ବନ୍ଧୁଗଣ ସମସ୍ତେ ଚାହିଁ ଥାନ୍ତି ଟଙ୍କା ବଢାଇବା ପାଇଁ । ଏଥିପାଇଁ କେହି କେହି ରିସ୍କ ନେଇ ସେୟାର ବଜାରରେ ଟଙ୍କା ଲଗାଉଥିବା ବେଳେ ଆଉ କେହି ନୋ ରିସ୍କରେ ନିଜ ଘରେ ଟଙ୍କା ସାଇତି ରଖିଥାନ୍ତି । ହେଲେ ଅନେକ ଲୋକ ଜାଣନ୍ତି ନାହି କି ଆମ ଦେଶରେ ଏମିତି ଅନେକ ସରକାରି ଯୋଜନା ରହିଛି ଯେଉଁଥି ମିଳିଥାଏ ଡବଲ ଲାଭ । ଏଠାରେ ଆପଣ ଟଙ୍କା ରଖିଲେ ଗ୍ୟାରେଣ୍ଟି ସହ ଡବଲ ଲାଭ ହୋଇଥାଏ ।

ସାଧାରଣ ଲୋକେ ସରକାରୀ ଯୋଜନାର ଲାଭ ଉଠାଇବା ଦରକାର । ଏଥିପାଇଁ ସରକାର ଅନେକ ସମୟରେ ବିଭିନ୍ନ ଯୋଜନା କରୁଛନ୍ତି । ଯେମିତିକି ଲୋକମାନେ ନିଜ ରୋଜଗାରରୁ କିଛି ସଞ୍ଚୟ କରି ଭବିଷ୍ୟତରେ ଅସୁବିଧାରେ ପଡିବେ ନାହି । ଭାରତ ସରକାରଙ୍କ ଅଧୀନରେ ଥିବା ପୋଷ୍ଟ ଅଫିସରେ ରହିଛି ଏମିତି 4 ଲାଭଦାୟକ ଯୋଜନା ଯାହା ଗ୍ୟାରେଣ୍ଟି ସହ ଦୁଇ ଗୁଣା କରିଦେଇଥାଏ ଆପଣଙ୍କ ଟଙ୍କାକୁ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିଷୟରେ ।
ପ୍ରଥମେ ଜାଣିବା ନ୍ୟାସନାଲ ସେଭିଙ୍ଗ ସାର୍ଟିଫିକେଟ ସ୍କିମ ଏହା ଏମିତି ଏକ ଯୋଜନା ଯେଉଁଥିରୁ ଆପଣ ଅଧିକ ଲାଭ ଉଠାଇପାରିବେ । ଏଥିରେ ଆପଣ ପୁଞ୍ଜି ଇବେଶ କରି ମାତ୍ର କେତେ ମାସରେ ଦୁଇ ଗୁଣ ଲାଭ ପାଇପାରିବେ । ସବୁଠାରୁ ବଡ କଥା ନ୍ୟାସନାଲ ସେଭିଙ୍ଗ ସାର୍ଟିଫିକେଟ ସ୍କିମରେ ଆପଣ 100 ଟଙ୍କା ହିଁ ନିବେଶ କରିପାରିବେ । ସାରା ଦେଶରେ ଥିବା ସବୁ ପୋଷ୍ଟ ଅଫିସରେ ଏହି ଯୋଜନା ଏବେ ବି ଜାରି ରହିଛି ।

ଦ୍ଵିତୀୟରେ ଟାଇମ ଡିପୋଜିଟ ସ୍କିମ । ସବୁ ପୋଷ୍ଟ ଅଫିସରେ ଲୋକେ ଏହି ସ୍କିମରେ ନିବେଶ କରିପାରିବେ । ଏହା ବ୍ଯାଙ୍କ ଫିକ୍ସ ଡିପୋଜିତ ପରି ଏକ ଯୋଜନା ଯେଉଁଥିରେ ଏକ ବର୍ଷରୁ 5 ବର୍ଷ ଯାଏଁ ନିବେଶ କରି ହେବ । ଆଉ ଏହାର ସୁଧା ସିଧାସଳଖ ଆକାଉଣ୍ଟକୁ ଯାଇଥାଏ । ଆପଣ ନଗତ ଟଙ୍କା ବ ଅଚେକ ଦ୍ଵାରା ଏଥିରେ ଆକାଉଣ୍ଟ ଖୋଲିପାରିବେ ।
ତୃତୀୟରେ ସ୍ମଲ ସେଭିଙ୍ଗ ସ୍କିମ RD । ଯଦି ଆପଣଙ୍କ ସଞ୍ଚୟ ସ୍ୱଳ୍ପ ତେବେ ଆପଣଙ୍କ ପାଇଁ ସ୍ମଲ ସେଭିଙ୍ଗ ସ୍କିମ ରେକରିଙ୍ଗ ଡିପୋଜିଟ ସବୁଠାରୁ ସୁବିଧାଜନକ । ସମସ୍ତ ବ୍ୟାଙ୍କରେ ଏହି ସୁବିଧା ଥିଲେ ବି ଡାକଘରେ ଏହା କରିଲେ ମିଳିଥାଏ ଅଧିକ ସୁଧ । ଏହି ଜମା ଯୋଜନାରେ ମାସିକ ନିଶ୍ଚିନ୍ତ ରାଶି ଜମା କରି ଅବଧି ଶେଷରେ ଆପଣ ମୋଟା ଅଙ୍କରେ ଋଟର୍ନ ପାଇପାରିବେ ।
ଶେଷରେ ସବୁଠାରୁ ଲାଭଜନକ ସ୍କିମ ହେଉଛି କିଶାନ ବିକାଶପତ୍ର । ଏହା ମାଧ୍ୟମରେ ଆପଣ ନିଜ ଟଙ୍କା କୁ ଦୁଇ ଗୁଣା କରିପାରିବେ । ଏହି ଯୋଜନାରେ ଜଣେ ବ୍ୟକ୍ତି ଅତି କାମରେ 1000 ଟଙ୍କା ନିବେଶ କରି ଖାତା ଖୋଲିପାରିବେ । ଏହି ଯୋଜନାରେ 124 ଆସ ନିବେଶ କରିବା ପରେ ଆପଣ ପ୍ରାୟତଃ ଦୁଇ ଗୁଣା ଅର୍ଥ ଫେରି ପାଇବେ ।

ତା ହେଲେ ବନ୍ଧୁଗଣ ଆପଣଙ୍କର ଏଭଳି ସ୍କିମ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

