ଅଭିନେତା Prashanta Nanda କହିଲେ ‘ମହାନଦୀ ଭରା ପାଣିକୁ ଡେଇଁ ପଡ଼ିଥିଲି, ହେଲେ ଭଗବାନ ମୋତେ ସେଦିନ ବଞ୍ଚାଇଲେ, କିନ୍ତୁ ମୁଁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଁ ତ ମହାନଦୀର ଭରା ପାଣିକୁ ଡେଇଁ ପଡିଥିଲି ! କେମିତି ସେଠାରୁ ସୁରକ୍ଷିତ ହୋଇ ବଞ୍ଚିଲି ତାହା କେବଳ ଭଗବାନଙ୍କୁ ହିଁ ଜଣା । ତେବେ ଏପରି କିଛି ନିଜର ଫିଲ୍ମ ଜୀବନୀ ଉପରେ ବର୍ଣ୍ଣନା କରି କହିଛନ୍ତି ବରିଷ୍ଠ କଳାକାର ପ୍ରଶାନ୍ତ ନନ୍ଦ । ଓଡିଶାର ସୁପରଷ୍ଟାର ତଥା ଏକା ଧାରାରେ ନାୟକ, ନିର୍ଦ୍ଧେଶକ, ପ୍ରଯୋଜକ ଓ ରାଜନୀତିଜ୍ଞ ଭାବରେ ସୁନାମ ଅର୍ଜନ କରିଥିବା ନାମଟି ହେଉଛି ପ୍ରଶାନ୍ତ ନନ୍ଦ ।

ଅଭିନେତା ପ୍ରଶାନ୍ତ ନନ୍ଦଙ୍କ ଅଭିନୀତ ଫିଲ୍ମ ଗୁଡିକ ଲୋକଙ୍କର ବହୁ ଲୋକପ୍ରିୟତା ମିଳିଥିବାରୁ ସମସ୍ତ ଫିଲ୍ମ ସୁପରଡୁପର ହିଟ୍ ତାଙ୍କ ସମୟରେ ହୋଇଥିଲା । ତେବେ ଅଭିନେତା ପ୍ରଶାନ୍ତ ନନ୍ଦଙ୍କ କହିବା ଅନୁଯାଇ ମୋ ଫିଲ୍ମ ଶେଷ ଶ୍ରାବଣରେ ତାଙ୍କର ଏକ ସିନ୍ ଅନୁଯାଇ ସେ ପାଣି ମହାନଦୀକୁ ଡେଇଁ ପଡିଥିଲେ । ହେଲେ ସେହି ଅକାତ କାତ ପାଣି ମଧ୍ୟରେ ନିଜ ଜୀବନ ପ୍ରତି ବିପଦ ଥାଇ ମଧ୍ୟ ଠାକୁରଙ୍କ କୃପାରୁ ସେଠାରୁ ମୁଁ ବଞ୍ଚିକି ଆସିଯାଇଥିଲି ।

ସେହି ଫିଲ୍ମକୁ ଲୋକଙ୍କର ବହୁ ଲୋକପ୍ରିୟତା ମିଳିଥିଲା । ଏହା ସହିତ ବରିଷ୍ଠ କଳାକାର ପ୍ରଶାନ୍ତ ନନ୍ଦ ନିଜର ଅଭିଜ୍ଞାତାରୁ ଏପରି କିଛି ମଧ୍ୟ କହିଛନ୍ତି । ଯେ ଯଦି ଅଭିନୟ ଶିଖିବାକୁ ଚାହୁଁଥାନ୍ତି । ତେବେ ଭର୍ସାଟାଇଲ କଳାକାର ଦୁଃଖୀରାମ ସ୍ଵାଇଁଙ୍କ ଠାରୁ ଶିଖିବା ଦରକାର । କାରଣ ତାଙ୍କୁ ଯେଉଁ ପ୍ରକାର ଅଭିନୟ ମିଳିଥାଉ । ସେ ବହୁତ ନିଖୁଣ ହିସାବରେ ନିଜର ଚରିତ୍ରର ଭୂମିକା ନିଭେଇଥାନ୍ତି । ତେବେ ଓଡିଆ ଫିଲ୍ମକୁ ଆଗ ସମୟରେ ଲୋକମାନେ ପ୍ରେକ୍ଷାଳୟକୁ ଯାଇ ଦେଖିବାକୁ ବହୁତ ପସନ୍ଦ କରୁଥିଲେ ।

ଓଡିଆ ଫିଲ୍ମ ଦେଖିବା ପାଇଁ ମଧ୍ୟ ଆଗ୍ରହ ରଖୁଥିଲେ । ହେଲେ ତାପରେ ପରେ ବହୁ ଗୁଡିଏ ଚଳଚିତ୍ର ଡବିଙ୍ଗ କରାଯାଇ ନିର୍ମାଣ କରାଗଲା । ଯାହା ଦ୍ଵାରା ଫିଲ୍ମକୁ ହଲ୍ କୁ ଯାଇ ଲୋକେ ଦେଖିବା ପାଇଁ ନାପସନ୍ଦ କରିବା ସହ ଓଡିଆ ଫିଲ୍ମ ପ୍ରତି ଲୋକଙ୍କର ସେହି ଭଳି ଭଲ ପାଇବା ଧୀରେ ଧୀରେ କମିଗଲା । ହେଲେ ବର୍ତ୍ତମାନ ପୁଣି ଥରେ ଫିଲ୍ମ କରିବା ଲୋକଙ୍କ ମୁଣ୍ଡରେ ବୁଦ୍ଧି ପଶିଲାଣି ।

ଯେଉଁ କାରଣରୁ ସେମାନେ ଓଡିଆ କାହାଣୀକୁ ଭିତ୍ତି କରି ସେଥିରୁ ଭଲ ଭଲ କଟେଣ୍ଟ ପ୍ରସ୍ତୁତ କରି ଫିଲ୍ମ କରୁଛନ୍ତି । ତେବେ ସମୟ ଲାଗିବ, ହେଲେ ପୁଣି ଥରେ ଆଗ ସମୟ ଭଳି ଓଡିଆ ଫିଲ୍ମ ପ୍ରତି ପୁଣି ଥରେ ଲୋକଙ୍କର ଭଲ ପାଇବା ନିହାତି ଭାବେ ଉଜ୍ଜୀବିତ ହୋଇ ଉଠିବ ବୋଲି ନିଜର ମନ୍ତବ୍ୟ ରଖିଛନ୍ତି ବରିଷ୍ଠ କଳାକାର ପ୍ରଶାନ୍ତ ନନ୍ଦ । ଯଦି ଏହି ପୋଷ୍ଟ ଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *