ସପ୍ତାହରେ ଦୁଇ ଦିନ ଏହି ପାଣିକୁ ଚୁଟିରେ ଲଗେଇ ଦିଅନ୍ତୁ, ଚୁଟି ହେବ ଏତେ ଲମ୍ବା, ମୋଟା ଓ କଳା କି ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ବ୍ୟସ୍ତ ରହୁଛନ୍ତି ଏବଂ ଏହି ବ୍ୟସ୍ତତା ମଧ୍ୟରେ ସେମାନେ ନିଜର ଯତ୍ନ ମଧ୍ୟ ନେଉ ନାହାନ୍ତି ଏବଂ ସମସ୍ତ ଙ୍କ ପାଖରେ ଟାଇମ ର ଅଭାବ ରହିଥାଏ ଯାହାଫଳରେ ସେମାନେ ନିଜ କେଶର ଯତ୍ନ ମଧ୍ୟ ନେଇ ପାରନ୍ତି ନାହିଁ । ଯାହାଫଳରେ କେଶ ରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଯାଇଥାଏ । ଯଥା, କେଶ ଝଡ଼ିବା, କେଶ ଧଳା ହୋଇଯିବା, କେଶରେ ରୂପୀ ହୋଇଯିବା ଏଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ ।

ଭିଟାମିନ ର ଅଭାବ ତଥା ନିୟମିତ ଭାବରେ ଖାଦ୍ୟପେୟ ନହେବା ଦ୍ଵାରା ଏହି ସବୁ କେଶ ଜନିତ ସମସ୍ୟା ଦେଖା ଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା ର ସମାଧାନ ହୋଇଯିବ ଏବଂ ଏହା ସହିତ କେଶ ଘନ, ମଜବୁତ ଏବଂ ଲମ୍ବା ହୋଇଯିବ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ, ପ୍ରଥମେ ଆପଣ ଏକ ପିଆଜ ନିଅନ୍ତୁ ଏବଂ ଏହାକୁ କାଟି ଦିଅନ୍ତୁ । ଏହାପରେ ପିଆଜ କୁ ଗ୍ରାଇଣ୍ଡିଙ୍ଗ କରି ଏହାର ରସ କୁ ଭଲ ଭାବରେ ବାହାର କରି ଦିଅନ୍ତୁ ଏବଂ ଏକ ପାତ୍ରରେ ୨ ଚାମଚ ପିଆଜ ରସ ନିଅନ୍ତୁ । ପିଆଜ ରେ ଥିବା ସଲ୍ଫର ଆମ କେଶ କୁ ମଜବୁତ କରିଥାଏ । ଏହାପରେ ଆପଣଙ୍କୁ ଆବଶ୍ୟକ ନଡ଼ିଆ ତେଲ । ନଡିଆ ତେଲ ଆମ କେଶ କୁ ଘନ ଓ ମୋଟା କରିବାରେ ସହାୟକ ହୋଇଥାଏ ।

ଏହାର ବ୍ୟବହାର ଦ୍ଵାରା କେଶ ମଜବୁତ ମଧ୍ୟ ହୋଇଥାଏ । ଆପଣ ୨ ଚାମଚ ନଡ଼ିଆ ତେଲ ପିଆଜ ରସ ରେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଆପଣ ଏହି ମିଶ୍ରଣ କୁ ନିଜ କେଶ ରେ ଭଲ ଭାବରେ ମସାଜ କରି ଲଗାଇ ଦିଅନ୍ତୁ । ପ୍ରାୟ ୪ ରୁ ୫ ମିନିଟ ଭଲ ଭାବରେ ମସାଜ କରନ୍ତୁ । ଏହାପରେ ୨ ରୁ ୩ ଘଣ୍ଟା ସେଭଳି କେଶ କୁ ରଖନ୍ତୁ ।

ଆପଣ ଚାହିଁଲେ ପୂରା ରାତି ମଧ୍ୟ ରଖି ପାରନ୍ତି । ଏହାପରେ ଆପଣ ଭଲ ଭାବରେ ନିଜ କେଶ କୁ ଧୋଇ ଦିଅନ୍ତୁ । ଏହି ଉପଚାର କୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ କେଶ ପ୍ରାକୃତିକ ଉପାୟ ରେ ଲମ୍ବା, ମୋଟା ଏବଂ ଘନ ହୋଇଯିବ । ତେଣୁ ଆପଣ ମାନେ ଏହି ଘରୋଇ ଉପଚାର କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏହାଦ୍ବାରା ଆପଣଙ୍କୁ ନିଶ୍ଚିତ ଭାବରେ ଲାଭ ପ୍ରାପ୍ତ ହେବ ।

Leave a Reply

Your email address will not be published. Required fields are marked *