ଆସିଲା Post Office ର ନୂଆ ଦମଦାର Scheme, 95 ଲେଖାଏଁ ଦେଇ ପାଇ ପାରିବେ 14 ଲକ୍ଷ ଟଙ୍କା, ଜାଣନ୍ତୁ ଏଥିପାଇଁ ଆପଣ କଣ କରିବେ ?

ବନ୍ଧୁଗଣ, ପୋଷ୍ଟ ଅଫିସରେ ଆସିଛି ଆଉ ଏକ ନୂଆ ସ୍କିମ । ଏଥିରେ ଆପଣ କେବଳ 95 ଟଙ୍କା ଇନଭେଷ୍ଟ କରି 14 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆପଣ ପାଇ ପାରିବେ । ପୋଷ୍ଟ ଅଫିସ ନିଜର ଗ୍ରାହକ ପାଇଁ ବହୁତ ଗୁଡାଏ ଯୋଜନା ଆଣୁଛି, ଯାହା ଲୋକଙ୍କ ପାଇଁ ବହୁତ ଲାଭବାନ ଏହି ଯୋଜନା ଏମିତି ଯେଉଁଥିରେ ନିବେଶ କରିବା ଦ୍ଵାରା ଲୋକଙ୍କ ଟଙ୍କା ମଧ୍ୟ ସୁରକ୍ଷିତ ରହିଥାଏ । ଏଥିରେ ଅସୁରକ୍ଷିତ ମନେ କରିବାର କୌଣସି କାରଣ ନାହିଁ, ଏହି ଯୋଜନା ମଧ୍ୟରୁ ଗୋଟିଏ ହେଉଛି ଗ୍ରାମ ସୁମଙ୍ଗଳ ଗ୍ରାମୀଣ ଡାକ ଜୀବନ ବୀମା ଯୋଜନା ।

ଆସନ୍ତୁ ଜାଣିନେବା ଏହାର ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଏହି ଯୋଜନାରେ ମାତ୍ର 95 ଟଙ୍କା ଲେଖାଏଁ ନିବେଶ କରି ଆପଣ ହୋଇପାରିବେ 14 ଲକ୍ଷ ଟଙ୍କାର ମାଲିକ । ଏହି ପ୍ଳାନ କୁ ଗ୍ରାମୀଣ ଅଞ୍ଚଳରେ ରହୁଥିବା ନିବେଶକ ଙ୍କ ପାଇଁ ବେସ ଖାସ ଅଟେ । ତେବେ ଗ୍ରାମ ସୁମଙ୍ଗଳ ଯୋଜନା ପଲିଶି ନେବା ପାଇଁ ନିବେଶକଙ୍କ ବୟସ ଅତି କମରେ 19 ବର୍ଷରୁ 45 ବର୍ଷ ବୟସ ଭିତର ହୋଇଥିବା ଆବଶ୍ୟକ ।

ଏହି ପଲିଶି କୁ ଆପଣ 15 ବର୍ଷ ଏବଂ 20 ବର୍ଷ ପାଇଁ ନେଇ ପାରିବେ । ଆଉ ଏହି ପଲିଶି ରେ ନିବେଶକଙ୍କୁ ମନି ବ୍ୟାକ ମଧ୍ୟ ମିଳିବ । ଅର୍ଥାତ ଯଦି ବ୍ୟକ୍ତି ପଲିଶି କୁ 15 ବର୍ଷ ପାଇଁ ନିଅନ୍ତି ତେବେ ଏହାର ଆସର୍ଡ ରାଶି 20/20 ପ୍ରତିଶତ ଆଧାରରେ 6 ବର୍ଷ 9 ବର୍ଷ ଏବଂ 12 ବର୍ଷ ପୁରା ହେବା ପରେ ମିଳିବ ।

ଯଦି କୌଣସି ବ୍ୟକ୍ତି 25 ବର୍ଷ ବୟସରେ ଏହି ଯୋଜନାରେ ନିବେଶ କରୁଛନ୍ତି ତେବେ ତାଙ୍କୁ 7 ଲକ୍ଷ ଟଙ୍କାର ବୀମା ରାଶି ସମେତ 20 ବର୍ଷ ପାଇଁ ପ୍ଳାନରେ ନିବେଶ କରିବାକୁ ପଡିବ । ଏହି ସ୍ଥିତିରେ ପ୍ରତିମାସ 2853 ଟଙ୍କା କିସ୍ତି ଜମା କରିବାକୁ ହେବ । ଅର୍ଥାତ ପ୍ରତିଦିନ ପ୍ରାୟ 95 ଟଙ୍କା, ଏହାକୁ ଯଦି ଆପଣ 3 ମାସ ଆଧାରରେ ଦେଖିବେ ତେବେ ଆପଣଙ୍କୁ 8 ହଜାର 8 ଶହ 50 ଟଙ୍କା ଲେଖାଏଁ ଜମା କରିବାକୁ ହେବ ।

ସେହିଭଳି 6 ମାସରେ ଆପଣଙ୍କୁ 17 ହଜାର 100 ଟଙ୍କା ଜମା କରିବାକୁ ହେବ । ଏହାପରେ ମ୍ୟାଚୁରିଟିରେ ନିବେଶକଙ୍କୁ 16 ଲକ୍ଷ ଟଙ୍କା ମିଳିବ । ତେବେ ଏହି ଖବର ମିଳିବା ପରେ ଖାଉଟି ମାନଙ୍କ ମନରେ ଉତ୍କଣ୍ଠା ଜାତ ହୋଇଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *