ପୋଲିସ SI ଙ୍କୁ ଦୁର୍ବୁର୍ତ୍ତ ଗୋଡେଇବା ମାମଲା: ଧରା ପଡିବା ପରେ ଦୁର୍ବୁର୍ତ୍ତ ଏମିତି ବୟାନ ଶୁଣି ହୋସ ଉଡିଯିବ ଆପଣଙ୍କର

ବନ୍ଧୁଗଣ, ସୂଚନା ଅନୁଯାୟୀ ଜାନୁଆରୀ ୧ ତାରିଖ ବିଳମ୍ବିତ ରାତି ପାଖାପାଖି ସାଢେ ୧ ଟା ସମୟରେ ମହିଳା ଥାନା SI ଶୁଭଶ୍ରୀ ନାୟକ ଡ୍ୟୁଟି ସାରି ଘରକୁ ଫେରୁଥିଲେ, ସେତେବେଳେ ତାଙ୍କୁ ୩ ଜଣ ଦୁର୍ବୁତ୍ତ ପ୍ରଥମେ ଇନୋଭା ଗାଡିରେ ଲାଇଟ ମାରିଥିଲେ । ଏହାପରେ ପରବର୍ତ୍ତୀ ସମୟରେ ତାଙ୍କୁ ଗାଳି ଗୋଲଚ କରିଥିଲେ, ଏହାପରେ ଦୁର୍ବୁତ୍ତ ମାନେ ଯେତେବେଳେ ମହିଳା ପୋଲିସ ଅଧିକାରୀ ବୋଲି ଜାଣିଥିଲେ,

ଏହା ପରେ ମଧ୍ୟ ଗାଳି ଗୋଲଚ କରି ଖଣ୍ଡାରେ ଆକ୍ରମଣ କରିବା ନିମନ୍ତେ ପଛାଇ ନଥିଲେ । ଏହାକୁ ନେଇ ଶୁଭଶ୍ରୀ ନାୟକ ସହିଦ ନଗର ଥାନାରେ ଏତଲା ଦେଇଥିଲେ । ପୋଲିସ ସମସ୍ତ ଏରିଆର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା ଏବଂ ଯାଞ୍ଚ କରିବା ସମୟରେ ଏହା ଜଣା ପଡିଥିଲା ଯେ ଇନୋଭା ଗାଡି 8787, ଏବଂ ଏହା ଟ୍ରାଭେଲ ଗାଡି ଅଟେ । ସେହି ଗାଡିରେ ଦୁର୍ବୁତ୍ତ ଗୋଡାଇଥିଲେ ତଥା ମହିଳା SI ଙ୍କୁ ଆକ୍ରମଣ କରିବା ପାଇଁ ପଛାଇ ନଥିଲେ ।

ଏହି 3 ଜଣ ଅଭିଯୁକ୍ତ ଙ୍କୁ ଗତକାଲି ପୁରୀରୁ ଗିରଫ କରାଯାଇଥିବା କଥା କୁହାଯାଉଛି । ରାଜଧାନୀ ରେ ଏମାନେ ଆତଙ୍କ ଖେଳାଇବା ସହିତ ସନ୍ଧ୍ୟା ନିଛାଟିଆ ରାତିକୁ ଟାର୍ଗେଟ କରୁଛନ୍ତି ତଥା ଏକୁଟିଆ ମହିଳା ଅଥବା ଯୁବତୀ ଙ୍କୁ ଦେଖି ତାଙ୍କ ଯିବା ସମୟରେ ତାଙ୍କ ପିଛା କରୁଛନ୍ତି । ସବୁଠାରୁ ବଡ କଥା ହେଉଛି ଯେ ପୋଲିସ ଅଧିକାରୀ ଜାଣି ମଧ୍ୟ ଉକ୍ତ ଆରୋପୀ ଶୁଭଶ୍ରୀ ଙ୍କୁ ଗାଳି ଗୋଲଚ କରିବାକୁ ପଛାଇ ନଥିଲେ ।

SI ଭୟରେ ସରକାରୀ କ୍ଵାଟର ଭିତରେ ପଶିଯାଇଥିଲେ । ଏହାକୁ ନେଇ ଅଭିଯୁକ୍ତ ମାନେ କହିଛନ୍ତି ଯେ ଆମେ ସାଇଡ ମାରି ଯାଉଥିଲୁ, ମାତ୍ର ପୋଲିସ ଡ୍ରାଇଭର ଜାଣିବା ପରେ ଆମେ ତାଙ୍କୁ ଭୁଲ ମାଗିବାକୁ ଯାଇଥିଲୁ କିନ୍ତୁ ମାଡାମ ଙ୍କୁ ପାଇ ନଥିଲୁ । ତାଙ୍କ ପାଖରେ କୌଣସି ଖଣ୍ଡା ମଧ୍ୟ ନଥିଲା ସେମାନେ ଏକ ସାଧାରଣ ଟ୍ୟାକ୍ସି ଡ୍ରାଇଭର ବୋଲି କହିଥିଲେ ।

ତାଙ୍କ ପାଖରେ କୌଣସି ପ୍ରକାର ଖଣ୍ଡା ନାହିଁ କି ସେମାନେ ସେହିଭଳି କୌଣସି ଖଣ୍ଡାରେ ଆକ୍ରମଣ କରିବାକୁ ଯାଇନଥିଲେ । ଏହାସହିତ ଦୁର୍ବୁତ୍ତ ମାନେ କହିଛନ୍ତି ଆମେ ଟ୍ୟାକ୍ସି ଡ୍ରାଇଭର ଆମେ କାହିଁକି ଏଭଳି କରିବୁ ? ଆମ ଘରେ ଯାଇ ମଧ୍ୟ ତଲାସ କରନ୍ତୁ ଯେ ଆମ ପାଖରେ କିଛି ମିଳିବ ନାହିଁ । ତେବେ ଏହି ଘଟଣାର ସତ୍ୟତା କେବଳ ମହିଳା SI ଏବଂ ଆରୋପୀ ମାନଙ୍କ ମଧ୍ୟରେ ହିଁ ସୀମିତ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *