ନମସ୍କାର ବନ୍ଧୁଗଣ ତେବେ ପୁଣି ଶଶ୍ୱୁର ଘର ଆଗରେ ଧାରଣାରେ ତପସ୍ୱିନୀ । ନ୍ୟାୟ ନ ମିଳିବା ଯାଏଁ ଧାରଣା ଜାରି ରହିବ ବୋଲି କହିଛନ୍ତି ତପସ୍ୱିନୀ । ଗତମାସରେ ଶୁଶୁର ଘର ଆଗରେ ଧାରଣାରେ ବସିଥିଲେ ତପସ୍ୱିନୀ । ସେ କହିଥିଲେ, ସୁମିତ ତାଙ୍କୁ କୋର୍ଟରେ ବିବାହ କରିଥିଲେ । ଏପରିକି ସେ ଶାଶୁଘରେ ୬ ମାସ ରହିଥିଲେ । କିନ୍ତୁ ପରେ ବୈଦିକ ରୀତିରେ ବିବାହ କରିବାକୁ କହି ଶଶୁର ଘର ଲୋକେ ତାଙ୍କୁ ବାପା ଘରକୁ ପଠାଇଦେଇଥିଲେ ।
କିନ୍ତୁ ବିବାହ ନକରିବାରୁ ତପସ୍ୱିନୀ ଧାରଣାରେ ବସିଥିଲେ । ୧୧ ଦିନ ଧାରଣା ଦେବା ପରେ ବ୍ରହ୍ମପୁର ଜେଏମଏଫସି କୋର୍ଟ ସୁମିତ ଓ ତପସ୍ୱିନୀଙ୍କୁ ୭ ଦିନ ପାଇଁ ଏକାସାଙ୍ଗରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଉଭୟ ୭ ଦିନ ରହିବା ପରେ କୋର୍ଟରେ ମାମଲାର ଶୁଣାଣି ହୋଇଥିଲା । କୋର୍ଟ ତପସ୍ୱିନୀଙ୍କ ଭରଣପୋଷଣ ସୁମିତ କରିବେ ବୋଲି କହିଥିଲେ । ଏହା ପରଦିନ ୧୦ ତାରିଖରେ ସୁମିତ କୋଉଁଆଡେ ଚାଲିଯାଇଥିବା ଅଭିଯୋଗ ଆଣିଥିଲେ ପତ୍ନୀ ।
ତେବେ ଅନ୍ୟପଟେ ସୁମିତ-ତପସ୍ୱିନୀ ବିବାଦ ମାମଲାରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଉପର କୋର୍ଟରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ । ବ୍ରହ୍ମପୁର ଜିଲ୍ଲା ଜଜ କୋର୍ଟରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ । ପୂର୍ବରୁ ଏସଡ଼ିଜେଏମ କୋର୍ଟ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏକାଠି ରହିବା ନିର୍ଦ୍ଦେଶ ଉପରେ ଆବେଦନ କରିଛନ୍ତି ସୁମିତଙ୍କ ଓକିଲ ।
ଅନ୍ୟପଟେ ତପସ୍ୱିନୀଙ୍କ ସହ ରହିବା ପାଇଁ ରାଜି ନୁହନ୍ତି ସୁମିତ । ପରିବାର କୋର୍ଟରେ ଛାଡ଼ପତ୍ର ମାମଲା ହୋଇଥିବାରୁ ଏକାଠି ରହିବାକୁ କୋର୍ଟ ବାଧ୍ୟ କରିପାରିବେନି ବୋଲି ସୁମିତଙ୍କ ଓକିଲ କହିଛନ୍ତି । ତେବେ ବର୍ତ୍ତମାନ ତପସ୍ୱିନୀ ଫୁଣି ଥରେ ନିଜ ଶଶୁର ଘର ଆଗରେ ଧାରଣା ଦେଇ ବସିଛନ୍ତି । ତେବେ ତାଙ୍କର କହିବା କଥା ଯେପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେ ଏଠାରୁ ହଟିବେ ନାହିଁ ।
ତେବେ ଏହା ଛଡା ସେ କହିଛନ୍ତି କି ସେ ଆସ୍କା ରୁ ଏଠାରେ ଆସିବା ସମୟରେ ଚାରି ଜଣ ପୁଅ ହ୍ୟାପ ପ୍ୟାଣ୍ଟ ପିନ୍ଧିଥିଲେ ଏବଂ ସେମାନେ ତାଙ୍କୁ ପିଛା ମଧ୍ୟ କରୁଥିଲେ । ତେବେ ତପସ୍ୱିନୀ ଏବଂ ସମାଜ ସେବୀ ପ୍ରମିଳା ତ୍ରିପାଠୀ ପୋଲିସ ପ୍ରଶାସନ କୁ ସେମାନଙ୍କ ସୁରକ୍ଷା ପାଇଁ ମଧ୍ୟ ଦାବି କରିଛନ୍ତି । ତେବେ ଏହି ପାରିବାରିକ କଳହ କେଉଁ ଆଡ଼କୁ ଗତି କରିବ ତାହା ସମସ୍ତେ ଅପେକ୍ଷା କରି ରହିଛନ୍ତି । ତେବେ ଏହି ଲେଖା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।