ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଘରର ଦୁଆର ମୁହଁରେ ଶବଜୁ ରଖି ସମସ୍ତେ କାନ୍ଦୁଛନ୍ତି କୁନି ଝିଅ ଠାରୁ ଆରମ୍ଭ କରି ସମୁଦାୟ ଗ୍ରାମବାସୀ କାନ୍ଦି କାନ୍ଦି ଫାଟିପଡ଼ୁଛନ୍ତି । ଘର ଲୋକେ ଶବକୁ ଦେଖି କାନ୍ଦୁଛନ୍ତି ଏହି ଶବ ହେଉଛି ମଞ୍ଜୁଳାଙ୍କର । ଆମେମାନେ ଜାଣିଛୁ ଯେ ମା ‘ ପିଲାମାନଙ୍କ ପାଇଁ କିଛି ବି କରିବାକୁ ପଛାଏ ନାହିଁ । ଏ ମାଆ ମଧ୍ୟ ଘରକୁ ଚଳାଇବା ପାଇଁ ଦାଦନ କରିବାକୁ ଯାଉଥିଲେ ।
ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ଘରକୁ ଚଳାଉଥିଲେ କିନ୍ତୁ ଦିନେ ତାଙ୍କ ଶାରୀରିକ ସ୍ଵାସ୍ଥ ଖରାପ ହେବ କାରଣରୁ ଡାକ୍ତର ତାଙ୍କୁ କାମ କରିବାକୁ ମନା କରୁଥିଲେ । ମାତ୍ର ଘରର ପରିସ୍ଥିତି ଖରାପ ଥିବା କାରଣରୁ ପିଲାମାନଙ୍କ ପେଟ ପୋଷିବା ପାଇଁ ହାଇଦ୍ରାବାଦକୁ କାମ୍ମ କରିବାକୁ ଯାଇଥିଲେ ମଞ୍ଜୁଳା ନାୟକ । ମାତ୍ର ଆସିଲା ବେଳେ ଫେରିଲା ଶବ ଯାହାକୁ ଦେଖି ମଞ୍ଜୁଳାଙ୍କ ଦୁଇ ଝିଅ , ଦୁଇ ପୁଅ ଓ ସ୍ଵାମୀ କାନ୍ଦୁ କାନ୍ଦି ଚେତାଶୂନ୍ୟ ହୋଇପଡ଼ୁଛନ୍ତି ।
ଏହି ଘଟଣା ଟିଏ ହେଉଛି ଗଞ୍ଜାମ ଆସିକା କଇଫୁଟି ଗାଁର । ମଙ୍ଗୁଳୁ ନାୟକ ତାଙ୍କ ସ୍ତ୍ରୀ ମଞ୍ଜୁଳା ନାୟକ ଚାରିଟି ପିଲାମାନଙ୍କୁ ନେଇ ହସଖୁସିର ଜୀବନ ଅତିବାହିତ କରିଥାନ୍ତି । ପ୍ରଥମେ ଉଭୟ କାମ ଧାମ କରି ଘର ଚଳାଉଥିଲେ କିନ୍ତୁ ହଠାତ ମଞ୍ଜୁଳାଙ୍କୁ ରୋଗ ମାଡି ବସିବାରୁ ସେ କାମକୁ ଯିବା ବନ୍ଦ କରିଦେଇଥିଲେ । ମାତ୍ର ଘରର ସ୍ଥିତି ଅତ୍ୟନ୍ତ ଖରାପ ହେବାରୁ ଝିଅ ପୂଜା କୁ ନେଇ ହାଇଦ୍ରାବାଦ ପଳେଇଯାଇଥିଲେ ।
ସେଠାରେ ଏକ କମ୍ପାନୀରେ କାମ କରୁଥିଲେ ମାତ୍ର ସେଠାରେ ତାଙ୍କୁ ନିର୍ଯ୍ୟାତନା କରାଯାଉଥିବା ସୂଚନା ମିଳିଥିଲା । ମାତ୍ର ସେ ସବୁ କଷ୍ଟକୁ ସହି କାମ କରୁଥିଲେ । ତେବେ ସେଠାରେ କଣ ଘଟିଲା ଯେ ମଞ୍ଜୁଳାଙ୍କ ଶବ ଫେରିଲା ? ପୋଲିସ ଯେବେ ଝିଅ ପୂଜାକୁ ପଚାରିଲେ ସେ କହିଲେ ଯେ ସେ କାମରୁ ଘରକୁ ଆସି ଦେଖିଲା ବେଳକୁ ଘରର କବାଟ ବନ୍ଦ ଥିଲା ତେବେ କବାଟ ଭାଙ୍ଗି ଭିତରକୁ ଯାଇ ଦେଖିଲା ବେଳକୁ ମଞ୍ଜୁଳା ଝୁଲି ମରିଯାଇଥିଲେ ।
ଦେଖିଥିବା ଲୋକଙ୍କ କହିବା ଅନୁସାରେ ତାଙ୍କ ଶରୀର ସାରା ମାଡ ରେ ଫୁଲିଯାଇଥିଲା । ତେବେ ତାଙ୍କୁ ଘରୋଇ ଆମ୍ବୁଲାନ୍ସ ରେ ଗାଁ କୁ ଅଣାଯାଇଛି ଏବଂ ପୋଲିସ ଏହି ଘଟଣା ସମ୍ପର୍କରେ ତଦାରଖ ଆରମ୍ଭ କରିଥିବା ସୂଚନା ମିଳିଛି । ତେବେ ଏହି ଖବର ସମ୍ପର୍କରେ ଆଗକୁ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ଓ ଆପଣଙ୍କ ମତ କଣ କମେଣ୍ଟ କରି ଜଣାନ୍ତୁ ।