଲା ।

ରିଶେପସନରେ ଅନେକ ଓଲିଉଡ ସେଲିବ୍ରେଟି ଯୋଗଦେଇ ନାନା ପ୍ରକାରର ଉପହାର ଦେଇଥିବାର ନଜର ଆସିଥିଲେ । ଅଶ୍ଵିନ-ପ୍ରେରଣା ରିଶେପସନ ପାର୍ଟିରେ ବେସ ଖୁସ ନଜର ଆସୁଥିଲେ । ପ୍ରେରଣା କହିଥିଲେ ଯେ ସେ ଭାଗବାନଙ୍କୁ ଧନ୍ୟବାଦ ଦେଉଛନ୍ତି ଯେ ସେ ଯାହାକୁ ପ୍ରେମ କରିଲେ ତାକୁ ହିଁ ବିବାହ କରିଲେ । ବିବାହରେ ନବଦମ୍ପତ୍ତି କୁ ବଡ ବଡ ଅଭିନେତା ଅଭିନେତ୍ରୀ ଙ୍କ ସମେତ ପରିବାର ଲୋକେ ଶୁଭକାମନା ଜଣାଇବା ସହିତ ଆଶୀର୍ବାଦ କରିଥିଲେ ।

ଉଭୟଙ୍କ ବୈବାହିକ ଜୀବନ ସୁଖମୟ ହେଉ ବୋଲି ସମସ୍ତେ କାମନା କରିଥିଲେ । ଓଡିଆ ଇଣ୍ଡଷ୍ଟ୍ରୀରେ ଏକାଠି କାମ କରୁ କରୁ କେତେବେଳେ ଯେ ପରସ୍ପରକୁ ପସନ୍ଦ କରିବାକୁ ଲାଗିଲେ ତାହା ଦୁହି ଜଣଙ୍କୁ ଜଣା ନଥିଲା ବୋଲି କହିଥିଲେ । ଧୀରେ ଧୀରେ ପ୍ରେମ ବଢିବାକୁ ଲାଗିଲା ଏହାପରେ ନିଷ୍ପତ୍ତି ନେଲେ ଯେ ବିବାହ କରିବେ ଏବଂ ପରିବାର ଲୋକଙ୍କୁ ଜଣାଇ ତାଙ୍କ ସହନୁମତିରେ ବିବାହ କାର୍ଯ୍ୟ ସଂପୂର୍ଣ୍ଣ ହେଲା ।

ଅଶ୍ଵିନୀ-ପ୍ରେରଣା ଙ୍କର ଏକ ଆଲବମ ଗୀତ କିଛିଦିନ ପୂର୍ବେ ବେସ ଚର୍ଚ୍ଚା ର ମୁଖପାତ୍ର ହୋଇଥିଲା । ସେହି ଗୀତଟି ଥିଲା “ଫଗୁଣରେ ଫଗୁଣ ମୁଁ ଦେଇଛି ସିନ୍ଦୁର” । ଏହି ଗୀତରେ ଦୁଇ ଷ୍ଟାର ଙ୍କ ଅଭିନୟ ଦର୍ଶକ ମାନଙ୍କୁ ମୋହିତ କରିଥିଲା । ଝିଅମାନେ ଅଶ୍ଵିନୀ ଙ୍କ ପାଇଁ କ୍ରେଜ ଥିବାବେଳେ ଆଜି ଅଶ୍ଵିନୀ ଙ୍କ ବିବାହ ପରେ ସେମାନଙ୍କ ମନ ଭାଙ୍ଗିଯାଇଛି ।

ପ୍ରେରଣା କହିଥିଲେ ଯେ ସେ ଅଶ୍ଵିନୀ ଙ୍କୁ ସ୍ଵାମୀ ଭାବରେ ପାଇ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛନ୍ତି । କାରଣ ଅଶ୍ଵିନୀ ଜଣେ ଭଲ ମଣିଷ ହେବା ସହିତ ତାଙ୍କର ସବୁ କଥା କୁ ବୁଝିବା ଶକ୍ତି ଅଛି ଏବଂ ସେ ପରିସ୍ଥିତି କୁ ବୁଝି ସବୁବେଳେ ସବୁ ମୂହୁର୍ତ୍ତରେ ପ୍ରେରଣା ଙ୍କ ସାଥ ଦେଇଆସିଛନ୍ତି । ତେବେ ବିବାହ ପରେ ମଧ୍ୟ ବୈବାହିକ ଜୀବନ ତାଙ୍କର ଏହିଭଳି ଭାବରେ ପ୍ରଚୁର ଭଲପାଇବା ସହିତ ଅତିବାହିତ ହେଉ ଏହା ଭଗବାନ ଙ୍କ ନିକଟରେ ପ୍ରାର୍ଥନା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *