ପୁରା ପ୍ଲାନିଙ୍ଗ ସହ ଭାରତ ଆସିଛି ସୀମା । ଭାରତରେ ପ୍ରବେଶ ପାଇଁ କରିଲେ ପ୍ରେମ ନାଟକ । ପାଠ ନ ପଢି ସୀମାଙ୍କ ପାଖରେ ସବୁ ଜ୍ଞାନ । ସୀମାଙ୍କ ପାଖକୁ ଲକ୍ଷେ ଲକ୍ଷେ ଟଙ୍କା କୁଆଡୁ ଆସିଲା ? ହଁ ଦର୍ଶକ ବନ୍ଧୁ ସୀମା ଓ ସଚିନଙ୍କ ପ୍ରେମ କାହାଣୀ କୁ ନେଇ ଏବେ ଭାରତର ଲୋକେ ଦ୍ଵନ୍ଦ ରେ ପଡି ଯାଇଛନ୍ତି । ପ୍ରେମିକ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ଙ୍କ ଉପରେ ସନ୍ଦେହ ବଢିବାରେ ଲାଗିଛି ।
ଆଉ ଏପଟେ ଚର୍ଚ୍ଚା ହେଉଛି ସୀମା ଙ୍କୁ ଭାରତର କିଛି କ୍ଷତି କରିବା ଉଦ୍ଦେଶ୍ୟରେ ପାକିସ୍ତାନରୁ ପଠାଯାଇଛି । ଯାହା କି ଭାରତ ଠାରୁ କୌଣସି ପ୍ରତିଶୋଧ ନେବା ପାଇଁ ଏଭଳି କୁଆଡେ ଷଡଯନ୍ତ୍ର ରଚା ଯାଇଛି । ଯାହା କି ଆଗାମୀ ସମୟରେ ବଡ ସମସ୍ଯା ସୃଷ୍ଟି କରିପାରେ । ଆଜି କିନ୍ତୁ ସୀମା ଓ ସଚିନ ଙ୍କ ମଧ୍ୟରେ ମନାନ୍ତର ଦେଖିବାକୁ ମିଳିଛି । ଯେଉଁଠି ସଚିନ ଗଣମାଧ୍ୟମରେ କହୁ କହୁ କିଛି ଏମିତି କହିଛନ୍ତି କି ମୁଁ ସବୁ ଖୋଲି ଦେଇ ଗଣମାଧ୍ୟମ ଆଗରେ କହି ଦେବି ।
ଆଉ ତାପରେ ପାଟି ବନ୍ଦ କରି ଦେଲେ ସୀମା । ତେବେ ସଚିନ କଣ ସତ କହିବାକୁ ଚାହୁଁ ଥିଲେ । ଯାହାକୁ ନେଇ ଅନେକ ଲୋକ ଅନେକ ସନ୍ଦେହ କରୁଛନ୍ତି । ସୀମା କୁଆଡେ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଭାରତ ଆସିଛନ୍ତି । ଆଉ ପ୍ରେମ ଥିଲା ଗୋଟେ ଜରିଆ । PUBG ଖେଳରୁ ଆରମ୍ଭ ହୋଇଥିଲା ପ୍ରେମ । ଆଉ ପ୍ରେମେ ଏତେ ବଢିଗଲା ଯେ ପାକିସ୍ତାନ ରୁ 4ଟି ଛୁଆଙ୍କୁ ଧରି ଆଇନ କୁ ଅମାନ୍ୟ କରି ଭାରତ ଆସିଥିଲେ ସୀମା ହାଇଦର ।
ଆଉ ଏବେ ସଚିନଙ୍କ ଘରେ ରହୁଛନ୍ତି ସୀମା । କୁହାଯାଉଛି କି ସୀମାଙ୍କର କୁଆଡେ 3 ଜଣ ସ୍ଵାମୀ ଯାହାର ଫୋଟୋ ଏବେ ଗଣମାଧ୍ୟମରେ ଭାଇରାଲ ହେଉଛି । ଆଉ ଏପଟେ ସୀମା ପାକିସ୍ତାନରୁ ଆସିଥିବା ବେଳେ 4ଟି ମୋବାଇଲ ଓ 5ଟି ପାସପୋର୍ଟ ଜବତ ହୋଇଛି । ସବୁଠାରୁ ବଡ କଥା ହେଲା ସୀମାଙ୍କ ପାଖରେ 10 ରୁ 12 ଲକ୍ଷ ଟଙ୍କା କୁଆଡୁ ଆସିଲା ?
କେମିତି ଏତେ ଟଙ୍କା ଖର୍ଚ୍ଚ କରି ଭାରତରେ ପ୍ରବେଶ କରିଲେ ସୀମା । ଏହାରି ଭିତରେ ସୀମା ହିନ୍ଦୁ ଧର୍ମକୁ ଗ୍ରହଣ କରିସାରିଲେଣି । ଭଗବାନ ଶିବଙ୍କୁ ପୂଜା କରୁଥିବାର ଦେଖା ଯାଇଛି । ପାକିସ୍ତାନରୁ ଶ୍ଵଶୁର ଓ ସ୍ଵାମୀଙ୍କ ଠାରୁ କେତେ ଟଙ୍କା ଲୁଚାଇ ଭାରତକୁ ଆସିଯାଇଛନ୍ତି ତାହା ମଧ୍ୟ ଜଣାପଡିଛି । ପାକିସ୍ତାନରେ ଥିବା ସୀମାଙ୍କ ଶ୍ଵଶୁର ମିର୍ଜାଲ ଜଖରାନୀଙ୍କ କହିବା ଅନୁଯାୟୀ ସୀମା ଭାରତ ଯିବା ପୂର୍ବରୁ ଘର ବିକ୍ରି ଦେଇଛନ୍ତି ଓ ଘରୁ ସୁନା ଟଙ୍କା ନେଇ ଆସିଛନ୍ତି ।
ସୀମା ପାକିସ୍ତାନରେ କାହା ଇଙ୍ଗିତରେ ଏମିତି କରଟୁଛନ୍ତି କି ଯାହା ଭାରତକୁ ଏଣ୍ଟ୍ରି କରିବା ବା ଭାରତରେ କିଛି ଘଟଣା ଘଟାଇ ଦେବା ପାଇଁ ଉଦ୍ଦେଶ୍ୟ ରଖିଛନ୍ତି କି ? ଯାହା ଆଗକୁ ଯାଇ ଭାରତ ପାଇଁ ବିପଦ ସୃଷ୍ଟି କରିପାରେ । ସୀମା ଓ ସଚିନଙ୍କ ଉପରେ ଏବେ ସମସ୍ତଙ୍କର ନଜର ରହିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।