Bollywood ଅଭିନେତା Anil kapoor ଙ୍କ ଦୁଇ ଝିଅ ସୁନ୍ଦରତାରେ କେହି କାହାକୁ ନୁହଁନ୍ତି କମ, ସାନ ଝିଅଙ୍କ ଆଗରେ ତ Bollywood ହିରୋଇନ ବି ଫେଲ ମାରିବେ

ନମସ୍କାର ବନ୍ଧୁଗଣ ବଲିଉଡ ଜଗତକୁ କିଏ ନ ଜାଣେ । ବଲିଉଡରେ ହେଉଥିବା ସିନେମା ପୁରା ବିଶ୍ୱ ରେ ପରିଚିତ । ବଲିଉଡ ର ସିନେମା ଏବଂ ସେଠାକାର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ପାଇଁ ଲୋକ ମାନଙ୍କ ମନରେ ବହୁତ କ୍ରେଜ ରହିଥାଏ । ଲୋକମାନେ ନିଜର ମନ ପସନ୍ଦର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା କୁ ଦେଖିବା କୁ କେବେବି ଭୁଲନ୍ତି ନାହିଁ ଏବଂ ସେମାନେ ସର୍ଵଦା ନିଜ ପ୍ରିୟ ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଆସିବାର ଅପେକ୍ଷା ମଧ୍ୟ କରିଥାନ୍ତି ।

ବଲିଉଡ ରେ ଅନେକ ଲୋକପ୍ରିୟ ଅଭିନେତ୍ରୀ ଏବଂ ଅଭିନେତା ମାନେ ଅଛନ୍ତି ସେଥି ମଧ୍ୟରୁ ଅନିଲ କପୂର ଅନ୍ୟତମ । ଆଜି ଆମେ ଅନିଲ କପୂର ଙ୍କ ବିଷୟରେ ଏବଂ ତାଙ୍କ ପରିବାର ଙ୍କ ବିଷୟରେ ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିନେବା ସେମାନଙ୍କ ବିଷୟରେ ।

ଅନିଲ କପୂର ବଲିଉଡ ଏବଂ ହଲିଉଡ଼ ଉଭୟ ଜଗତରେ ନିଜର ଦମଦାର ଅଭିନୟ ଏବଂ ଡାଇଲଗ ପାଇଁ ପରିଚିତ । ଅନିଲ କପୁରଙ୍କ ଜନ୍ମ ଚେମ୍ବୁର ମୁମ୍ବାଇରେ ୧୯୫୬ ମସିହାରେ ୨୪ ଡିସେମ୍ବର ରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ହେଉଛି ସୁରିନ୍ଦ୍ର କପୂର ଏବଂ ମାଆ ଙ୍କ ନାମ ହେଉଛି ନିର୍ମଳା କପୂର । ସେ ନିଜର ପାଠ ପଢା ମଧ୍ୟ ଚେମ୍ଭୁର୍ ମୁମ୍ବାଇ ରେ ଶେଷ କରିଥିଲେ ।

ସେ ନିଜର ସିନେମା କ୍ୟାରିଅର ‘ହମାରେ ତୁମାରେ’ ସିନେମା ରେ ଏକ କ୍ଷୁଦ୍ର ଭୂମିକା ରେ ହୋଇଥିଲା । ଏହି ସିନେମା ରେ ଅନିଲ କପୁରଙ୍କ ଅଭିନୟ ର ବହୁତ ପ୍ରଶଂସା ହୋଇଥିଲା ଏବଂ ସମସ୍ତେ ତାଙ୍କ ଅଭିନୟ କୁ ବହୁତ ପସନ୍ଦ ମଧ୍ୟ କରିଥିଲେ । ଏହା ପରେ ସେ ୟଶ ଚୋପ୍ରା ଙ୍କ ‘ମଶାଲ’ ସିନେମାରେ ନିଜର ଦମଦାର ଅଭିନୟ ରେ ଲୋକମାନଙ୍କୁ ନିଜ ପ୍ରତି ଆକର୍ଷିତ କରି ପାରିଥିଲେ ଏବଂ ଏହା ପରେ ସେ ଅନେକ ସିନେମା ରେ ଅଭିନୟ କରି ଚାଲିଲେ ।

‘ମେରି ଜଂଗ’ ‘ଚମେଲି କି ଶାଦି’ ‘କର୍ମା’ ‘ମିଷ୍ଟର ଇଣ୍ଡିଆ’ ‘ରାମ ଲଖାନ’ ‘ବେଟା’ ‘ଘର ହୋ ତୋ ଏଶା’ ‘ ହମ ଆପକେ ଦିଲ ମେ ରହତେ ହେ’ ‘ବିରାଶତ’ ‘ତାଲ’ ‘ନାୟକ’ ‘ପୁକାର’ ‘ବୁଲନ୍ଦୀ’ ‘ୱେଲକମ’ ‘ରେଶ’ ଆଦି ଭଳି ଅନେକ ସୁପର ହିଟ ଏବଂ ବଡ଼ ସିନେମାରେ ସେ ଅଭିନୟ କରି ଲୋକମାନଙ୍କ ପ୍ରିୟ ହୋଇ ପାରିଛନ୍ତି । ଅନିଲ କପୂର ଙ୍କ ପତ୍ନୀ ଙ୍କ ନାମ ହେଉଛି ସୁନିତା କପୂର । ସେମାନଙ୍କର ୧୯୮୪ ମସିହାରେ ବିବାହ ହୋଇଥିଲା । ତାଙ୍କ ର ତିନୋଟି ସନ୍ତାନ ଅଛି । ଦୁଇଟି ଝିଅ ଏବଂ ଗୋଟିଏ ପୁଅ ।

ସୋନମ କପୂର, ରିୟା କପୂର, ଏବଂ ହର୍ଷବର୍ଦ୍ଧନ କପୂର । ରିୟା କପୂର ହେଉଛନ୍ତି ତାଙ୍କ ସାନ ଝିଅ । ସେ ଦେଖିବାକୁ ଖୁବ ସୁନ୍ଦର । ସେ ଜଣେ ଭାରତୀୟ ସିନେମା ନିର୍ମାତା । ସେ ‘ଅଏଶା’ ଭଳି ହିଟ ସିନେମା ପ୍ରଦାନ କରିଛନ୍ତି । ଅନିଲ କପୂର ମଧ୍ୟ ନିଜ ସାନ ଝିଅ ଙ୍କୁ ବହୁତ ଭଲ ପାଇଥାନ୍ତି ।

ଅନିଲ କପୂର ଙ୍କ ବଡ଼ ଝିଅ ଙ୍କ ନାମ ହେଉଛି ସୋନମ କପୂର । ସେ ଜଣେ ଭାରତୀୟ ବଲିଉଡ ଅଭିନେତ୍ରୀ । ସେ ବଲିଉଡ ରେ ଅନେକ ସିନେମା ରେ ଅଭିନୟ କରିଛନ୍ତି ‘ନିରଜା’ ‘ଅଏଶା’ ‘ସାୱାରୀୟା’ ଆଦି ଅନେକ ସିନେମାରେ ଅଭିନୟ କରି ଲୋକପ୍ରିୟ ହୋଇ ପାରିଛନ୍ତି । ଏହା ଛଡା ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି । ହର୍ଷବର୍ଦ୍ଧନ ମଧ୍ୟ ଜଣେ ଅଭିନେତା ସେ ନିଜର କ୍ୟାରିୟର ବର୍ତ୍ତମାନ ଆରମ୍ଭ କରୁଛନ୍ତି ଏବଂ ‘ମିର୍ଯ୍ୟା’ ଭଳି ଆଦି ଅନେକ୍ ସିନେମାରେ ଅଭିନୟ କରିଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *