ଏ ପିଲାଟି କିଏ କଣ ଆପଣ ଜାଣିଛନ୍ତି ? ଆଜି ଯାହାଙ୍କ ଫିଲ୍ମ ଦେଖିବାକୁ ଲୋକ ହୁଅନ୍ତି ପାଗଳ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ସାଉଥ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ସାଉଥ ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ରଜନୀକାନ୍ତ । ବନ୍ଧୁଗଣ ଆପଣ ମାନେ ସମସ୍ତେ ରଜନୀକାନ୍ତଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ସେ କେବଳ ସାଉଥ ନୁହେଁ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ରଜନୀକାନ୍ତ ସାଉଥ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ରଜନୀଙ୍କର ଏକ ପିଲା ଦିନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫଟୋଟି ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଆଉ ବିଶ୍ଵାସ କରିପାରିବେ ନାହିଁ ଯେ, ଏ ହେଉଛନ୍ତି ରଜନୀକାନ୍ତ । ରାଜନୀକାନ୍ତଙ୍କ ଜନ୍ମ ଡିସେମ୍ବର 12 ତାରିଖ 1950 ମସିହାରେ କର୍ଣ୍ଣାଟକ ବେଙ୍ଗଲୁରୁର ଗୋଟେ ମଧ୍ୟବିତ ପରିବାରରେ ହୋଇଥିଲା ।

ରଜନୀଙ୍କର ଚାରି ଜଣ ଭାଇ ଭଉଣୀ ମଧ୍ୟ ଥିଲେ ଆଉ ରଜନୀ ଥିଲେ ସାନ ପୁଅ । ରଜନୀ ଛୋଟ ବେଳେ ବହୁତ ଦୁଷ୍ଟ ଥିଲେ ସେ ଫୁଟବଲ ଆଉ ବାସ୍କେଟବଲ ଭଲ ଖେଳୁ ଥିଲେ । ସେତେବେଳେ ସେ ପଢାପଢି କରିବା ସହିତ ଭାରତର ସଂସ୍କୃତି ଓ ପରମ୍ପରା ବିଷୟରେ ଜ୍ଞାନ ଆହରଣ କରିଥିଲେ । ସେଠାରେ ସେ ନାଟକ ବି ଶିଖିଯାଇଥିଲେ । ଦିନେ ରାମକୃଷ୍ଣ ମିସନ ମଠରେ ମହାଭାରତ ନାଟ ପରିବେଷଣ କରାଯାଉଥିଲା, ରଜନୀକାନ୍ତଙ୍କୁ ଏକଲବ୍ୟ ଭାଇର  ଭୂମିକରେ ଅଭିନୟକରିବାର ସୁଯୋଗ ମିଳିଥିଲା ।

ସେଠି ଏମିତି ଅଭିନୟର ଜାଦୁ ଦେଖାଇଥିଲେ ଯେତିକି ଦର୍ଶକ ଥିଲେ ସମସ୍ତଙ୍କ ମନ କିଣିନେଇଥିଲେ ।ବନ୍ଧୁଗଣ ରଜନୀ ନିଜ ଅଭିନୟ କାରିୟର ଆରମ୍ଭ କରିବା ପାଇଁ ଇଛା କରିବା ବେଳେ ତାଙ୍କ ଘରର ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା । ସେ ତାଙ୍କ ପରିବାର ଚଳେଇବା ପାଇଁ ବଢେଇ ଓ କୁଲି କାମ ମଧ୍ୟ କରିଛନ୍ତି । ଶେଷରେ ସେ ବସ କଣ୍ଡକ୍ଟର କାମ କରିଥିଲେ ।

କିନ୍ତୁ ନିଜ ଭିତରେ ଥିବା ପ୍ରତିଭାକୁ କିପରି ବା ଲୁଚାଇ ପାରିଥାନ୍ତେ । ବନ୍ଧୁଗଣ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ରଜନୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ଆଉ ଏହା ପରେ ତାଙ୍କ ଜୀବନ ବଦଳି ଯାଇଥିଲା । ଆଜି ସେ ଜଣେ ସଫଳ ଅଭିନେତା ହେବା ସହ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରଜନୀକାନ୍ତ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *