ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂଷାରେ ପୋତିଲେ କଙ୍ଗ୍ରେଶ ବିଧାୟକ ସୁର ରାଉତ । ତେବେ ବିରୋଧୀ ଦଳ ବିଧାୟକ ସୁର ରାଉତ ଅନ୍ୟ ଦଳକୁ ସବୁବେଳେ ଦଳର କାର୍ଯ୍ୟ କଳାପକୁ ଲକ୍ଷ କରି ନିଜସ୍ୱ କିଛି କିଛି ରୋଚକ ହେଉ ଅବା କଟାକ୍ଷପୂର୍ଣ୍ଣ ମନ୍ତବ୍ୟ ଦେଇଥାନ୍ତି । ତେବେ ମାନ୍ୟବର ନବୀନ ପଟ୍ଟନାୟକ ମଧ୍ୟ ବିଧାୟକ ସୁର ରାଉତଙ୍କ କଟାକ୍ଷ କଥାରୁ ବର୍ତ୍ତୀପାରିନାହାନ୍ତି ।
ତେବେ ବର୍ତ୍ତମାନର ଖବର ଅନୁଯାଇ ବିଧାୟକ ସୁର ରାଉତ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ନିଜସ୍ଵ ମନ୍ତବ୍ୟ ଦ୍ଵାରା ପ୍ରଶଂଷାରେ ପୋତି ପକାଇଛନ୍ତି । ତେବେ ଗଣ ମାଧ୍ୟମ ଆଗରେ ବିଧ୍ୟୟକ ସୁର ରାଉତ ଏପରି କିଛି ରୋଚର୍କପୂର୍ଣ୍ଣ ମନ୍ତବ୍ୟ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ମତ ରଖିଛନ୍ତି । ତେବେ ସୁର ରାଉତଙ୍କ କହିବା ଆଧାରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଯେଉଁ ରେଳ ପ୍ରକଳ୍ପ ପାଇଁ ଏତେ ବଡ ନିଷ୍ପତ୍ତି ନେଇଛନ୍ତି । ତାହା ଶୁଣି ମୁଁ ଅତ୍ୟନ୍ତ ଆନନ୍ଦିତ ହେଉଛି ।
ତେବେ ଗତ ଦୀର୍ଘ ବର୍ଷ ତଳୁ ଯେଉଁ କାର୍ଯ୍ୟଟି ହୋଇପାରୁନଥିଲା । କିଛି ଦିନ ମଧ୍ୟରେ ସେହି କାର୍ଯ୍ୟଟି କାର୍ଯ୍ୟକାରୀ ହେବା ପାଇଁ ଯାଉଛି । ତେବେ ୮୦ ଏକର ଜଙ୍ଗଲ ଭୂମୀ ପଡିଥିବା ନିର୍ବିକାର ହୋଇ ପଡିରହିଥିଲା । ସେହି ଜାଗାରେ କିଛି ମଧ୍ୟ ଉନ୍ନତିମୂଳକ କାର୍ଯ୍ୟ ହୋଇପାରିନଥିଲା । ଟଙ୍କା ମଞ୍ଜୁର ହୋଇ ସୁଦ୍ଧା ବଲାଙ୍ଗୀର ରେଳ କାର୍ଯ୍ୟ ହୋଇପାରୁନଥିଲା ।
ତେବେ ଏହି ପ୍ରସଙ୍ଗକୁ ନେଇ ପ୍ରଧାନ ମନ୍ତ୍ରୀ ଏକ ସ୍ପେଶାଲ କେଶ କରି କାମଟିକୁ ଆଗେଇ ନେବା ପାଇଁ ଅଣ୍ଟା ଭିଡିଛନ୍ତି । ତେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସେହି ୮୦ ଏକର ଜଙ୍ଗଲ ଯମୀକୁ ରେଳ ଲାଇନ କରିବା ପାଇଁ ଅନୁମତି ଦେଇଛନ୍ତି । ତେବେ ଏହି ରେଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଗଲେ । ବହୁତ ଲୋକଙ୍କୁ କାମ ମିଳିବା ସହ ଅନେକ ଲୋକଙ୍କର ଗମନାଗମନରେ ମଧ୍ୟ ସୁବିଧା ହେବ ।
ତେବେ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପରି ଏକ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ସ୍ପେଶାଲ ବୈଠକ କରି ବଡ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି କଥା ପାଇଁ ବିଧାୟକ ସୁର ରାଉତ ପ୍ରଧାନମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ