ସାମ୍ନାକୁ ଆସିଲେ Prakruti ଙ୍କ ବାପା, ‘କହିଲେ ସେମାନେ ହୀରୋ ହିରୋଇନ, ଏକାଠି ରହିବେ, ତା ବୋଲି କଣ ସେ ମୋ ଝିଅକୁ…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରକୃତି ମିଶ୍ରଙ୍କ ତରଫରୁ ତାଙ୍କ ବାପା ଏବଂ ତାଙ୍କ ମା’ ଥାନାକୁ ଯାଇଥିଲେ ଅଭିଯୋଗ କରିଥିଲେ ତେବେ ସେ ଅଭିଯୋଗ କ’ଣ ଥିଲା ଏବଂ କାହା ବିରୁଦ୍ଧରେ ଥିଲା ଆସନ୍ତୁ ସଂପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ ଜାଣିନେବା । ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର କହିଛନ୍ତି ଯେ ଆଜି ହଠାତ ଏହିଭଳି ଘଟଣା ଘଟିଛି ବୋଲି ସେ ଖବର ପାଇଲେ । ତାହାର ବୃତ୍ତିଗତ କାର୍ଯ୍ୟରେ ଝିଅ ଚେନ୍ନାଇ ଯିବା ନିମନ୍ତେ ଏୟାରପୋର୍ଟ ବାହାରିଥିଲେ । ମାତ୍ର ସେହି ସମୟରେ ଲଲିତ ଶତପଥୀ ଆସି ନିଜ ଝିଅ ତଥା ୮ ଜଣ ଗୁଣ୍ଡା ଙ୍କ ସହିତ ତାକୁ ଆଟାକ କରିଛନ୍ତି ।

ମାତ୍ର ଏହା ଏକ ସଭ୍ୟ ସମାଜର କଥା ନୁହେଁ । ଯଦି କୌଣସି ସମସ୍ୟା ଥିଲା ତେବେ ତାହା ମଧ୍ୟ ଚାରି କାନ୍ଥ ମଧ୍ୟରେ ହେବ ଥିଲା । ମାତ୍ର ଏହିଭଳି ବିଚ ରାସ୍ତାରେ ଏକ ଝିଅକୁ ଯେ କି ଏକ ପରିଚିତ ଚେହେରା ଅଟେ ସାରା ଓଡିଶାରେ । ଏବଂ ବହୁତ ଷ୍ଟ୍ରଗଲ କରି ସେ ଆଜି ମଣିଷ ହୋଇଅଛି ।

ମେଣ୍ଟାଲ ହରାସମେଣ୍ଟ ସହିତ ଫିଜିକାଲ ହାରସମେଣ୍ଟ ଏବଂ ଜୀବନରେ ମାରିଦେବା ପାଇଁ ଧମକ ଦେବା ଏହା ସହ୍ୟ କରି ହେଲାନାହିଁ । କାରଣ ତାଙ୍କ ପରିବାର କଥା ଅଲଗା ଅଟେ । ସମସ୍ତ ଓଡିଶାବାସୀ ଜାଣିଛନ୍ତି ଯେ ସେ କ’ଣ ଏବଂ ତାଙ୍କର ଆଚାର ବ୍ୟବହାର କ’ଣ ? ମାତ୍ର ଏହି କଥାକୁ ସେ କେବେ ଆଶା କରିନଥିଲେ ଯେ ଏକ ବିଚ ରାସ୍ତାରେ ଗୋଟିଏ ଝିଅ ଯିଏ କି ଜଣେ ପରିଚିତ ଚେହେରା ଓଡିଶା ର ଏବଂ ନ୍ୟାସନାଲ ଲେବଲରେ ମଧ୍ୟ ସେ କାମ କରୁଛନ୍ତି ଆଜି ।

ସିନେମା ଜଗତରେ ଉଭୟ ହିରୋ ହିରୋଇନ ଏକାଠି କାମ କରିବେ । ମାତ୍ର ଏହାକୁ ଭୁଲ ବୁଝି ଏହିଭଳି ମାରପିଟ କରିବା ଏବଂ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେବା କେତେଦୂରେ ସଠିକ ? ମାତ୍ର ଏହି ସମସ୍ତ କଥାର ତଦନ୍ତ ନିହାତି ଭାବରେ ହେବା ଉଚିତ ବୋଲି ମନ୍ମଥ ମିଶ୍ର କହିଛନ୍ତି ।

ଏବଂ ସେ କହିଛନ୍ତି ଯେ ଖାରବେଳ ନଗର ଥାନାରେ ଏହି ଘଟଣାର ଏଫୟାର କରାଯାଇଅଛି । ଆଶା କରିଛନ୍ତି ଯେ ଆଇନ ତାହା ବାଟରେ ନିଶ୍ଚିତ ରୂପରେ ଯିବ ତଥା ଯାହା ସତ୍ୟ ତାହା ହିଁ ସାମ୍ନାକୁ ଆସିବ ଏବଂ ଦୋଷୀ କୁ ଉଚିତ ଦଣ୍ଡ ମିଳିବ ପାଇଁ ଦାବି କରିଛନ୍ତି ମନ୍ମଥ ମିଶ୍ର । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *