ବର୍ତ୍ତମାନ ସମୟ ରେ ଭୟଙ୍କର ରୂପ ନେଇ ମାଡି ଆସୁଛି ବାତ୍ୟା ୟଶ । ତେବେ ଏହା କେଉଁଠି ଲ୍ୟାଣ୍ଡଫଲ କରିବ ତାହାକୁ ନେଇ ଲୋକ ମାନଙ୍କ ମନ ରେ ଏକ ପ୍ରଶ୍ନ ଉଙ୍କି ମାରୁଛି ।
ତେବେ ଆଜି ଆମେ ଆପଣଂକୁ ଏହି ବିଷୟ ରେ ସମ୍ପୂର୍ଣ୍ଣ ଭାବରେ ଜଣାଇବାକୁ ଯାଉଛୁ । ବନ୍ଧୁଗଣ କେଉଁଠି ଲ୍ୟାଣ୍ଡଫଲ କରିବ ବାତ୍ୟା ୟଶ ଓ କେତେବେଳେ ଲ୍ୟାଣ୍ଡଫଲ କରିବ ବାତ୍ୟା ୟଶ ? ଏହି ପରି ଅନେକ ପ୍ରଶ୍ନ ବର୍ତ୍ତମାନ ଲୋକ ମାନଙ୍କ ମନ ରେ ଉଙ୍କି ମାରୁଛି । ତେବେ ବନ୍ଧୁଗଣ ଏ ନେଇ ଭାରତୀୟ ପାଣିପାଗ ବିଭାଗ କୌଣସି ପ୍ରକାର ସୂଚନା ବର୍ତ୍ତମାନ ସୁଦ୍ଧା ପ୍ରକାଶ କରି ନାହାନ୍ତି ।
କିନ୍ତୁ ପାଣିପାଗ ବିଶେଷଜ୍ଞ ମାନଙ୍କ ଦ୍ଵାରା ଆକଳନ କରାଯାଇଥିବା ମଡେଲ ଅନୁସାରେ ଜଣାପଡୁଛି ଯେ ଏହି ବାତ୍ୟା ୟଶ ୨୬ ତାରିଖ ଦିନ ସ୍ଥଳ ଭାଗ ଛୁଇଁବ । ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟ ଦେଇ ପାରାଦ୍ୱୀପ ରୁ ସାଗର ଦ୍ବୀପ ମଧ୍ୟ ଭିତରେ ସ୍ଥଳ ଭାଗ ଅତିକ୍ରମ କରିବ ଏହି ବାତ୍ୟା ୟଶ ବୋଲି ପାଣି ପାଗ ବିଭାଗ ସୂଚନା ଦେଇଛନ୍ତି । ସ୍ଥଳ ଭାଗ ଅତିକ୍ରମ କରିବା ସମୟ ରେ ଭୀଷଣ ରୂପ ଧାରଣ କରିଥିବ ବାତ୍ୟା ।
ପାଣିପାଗ ବିଶେଷଜ୍ଞ ଙ୍କ କହିବା ଅନୁଯାୟୀ ବାତ୍ୟା ୟଶ ସ୍ଥଳ ଭାଗ ଅତିକ୍ରମ କରିବା ସମୟ ରେ ସିଭିୟର ସାଇକ୍ଲୋନ ର ରୂପ ନେଇ ସାରିଥିବ । ଅମ୍ଫନ ଓ ତାଉତି ଭଳି ନିଜର ତାକତ ଦେଖାଇବ ବାତ୍ୟା ୟଶ । ଲ୍ୟାଣ୍ଡଫଲ କରିବା ସମୟ ରେ ବହୁତ ବେଗ ରେ ବହିବ ପବନ । ଘଣ୍ଟା ପ୍ରତି ୧୫୫ ରୁ ୧୬୫ କିଲୋମିଟର ବେଗ ରେ ପବନ ବହିବ ବୋଲି ପାଣିପାଗ ବିଶେଷଜ୍ଞ ମାନେ ଅନୁମାନ କରୁଛନ୍ତି । ସ୍ଥଳ ବିଶେଷ ରେ ବଢି ସରିବା ପରେ ୧୮୫ କିଲୋମିଟର ବେଗ ରେ ପବନ ବହିବ ବୋଲି ଅନୁମାନ କରାଯାଉଛି ।
ଆଜି ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ର ରୁପ ନେଇଛି ଓ ଆସନ୍ତା କାଲି ସାଇକ୍ଲୋନ ର ରୂପ ଧାରଣ କରିବ । ପରବର୍ତ୍ତୀ ୨୪ ଘଂଟା ରେ ଆହୁରି ସିଭିୟର ହେବ ଏହି ବାତ୍ୟା । ୨୬ ତାରିଖ ଦିନ ସନ୍ଧ୍ୟା ସମୟ ରେ ପାରାଦୀପ ଓ ସାଗର ଦ୍ବୀପ ମଧ୍ୟ ଦେଇ ବାତ୍ୟା ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି । ଏହା ତିନି ଦିନ ପୂର୍ବ ରୁ ଅନୁମାନ କରାଯାଇଥିବାରୁ ଏଥିରେ କିଛି ପରିବର୍ତ୍ତନ ହୋଇପାରେ ବୋଲି ରାଜ୍ୟ ପାଣିପାଗ ବିଭାଗ ସୂଚନା ଦେଇଛି ।
ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ