ପ୍ରଳୟ ରଚିଲା ବାତ୍ୟା Batsirai, ଦେଖନ୍ତୁ Live ଭିଡିଓ

ବନ୍ଧୁଗଣ ବର୍ତ୍ତମାନ ପାଣିପାଗ ବିଭାଗ ପକ୍ଷରୁ ଏକ ବଡ ଖବର ସାମ୍ନାକୁ ଆସୁଛି । ଆପଣ ମାନେ ସମସ୍ତେ ତ ବାତ୍ୟା ବାଟସିରାଇ ବିଷୟରେ ନିଶ୍ଚୟ ଜାଣିଥିବେ । ଗତ କିଛି ସମୟ ପୂର୍ବରୁ ବାଟସିରାଇ ସହ ଜଡିତ ଅନେକ ଖବର ସାମ୍ନାକୁ ଆସିଛି । ମାଡାଗାସ୍କରକୁ ଆସୁଥିବା ବାତ୍ୟା ବାଟସିରାଇ ଗତ କାଲି ସ୍ଥଳଭାଗ ଛୁଇଁବାର ଥିଲା ଓ ଛୁଇଁ ବି ସାରିଛି । ଆମେରିକାର ମାଡାଗାସ୍କର ପୂର୍ବତଟ ମନଞ୍ଜରୀ ଠାରେ ଉପକୂଳ ଛୁଇଁଛି ବାତ୍ୟା ବାଟସିରାଇ ।

ତେବେ ଲ୍ୟାଣ୍ଡଫଲ ବେଳକୁ ବାତ୍ୟାର ସ୍ଥିତି କଣ ଥିଲା ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସେଠାକାର ପାଣିପାଗ ବିଭାଗ ଆଗରୁ ପୂର୍ବାନୁମାନ କରିଥିଲେ ଯେ,ଏହି ବାତ୍ୟା ଦ୍ଵାରା ବ୍ୟାପକ କ୍ଷୟ କ୍ଷତିର ଆଶଙ୍କା ରହିଛି । ଏହି ବାତ୍ୟା ବାଟସିରାଇର ଗତିପଥରେ ଆସୁଛନ୍ତି ୨ କୋଟି ୮୦ ଲକ୍ଷ ଲୋକ ।

ପାଣିପାଗ ସୂଚନା ମୁତାବକ ୬ ଲକ୍ଷ ଲୋକ ଏହି ବାତ୍ୟା ବାଟସିରାଇ ଦ୍ଵାରା ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ ହେବେ । ତେବେ ବାତ୍ୟା ଆସିବାକୁ ନେଇ ଆଗରୁ ହିଁ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ବନ୍ଧୁଗଣ ବାତ୍ୟା ବାଟସିରାଇ ସ୍ଥଳପଥ ଛୁଇଁବା ପରେ ସମୁଦ୍ରରେ ଉଠିଥିଲା ଉଚ୍ଚ ଜୁଆର । ଲ୍ୟାଣ୍ଡଫଲ ବେଳକୁ ବାତ୍ୟା ଅତ୍ୟନ୍ତ ଶକ୍ତିଶାଳୀ ହୋଇଥିଲା ।

ଘଣ୍ଟା ପ୍ରତି ୨୩୫ କିଲୋମିଟର ବେଗରେ ବହି ଥିଲା ପବନ । ତୀବ୍ର ପବନ ଓ ବର୍ଷାରେ ବହୁତ ଘର ଧରାଶାଇ ହେବା ସହ ଗଛ ଗୁଡିକ ଉପୁଡି ପଡିଥିଲା । ବିଜୁଳି ଖୁଣ୍ଟି ଗୁଡିକ ଉପାଡି ହୋଇଯାଇଛି ଓ ବିଜୁଳି ସେବା ଗୁଡିକ ବ୍ୟାହାତ ହୋଇଛି । ପୂର୍ବରୁ ଏପରି ଭୟଙ୍କର ସ୍ଥିତି କେବେ ଉପୁଜୁ ନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଧା । ତେବେ ବାତ୍ୟା ହେବା ପରେ ୨୭ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ଦେଶର ବିପର୍ଯ୍ୟୟ ପରିଚାଳନା କମିଟି ସୂଚନା ଦେଇଛି । ଏହି ବାତ୍ୟାରେ ବ୍ୟାପକ କ୍ଷୟ କ୍ଷତି ହୋଇଥିବାର ଅନୁମାନ କରାଯାଉଛି ।

୨ ମାସରେ ୨ଟି ଶକ୍ତିଶାଳୀ ବାତ୍ୟା ମାଡାଗାସ୍କରେ ପ୍ରଳୟ ଆଣିଛି । ଗତ ମାସ ସାମୁଦ୍ରିକ ଝଡ ଆନାରେ ୫୫ଜଣଙ୍କ ଜୀବନହାନି ହୋଇଥିଲା । ୧୦ ହଜାର ଲୋକ ହୋଇଥିଲେ ବାସଚ୍ୟୁତ ଓ ଘଟିଥିଲା ବ୍ୟାପକ କ୍ଷୟ କ୍ଷତି । ତେବେ ବର୍ତ୍ତମାନ ଲୋକ ମାନଙ୍କୁ ପାନୀୟ ଜଳ ଓ ଖାଦ୍ୟ ଯୋଗାଇବା ସରକାରଙ୍କୁ ମୁଖ୍ୟ ଲକ୍ଷ ରହିଛି । ବାତ୍ୟା ବାଟସିରାଇ ମାଡାଗାସ୍କର ଦୀପର ୧୭ ବର୍ଷ ଇତିହାସରେ ସବୁଠାରୁ ପ୍ରଳୟଙ୍କରୀ ରହିଥିବାର କୁହାଯାଇଛି ।

Leave a Reply

Your email address will not be published. Required fields are marked *