କରୋନା କାଳରେ ତହସିଲଦାର ଙ୍କ ସହିତ ବାବୁଆଣୀ ମାନକ ନାଗିନ ଡ୍ୟାନ୍ସ, ଭିଡିଓ ହେଉଛି ଭାଇରାଲ , ଦେଖନ୍ତୁ ଭିଡିଓ

ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରୋନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି ।

ଭାରତ ର ଅନେକ ରାଜ୍ୟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । କରୋନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃ-ତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି । ତେବେ ଏହି ପରି ସମୟ ରେ ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି ।

କରୋନା ପାଇଁ ବିବାହ ନିମନ୍ତେ କଟକଣା ଜାରି ହୋଇଥିବା ବେଳେ ଜଣେ ତହସିଲଦାର ନିଜ ଭାଇ ଙ୍କ ବାହାଘର ରେ ନାଗିନ ଡ୍ୟାନ୍ସ କରୁଥିବା ର ଭିଡିଓ ବର୍ତ୍ତମାନ ବହୁତ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଘଟଣା ପଛରେ ଥିବା ସମ୍ପୂର୍ଣ୍ଣ କଥା ଟି କୁ ଜାଣିବା ।

କରୋନା କାଳ ରେ ବିବାହ ରେ ଲୋକ ଙ୍କ ଉପସ୍ଥିତି ଓ ଶୋଭା ଯାତ୍ରା ରେ କଟକଣା ଥିବା ବେଳେ ପ୍ରଶାସନିକ ଅଧିକାରୀ ଙ୍କ ଖୋଲା ଖୋଲି ଭାବରେ ଏହି ନିୟମ କୁ ଉଲଂଘନ କରିଥିବାର ଏକ ଚିତ୍ର ଦେଖିବାକୁ ମିଳିଛି । ଜଗତସିଂହପୁର ଜିଲ୍ଲାର ଜଗନ୍ନାଥ ପୁର ଗ୍ରାମ ରେ ଜଣେ ତହସିଲଦାର ଙ୍କ ଭାଇ ଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ସୁକିନ୍ଦା ଅଞ୍ଚଳ ର ତହସିଲଦାର ବୁଲବୁଲ ବେହେରା ଙ୍କ ଭାଇ ଙ୍କ ବିବାହ ରେ ୨୫ ଜଣ ନୁହେଁ ବରଂ ଶତାଧିକ ଲୋକ ଯୋଗ ଦେଇଥିବା ର ଦେଖିବାକୁ ମିଳିଥିଲା ।

ବାଜା ବାଣ ସହିତ ଏହି ବିବାହ ରେ ଅନେକ ଲୋକ ଯୋଗ ଦେଇଥିବା ସହିତ ଖୋଲା ଖୋଲି ଭାବରେ କରୋନା ପାଇଁ ଜାରି ହୋଇଥିବା କଟକଣା ର ଉଲଂଘନ କରାଯାଇଥିଲା । ଏହି ବରଯାତ୍ରୀ ରେ ନିଜେ ତହସିଲଦାର ମଧ୍ୟ ସାମିଲ ଥିଲେ । ଏହା ସହିତ ଆହୁରି ମଧ୍ୟ ଅନେକ ପ୍ରଶାସନିକ ଅଧିକାରୀ ଏହି ବିବାହ ରେ ଯୋଗ ଦେଇଥିଲେ ।

ଏହି ଭିଡିଓ ରେ ତହସିଲଦାର ନିଜେ ନାଗିନ ଡ୍ୟାନ୍ସ ସହିତ ଆହୁରି ମଧ୍ୟ ଭାବ ଭଙ୍ଗୀ ରେ ନାଚୁ ଥିବାର ଦେଖୁବାକୁ ମିଳିଥିଲା । ଏହି ବରଯାତ୍ରୀ ରେ ଅନେକ ଲୋକଙ୍କ ମୁହଁ ରେ ମାସ୍କ ମଧ୍ୟ ନ ଥିଲା । ଯେଉଁ ମାନେ କରୋନା ନିୟମ ପାଇଁ ଲୋକ ମାନଙ୍କୁ ସଚେତନ କରାଉଛନ୍ତି ସେମାନେ ନିଯେ କିପରି ଖୋଲାଖୋଲି ଭାବରେ ନିୟମ ର ଉଲଂଘନ କରୁଛନ୍ତି ଏହାକୁ ନେଇ ଜନସାଧାରଣ ଙ୍କ ମନ ରେ ବର୍ତ୍ତମାନ ପ୍ରଶ୍ନ ଉଠିଛି । ଏହି ଖବର ଶୁଣି ତିର୍ତ୍ତୋଲ ପୋଲିସ ମଧ୍ୟ ସେଠାରେ ପହଞ୍ଚି ଥିଲା କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଫେରିଆସିଥିଲା ।

କରୋନା ପାଇଁ ଦିନ କୁ ବହୁତ ସଂଖ୍ୟା ରେ ଲୋକ ମାନେ ମୃ-ତ୍ୟୁବରଣ କରୁଛନ୍ତି ଏବଂ ଜଗତସିଂହପୁର ଜିଲ୍ଲା ମଧ୍ୟ ବର୍ତ୍ତମାନ ରେଡ଼ ଜୋନ ରେ ଅଛି । ଦିନ କୁ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ପଜେଟିଭ ମଧ୍ୟ ଆସୁଛନ୍ତି । ଏହା ସହିତ ଜଗତସିଂହପୁର ଜିଲ୍ଲା ର କେତେକ ବଜାର କୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ସଟ ଡାଉନ କରାଯାଇଛି । ତେବେ ଏହି ପରି ସମୟ ରେ କିପରି ଜଣେ ତହସିଲଦାର ନିଜେ ନିୟମ କୁ ଉଲଂଘନ କରୁଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *