Jyotish Shastra- P ନାମର ବ୍ୟକ୍ତିଙ୍କ ପାଇଁ କିପରି ରହିବ ବର୍ଷ ୨୦୨୧

ବ୍ଯକ୍ତିର ଜନ୍ମ ରୁ ହିଁ ତାହାର ନାମକରଣ କରି ଦିଆଯାଏ । ସେହି ନାମରେ ହିଁ ତାକୁ ଦୁନିଆ ଜାଣିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେମିତି ବ୍ୟକ୍ତିର ରାଶି ନକ୍ଷତ୍ର ସେହି ବ୍ୟକ୍ତି ର ଜୀବନରେ ବହୁତ ମହତ୍ଵ ରଖିଥାଏ ଠିକ ସେହିପରି ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ମଧ୍ୟ ବ୍ୟକ୍ତିର ଜୀବନରେ ବହୁତ ମହତ୍ଵ ରଖିଥାଏ । ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ନାମର ପ୍ରଥମ ଅକ୍ଷରରୁ ହିଁ ବ୍ୟକ୍ତି ବିଷୟରେ ଅନେକ କଥା ଜାଣିହୁଏ । ତେବେ ଆଜି ଆସନ୍ତୁ ଜାଣିବା ଇଂରାଜୀ ଅକ୍ଷର P ନାମବିଶିଷ୍ଟ ବ୍ୟକ୍ତି ମାନଙ୍କର ଆସୁଥିବା ବର୍ଷ କିପରି କଟିବ । ତେବେ ଚାଲନ୍ତୁ ଜାଣିବା ।

P ନାମ ବ୍ୟକ୍ତିଙ୍କ ଜୀବନରେ ଅନେକ ପ୍ରଭାବ ପକାଇଥାଏ , ଆପଣଙ୍କ ନାମ ସୁଚିତ କରିଥାଏ ଯେ ଆସୁଥିବା ସମୟ ଆପଣଙ୍କ ଜୀବନ ପାଇଁ କିପରି ରହିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ବହୁତ କିଛି କହିଥାଏ । ତେବେ ଆସନ୍ତୁ ଜାଣିବା ଆସୁଥିବା ବର୍ଷ ୨୦୨୧ ଆପଣମାନଙ୍କ ପାଇଁ କିପରି ରହିବ । ଧନ ସମ୍ବନ୍ଧିତ କାର୍ଯ୍ୟ ପୂର୍ଣ୍ଣ ହେବ । ଏହି ବର୍ଷ ଏହି ଅକ୍ଷରର ବ୍ୟକ୍ତିଙ୍କ ଧନ ସମ୍ବନ୍ଧିତ ଅନେକ କାର୍ଯ୍ୟ ପୂର୍ଣ୍ଣ ହେବ ଓ ଆପଣଙ୍କୁ ବହୁତ ଫାଇଦା ଦେବ ।

ମିଳିବ ପରିଶ୍ରମର ଫଳ – ଯେଉଁ ବ୍ୟକ୍ତିମାନେ ଅନେକ ପରିଶ୍ରମ କରୁଛନ୍ତି ଏହି ବର୍ଷ ସେମାନଙ୍କର ପରିଶ୍ରମର ସୁଫଳ ମିଳିବ । କ୍ୟାରିୟରରେ ନୂଆ ସୁଯୋଗ ଆସିବ, ଆପଣଙ୍କୁ ନିଜ କ୍ୟାରିୟରରେ ସଫଳତା ମିଳିବ । ବିଜିନେସରେ ସଫଳତା ମିଳିବ । ଏହିବର୍ଷ ବିଜନେସ କରୁଥିବା ବ୍ୟକ୍ତିଙ୍କର ଆୟ ବଢିବ । ଚାକିରି କରୁଥିବା ବ୍ୟକ୍ତିଙ୍କୁ ପ୍ରମୋଶନ ମିଳିପାରେ , ଚିନ୍ତା କମ ହେବ । ଯଦି ଆପଣଙ୍କ ପରିବାରରେ ଟେନ୍ସନ ଲାଗିରହିଛି ତେବେ ତାହା କମ ହେବାର ଅଛି ।

ଏହି ବର୍ଷ ଶାନ୍ତିରେ କଟିବାର ଅଛି , ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦିଅନ୍ତୁ । ନହଲେ ବଡ ସମସ୍ୟା ସୃଷ୍ଟି କରିପାରେ । ଏହି ବର୍ଷ ନିଜ ନୂତନ ଘରେ ପ୍ରବେଶ କରିପାରନ୍ତି । ଆପଣଙ୍କର ଖର୍ଚ ବି ବଢିପାରେ , କିନ୍ତୁ ଟେନ୍ସନ ନେବାର ଆବଶ୍ୟକତା ନାହିଁ । ତେବେ ବହୁତ ଜଲ୍ଦି ଖୁସି ଖବର ମିଳିବ , ଆର୍ଥିକ ଅସୁବିଧା ଦୂର ହେବ । ଆର୍ଥିକ ଅସୁବିଧାରେ ଗତିକରୁଥିବା ଲୋକ ମାନଙ୍କୁ ବହୁତ ଜଲ୍ଦି ମୁକ୍ତି ମିଳିବ , ଉଚ୍ଚ ଅଧିକାରୀ ମାନେ ଆପଣଙ୍କ କାର୍ଯ୍ୟ ରେ ସନ୍ତୁଷ୍ଟ ରହିବେ ।

ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ଦେଖିବେ ହସ ଖୁସି ଆପଣଙ୍କ ଜୀବନରେ ଜଲ୍ଦି ଆସିବାର ଅଛି । ଆପଣମାନଙ୍କର ପର୍ସନାଲ ଲାଇଫ ବହୁତ ଭଲ ରହିବ, ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ରହିବ । ଆପଣ ନିଜ ପାର୍ଟନର ସହ ଭଲ ସମୟ ଅତିବାହିତ କରିବେ । ଜୀବନ ସାଥିଙ୍କର ପୂର୍ଣ୍ଣ ସହଯୋଗ ମିଳିପାରିବ । ମାତା ପିତାଙ୍କର ଯତ୍ନ ନିଅନ୍ତୁ । ପିତାଙ୍କ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖନ୍ତୁ । ପିତାଙ୍କର ସ୍ୱାସ୍ଥ୍ୟ ଖରାପ ରହିପାରେ । ମାତାଙ୍କର ଶରୀର ଭଲ ରହିବ ।

ଅଧିକାଂଶ କ୍ଷେତ୍ରରେ ସଫଳତା ପାଇବେ , ଆଖପାଖ ଲୋକଙ୍କର ପ୍ରଶଂସାର ପାତ୍ର ହେବେ । ଏହି ବର୍ଷ ଆପଣ ଟଙ୍କା ପଇସା ସାବଧାନତାର ସହ ଖର୍ଚ୍ଚ କରନ୍ତୁ କାରଣ ଖର୍ଚ୍ଚ ବଢିପାରେ । ବର୍ଷର ଶେଷ ଦୁଇମାସ ସତର୍କତା ଅବଲମ୍ବନ କରିବାର ଅଛି । ମୋଟା ମୋଟି ଭାବେ ଦେଖିବାକୁ ଗଲେ ବର୍ଷଟି ଆପଣଙ୍କ ପାଇଁ ଶୁଭ ରହିବ ।
ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଲେ ଏହାକୁ ଲାଇକ ଓ ଶେୟାର କରି ଦିଅନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *