ପ୍ରତିଦିନ ସକାଳୁ ଖାଲି ପେଟ ରେ ଗୁଡ଼ ଖାଇବାର ଫାଇଦା କୋଟିଏ ଟଙ୍କା ଖର୍ଚ୍ଚ କଲେ ବି ମିଳିବ ନାହିଁ, ଯଦି ଆପଣ ବି ଖାଆନ୍ତି ତେବେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ- Health Tips

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆପଣଙ୍କ ଶରୀର ରେ କେତେ ରକ୍ତ ଅଛି କଣ ଆପଣ ଜାଣିଛନ୍ତି ? କାରଣ ଆମ ଶରୀର ରେ ଯାହା ବି ରୋଗ କିମ୍ବା ଅସୁବିଧା ହୋଇଥାଏ ତାହା କେବଳ ଦୁଇ ତିନିଟି କାରଣ ଦ୍ବାରା । ପ୍ରଥମ ହେଉଛି ରକ୍ତ ର ଅଭାବ । ଆମ ଶରୀର ରକ୍ତ ଦ୍ବାରା ପରିଚାଳିତ ହୋଇଥାଏ । ଯଦି ଆମର ଶରୀରରେ ରକ୍ତ ର ଅଭାବ ହେବ ତେବେ ଆମେ ବହୁତ ସମୟ ଅଳସୁଆ ରହିବୁ , ଆମ ଆଖିର ଉଜ୍ଜଳତା କମିବାକୁ ଲାଗିବ , ଆମ ଚୁଟି ଝଡ଼ିବ , ଆମ ରକ୍ତ ଦିନ କୁ ଦିନ ଅପରିଷ୍କାର ହୋଇଯିବ ।

ଯାହାଦ୍ୱାରା ଆମେ ଅନେକ ସମସ୍ୟା ର ସମ୍ମୁଖୀନ ହୋଇଥାଉ । ଯଦି ଆପଣ ଆପଣଙ୍କ ଶରୀର ର ରକ୍ତ ର ଅଭାବ ଏବଂ ହଜମ କରିବା ଶକ୍ତି କୁ ଠିକ ରଖିବେ ତେବେ ଆପଣ ଅନେକ ପ୍ରକାର ରୋଗ ରୁ ରକ୍ଷା ପାଇପାରିବ । ତେବେ ଆଜି ଆପଣଙ୍କୁ ସେମିତି କିଛି ଉପାୟ ଜଣାଇବୁ ଯାହାଦ୍ୱାରା ଆପଣ ଏହି ସମସ୍ୟା ର ସମାଧାନ କରିପାରିବେ ।

ଗୁଡ଼ ଏବଂ ମହୁ । ଏହା ହିଁ ସେହି ଦୁଇଟି ଜିନିଷ ଯାହା ଆମ ଶରୀର ର ରକ୍ତ ର ଅଭାବ ଏବଂ ହଜମ ଶକ୍ତି କୁ ଠିକ କରିପାରେ । ତେଣୁ ଆପଣ ଏହାର ବ୍ୟବହାର ମଧ୍ୟ ଜାଣିବା ନିହାତି ଆବଶ୍ୟକ ।

ଆମେ ମାନେ ସବୁ ଗୁଡ଼ କୁ କ୍ଷୀର ସହ ମିଶାଇ ପିଇଥାଉ କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ହୋଇଥାଏ । ଏପରି କରିବା ଦ୍ବାରା କ୍ଷୀର ଏବଂ ଗୁଡ଼ ଦୁଇଟିର ଗୁଣ ସରି ଯାଇଥାଏ । ତେଣୁ ଆପଣ ପ୍ରତିଦିନ ସକାଳୁ ଗୁଡ଼ କୁ ଉଷୁମ ପାଣି ସହ ଖାଆନ୍ତୁ । ଏହାଦ୍ବାରା ଆପଣଙ୍କ ର ଅନେକ ପ୍ରକାର ରୋଗ ଠିକ ହୋଇଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଗୁଡ଼ ର କିଛିଟା ଉପକାର ବିଷୟରେ ଜଣାଇବୁ ।ଆଗରୁ ଆମର ପ୍ରତ୍ୟେକ ଖାଇବା ରେ ଗୁଡ଼ ର ବ୍ୟବହାର ବହୁତ ହେଉଥିଲା କିନ୍ତୁ ଆଜିକାଲି କେହି ଗୁଡ଼ ଖାଉନାହାନ୍ତି ।

ଆପଣ ପ୍ରତିଦିନ ଗୁଡ଼ ଖାଇବା ର ଅଭ୍ୟାସ ରଖନ୍ତୁ । ଯଦି ଆପଣ ଆପଣଙ୍କ ଖାଇବାରେ ଗୁଡ଼ କୁ ସାମିଲ କରିପାରୁ ନାହାନ୍ତି ତେବେ ଆପଣ ପ୍ରତିଦିନ ସକାଳୁ ଗୁଡ଼ ସହ ଉସୁମ ପାଣି ପିଅନ୍ତୁ ଏହାଦ୍ବାରା ଆପଣଙ୍କ ର ହଜମ ଶକ୍ତି ଠିକ ହୋଇଥାଏ ଓ ରକ୍ତ ପରିଷ୍କାର ହୋଇଥାଏ । ଆମର ହଜମ ଶକ୍ତି ଯଦି ଠିକ ନ ହୁଏ ତେବେ ଆମର ଅନେକ ପ୍ରକାର ରୋଗ ମଧୁମେହ , ରକ୍ତହୀନତା ଆଦି ହୋଇଥାଏ । ତେଣୁ ପ୍ରଥମେ ହଜମ ଶକ୍ତି କୁ ଠିକ କରିବା ପାଇଁ ଚେଷ୍ଟା କରନ୍ତୁ ।

 

ତେଣୁ ଆପଣ ପ୍ରଥମେ ଆପଣଙ୍କ ର ଏହି ଦୁଇଟି ମୁଖ୍ୟ ରୋଗ କୁ ଠିକ କରନ୍ତୁ ରକ୍ତ ର ଅଭାବ ଏବଂ ହଜମ ଶକ୍ତି । ଏହା ଠିକ ହୋଇଗଲେ ଆପଣଙ୍କ ଚୁଟି ଝଡ଼ିବା , ଆଖିର ଉଜ୍ଜଳତା, ମଧୁମେହ ଆଦି ଅନେକ ପ୍ରକାର ରୋଗ ଭଲ ହୋଇଯାଇଥାଏ ।ସକାଳୁ ଗୁଡ଼ ଏବଂ ଉଷୁମ ପାଣି ପିଇବା ଦ୍ବାରା ହିଁ କେବଳ ଏହି ଦୁଇଟା ରୋଗ ଭଲ ହୋଇଥାଏ । ଆମ ଶରୀର କୁ ସୁସ୍ଥ ରଖିବା ପାଇଁ କେବଳ ମେଡ଼ିକାଲ ଡିଗ୍ରୀ କରିବା ଜରୁରୀ ନୁହେଁ କାରଣ ଆଗକାଳରେ ଲୋକ ପାଠ ମଧ୍ୟ ପଢ଼ିନଥିଲେ ତଥାପି ସେ ତାଙ୍କ ଶରୀର କୁ ବହୁତ ଭଲ ରଖିଥିଲେ ।

 

ଅମୃତ ଭଣ୍ଡା ଗଛ ଆମ ଶରୀର ପାଇଁ ବହୁତ ଭଲ ହୋଇଥାଏ । କିନ୍ତୁ ଆଜିକାଲି ଆମ ଘରେ ସେ ଗଛ ରଖିବାକୁ ସମୟ ଏବଂ ଜାଗା ନାହିଁ । ତେଣୁ ସବୁବେଳେ ଗୋଟିଏ କଥା ମନେ ରଖନ୍ତୁ ଯଦି ଆପଣ ଆପଣଙ୍କ ଜୀବନ ଶୈଳୀ କୁ ଠିକ ରଖିବେ ତେବେ ଆପଣ ଆପଣଙ୍କ ଶରୀର କୁ ମଧ୍ୟ ସୁସ୍ଥ ରଖିପାରିବେ ।ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *