Jyotish Shastra- P ନାମର ଲୋକ କେମିତି ହୋଇଥାନ୍ତି (ଧନ, ସ୍ଵଭାବ, ପ୍ରେମ ଓ କ୍ୟାରିୟର)

ବନ୍ଧୁଗଣ ଏହି ଦୁନିଆରେ ସମସ୍ତ ମଣିଷଙ୍କ ନାମର କିଛି ନା କିଛି ମହତ୍ଵ ନିଶ୍ଚୟ ରହିଥାଏ । କାରଣ ବ୍ୟକ୍ତିର ପ୍ରଥମ ନାମ ବ୍ୟକ୍ତି ଉପରେ ବହୁତ ପ୍ରଭାବ ପକାଇ ଥାଏ । ବ୍ୟକ୍ତିର ପ୍ରଥମ ନାମକୁ ଆଧାର କରି ବ୍ୟକ୍ତି ବିଷୟରେ ବହୁତ କିଛି ଜାଣି ହୋଇଥାଏ । କାରଣ ବ୍ୟକ୍ତିର ପ୍ରଥମ ନାମ ସହିତ ବ୍ୟକ୍ତିର ଭବିଷ୍ୟତ ଜଡିତ ହୋଇ ରହିଥାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ‘P’ ଅକ୍ଷରରୁ ନାମର ଆରମ୍ଭ ହେଉଥିବା ବ୍ୟକ୍ତି ମାନଙ୍କ ବିଷୟରେ କହିବାକୁ ଯାଉଛୁ । ଆଜି ଆପଣ ମାନେ ଏହି ବ୍ୟକ୍ତି ମାନଙ୍କର ବ୍ୟକ୍ତିତ୍ବ, ସ୍ଵଭାବ ଓ ଲଭ ଲାଇଫ ବିଷୟରେ ଜାଣିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ନାମର ବ୍ୟକ୍ତି ମାନଙ୍କ ବିଷୟରେ ।


ବନ୍ଧୁଗଣ ନାମରର ବ୍ୟକ୍ତି ମାନଙ୍କର ଚେହେରା ସବୁବେଳେ ଖୁସିରେ ଭରି ହୋଇରହିଥାଏ । ଏହି ନାମର ବ୍ୟକ୍ତି ମାନେ ବହୁତ ସୁନ୍ଦର ନଜର ଆସିଥାନ୍ତି ଓ ଏମାନଙ୍କର ଚେହେରା ବହୁତ ଆକର୍ଷିତ ନଜର ଆସିଥାଏ । ଏହି ଲୋକମାନଙ୍କ ସ୍ଵଭାବ ବହୁତ ଦୟାଳୁ ହୋଇଥାଏ ଏମାନେ ସବୁବେଳେ ଅନ୍ୟ ମାନଙ୍କର ସହାୟତା କରିଥାନ୍ତି । ଏମାନେ ନିଜେ ଦୁଃଖରେ ଥିଲେ ମଧ୍ୟ ଅନ୍ୟ ମାନଙ୍କୁ ଜଣାଇ ନଥାନ୍ତି । ଏମାନେ ସବୁଠାରୁ ଅଧିକ ନିଜ ମାନ ସମ୍ମାନକୁ ଗୁରୁତ୍ଵ ଦେଇଥାନ୍ତି । ତେଣୁ ଏମାନେ ନିଜ ମାନ ସମ୍ମାନ ବିରୋଧରେ ଯାଇ କୌଣସି କାମ କରିନଥାନ୍ତି ।

ଏମାନେ ନିଜ ଜୀବନରେ ବହୁତ କଷ୍ଟ କରିଥାନ୍ତି, ଏହି ଲୋକମାନେ ନିଜର ସମସ୍ତ କାର୍ଯ୍ୟକୁ ପୂରଣ କରିଥାନ୍ତି । ଏମାନଙ୍କ ମନ ସବୁବେଳେ ଅସ୍ଥିର ରହିଥାଏ । ହେଲେ ଏମାନେ ନିଜକୁ ଶାନ୍ତ ଦେଖାଇବାର ଅଭିନୟ କରିଥାନ୍ତି । ଏମାନଙ୍କର ଏହି ଗୁଣ ପାଇଁ ସେମାନଙ୍କୁ ଅଧିକାଂଶ ଲୋକ ବୁଝିପାରନ୍ତି ନାହିଁ । ଏମାନେ ନିଜ ଲୋକ ମାନଙ୍କୁ ବହୁତ ଅଧିକ ଭଲ ପାଇଥାନ୍ତି ଓ ସେମାନଙ୍କ ପାଇଁ ସବୁକିଛି କରିଥାନ୍ତି, କିନ୍ତୁ ଯେତେବେଳେ ଏମାନଙ୍କୁ କିଏ ଧୋକା ଦେଇଥାଏ ଏମାନେ ସେହି ଲୋକକୁ ଜୀବନରେ କେବେହେଲେ ଚାହିଁ ନଥାନ୍ତି ।

ଏହି ଲୋକମାନେ ଅଧିକ ମଜା ମସ୍ତି ସହିପାରି ନଥାନ୍ତି ଓ ଏମାନଙ୍କୁ ବହୁତ ଶୀଘ୍ର କ୍ରୋଧ ଆସିଥାଏ । ଏମାନେ ନିଜ ପରିବାରର ବହୁତ ଧ୍ୟାନ ରଖିଥାନ୍ତି ଓ ନିଜର ସମସ୍ତ କର୍ତ୍ତବ୍ୟକୁ ବହୁତ ଭଲ ଭାବରେ ପୂରଣ କରିଥାନ୍ତି । ଏମାନଙ୍କର ଏହି ଗୁଣ ପାଇଁ ଏମାନଙ୍କୁ ପରିବାରର ସମସ୍ତ ସଦସ୍ୟ ସ୍ନେହ ଓ ଆଦର କରିଥାନ୍ତି । ଏମାନେ ନିଜ ପରିବାର ଓ ସମ୍ମାନ ବିରୋଧରେ ଯାଇ କୌଣସି କାମ କରିନଥାନ୍ତି । ଏହି ଲୋକମାନଙ୍କ ବିଚାର ବହୁତ ପବିତ୍ର ଥାଏ ଓ ଏମାନେ ଭଗବାନଙ୍କୁ ଉପରେ ବହୁତ ଅଧିକ ଆସ୍ଥା ରଖିଥାନ୍ତି ।

ଏହି ଲୋକମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି । ଏମାନଙ୍କୁ ସଫଳତା ହାସିଲ କରିବା ପାଇଁ କିଛି ସମୟ ଲାଗିଥାଏ ହେଲେ ଏମାନେ ହାର ମାନିନଥାନ୍ତି । ଏମାନେ ନିଜ ପାର୍ଟନର ପାଇଁ ସବୁକିଛି କରିବା ପାଇଁ ପ୍ରସ୍ତୁତ ଥାନ୍ତି ଓ ନିଜ ପାର୍ଟନରକୁ ସବୁବେଳେ ଖୁସିରେ ରଖିଥାନ୍ତି । ଏହି ନାମର ବ୍ୟକ୍ତି ମାନେ ଅଧିକାଂଶ ପ୍ରେମ ବିବାହ କରିବା ପାଇଁ ଇଛା କରିଥାନ୍ତି ଓ ଏମାନେ ଜୀବନର ସମସ୍ତ ପରିସ୍ଥିତିରେ ନିଜ ପାର୍ଟନର ସାଥି ହୋଇଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *