2023 ପାଇଁ Nostradamus ଙ୍କ ସାଙ୍ଘାତିକ ଭବିଷ୍ୟତବାଣୀ ! ଶୁଣିଲେ ଭୟରେ ଥରିବେ…

ବନ୍ଧୁଗଣ, ସାଧାରଣତଃ ନୂଆ ବର୍ଷ ପାଇଁ ବର୍ତ୍ତମାନ ଠାରୁ ଉତ୍ସାହ ତଥା ଉଦିପନା । କିନ୍ତୁ ନୂଆବର୍ଷ ରେ କ’ଣ ବଦଳିଯିବ ପରିସ୍ଥିତି ? ମାନିଯିବ ଅମାନିଆ ପ୍ରକୃତି ? ଡରାଇବ ନାହିଁ ବାତ୍ୟା, ବନ୍ୟା, ଭୂକମ୍ପର ଭୟ ? ନିରାମୟ ହେବ କି ବିଶ୍ଵ ? ଏହିଭଳି ଅନେକ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଥିବା ବେଳେ ସମୁଖ କୁ ଆସିଛି ଫ୍ରାନ୍ସ ର ପ୍ରସିଦ୍ଧ ଭବିଷ୍ୟବକ୍ତା ନଷ୍ଟ୍ରଡମସଙ୍କ ଭବିଷ୍ୟବାଣୀ । 2023 କୁ ନେଇ ଯେଉଁ ଭବିଷ୍ୟବାଣୀ କରିଛନ୍ତି ଆପଣ ତାହା ଶୁଣିଲେ ପାଦତଳୁ ଭୂମି ଖସିଯିବ ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।

ସେ କରିଛନ୍ତି ୫ ଟି ଭବିଷ୍ୟବାଣୀ ଯଥା,- ଆକାଶରୁ ବର୍ଷିବ ଅଗ୍ନି ତଥା ଖସିବ ବିଧ୍ଵଂସକାରୀ ଉଲ୍ଲକା, ଚଢିବ ଦରଦାମ ଏବଂ ବଢିବ ଭୋକର ଜ୍ଵାଳା, ମଣିଷ ଖାଇବ ମଣିଷକୁ, ତୃତୀୟ ବିଶ୍ଵଯୁଦ୍ଧ ରେ କମ୍ପିବ ପୃଥିବୀ, ଅନେକ ସଙ୍କଟ ସାଥିରେ ନେଇ ଆସିବ ନୂଆବର୍ଷ ୨୦୨୩ । ୨୦୨୩ ରେ ପୃଥିବୀ ଦେଖିବା ଘୋର ଆର୍ଥିକ ସଙ୍କଟ । ସମ୍ପ୍ରକ୍ତି ରୁଷ ୟୁକ୍ରେନ ଯୁଦ୍ଧ କାରଣରୁ ବିଶ୍ଵରେ ଗହମ ମୂଲ୍ୟ ହୁ ହୁ ହୋଇ ବଢିଚାଲିଥିବା ବେଳେ ଅନେକ ସ୍ଥାନରେ ଏହାର ଅଭାବ ପରିଲକ୍ଷିତ ହୋଇଛି ।

ନଷ୍ଟ୍ରଡମସଙ୍କ ଭବିଷ୍ୟବାଣୀ କୁ ଏହି ଘଟଣା ସହିତ ଯୋଡି ବିଶ୍ଳେଷଣ କରାଯାଇଛି । ଏହି ଯୁଦ୍ଧ ପରିପ୍ରେଖିରେ ତୃତୀୟ ବିଶ୍ଵଯୁଦ୍ଧର ଚର୍ଚ୍ଚା ଜୋର ଧରିଛି । ୨୦୨୩ ରେ ପୃଥିବୀ ଦେଖିବ ଆଉ ଏକ ଭୟଙ୍କର ବିଶ୍ଵଯୁଦ୍ଧ । ଏଥର ଯୁଦ୍ଧ ଜୋରଦାର ହେଲେ ପରମାଣୁ ବୋମା ପ୍ରୟୋଗ କରିବାର ଆଶଙ୍କା ରହିଛି । ପୁଟିନ ଙ୍କ ଏହି ପଦକ୍ଷପ ଦ୍ଵିତୀୟ ବିଶ୍ଵଯୁଦ୍ଧ ପାଇଁ ଭିତିଭୂମି ଦେଖାଇବ । ନଷ୍ଟ୍ରଡମସଙ୍କ ଭବିଷ୍ୟବାଣୀ ରେ ମହାନ ପରିବର୍ତ୍ତନ ହେବାର ଉଲ୍ଲେଖ ରହିଛି । ସେ ବିଶ୍ବରେ ଭୟଙ୍କର ଗୃହ ଯୁଦ୍ଧ ଆଡକୁ ଇସାରା କରିଛନ୍ତି ।

୨୦୨୩ ରେ ଏହିଭଳି ସମୟ ଆସିବ ଯେବେ ସର୍ବଦା ଅବହେଳିତ ଅବଦମିତ ରହି ଆସିଥିବା ଲୋକମାନେ ମଧ୍ୟ ସ୍ଵର ଉଠାଇବେ । ଏହାଦ୍ଵାରା କିଛି ଦେଶରେ ଦେଖାଦେବ ବଡ ବିଶ୍ଵଯୁଦ୍ଧ । ଏହାକୁ ନେଇ କୌଣସି ନିର୍ଦ୍ଧିଷ୍ଟ ଦେଶର ନାମ ଉଲ୍ଲେଖ କରାଯାଇନାହିଁ । ୨୦୨୩ ରେ ଆହୁରୀ ଉଗ୍ର ହେବ ପାଣିପାଗର ସ୍ଥିତି ତଥା ବଢିବ ତାତି ।

ଆକାଶରୁ ବର୍ଷିବ ଅଗ୍ନି । ନଷ୍ଟ୍ରଡମସ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ ସାହି ଭବନ ଉପରେ ଆକାଶୀୟ ଅଗ୍ନି । ଏହା ଆକାଶରୁ ଅଗ୍ନି ବର୍ଷା କୁ ସୂଚିତ କରୁଛି । ତେବେ ଏହିଭଳି ଭାବରେ ନଷ୍ଟ୍ରଡମସ କରିଛନ୍ତି ଭବିଷ୍ୟତବାଣୀ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *