ଫୁସ୍‌ଫୁସ୍‌କୁ ଆକ୍ରମଣ କରୁଛି କରୋନା, ଏହି ସହଜ ଉପାୟ ଆପଣେଇ ନିଜକୁ ରଖନ୍ତୁ ସୁରକ୍ଷିତ- Health Tips

ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ବର୍ତ୍ତମାନ ଦେଶରେ କରୋନା ମହାମାରୀର କୋପ ବଢି ବାରେ ଲାଗିଛି । ଲକ୍ଷ ଲକ୍ଷ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ଓ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀ ଏକ ଭୟଙ୍କର ରୂପ ନେଇ ଦେଶକୁ ଆସିଛି । କରୋନା ମହାମାରୀର ଦ୍ଵିତୀୟ ହଲରି ପୁରା ଦେଶରେ ସାଂଘାତିକ ଭାବରେ ପ୍ରଭାବିତ କରିଛି । ଏହି ଭାଇରସ ମଣିଷ ଶରୀରର ଫୁସଫୁସକୁ ଆକ୍ରମଣ କରୁଛି ।

କରୋନା ଲକ୍ଷଣ ହେବା ପୂର୍ବରୁ ଲୋକଙ୍କର ୨୫ ପ୍ରତିଶତ ଫୁସଫୁସକୁ ଏହା ପ୍ରଭାବିତ କରୁଥିବାର ଦେଖିବାକୁ ମିଳିଛି । କିନ୍ତୁ କିଛି ଘରୋଇ ଉପଚାର କରି ଏବଂ ସଠିକ ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ ଆପଣ ନିଜ ଫୁସଫୁସକୁ ସୁରକ୍ଷିତ ରଖିପାରିବେ ।

ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଯଦି ବନ୍ଧୁଗଣ ଏହି ସମୟରେ ଆପଣଙ୍କ ଫୁସଫୁସ ସହ ଜଡିତ କୌଣସି ଲକ୍ଷଣ ଦେଖା ଯାଉଛି ତା ହେଲେ ଆପଣ ଚିନ୍ତା କରନ୍ତୁ ନାହିଁ ଓ ସର୍ବ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହାପରେ ଆପଣ ନିଜ ଫୁସଫୁସର ସିଟି ସ୍କାନ ଅବଶ୍ୟ କରନ୍ତୁ ।

ଏହା ସହିତ ଆପଣ ପ୍ରତି ଅଧ ଘଣ୍ଟାରେ ଅକସି ମିଟର ଦ୍ଵାରା ନିଜ ଆକ୍ସିଜେନ ସ୍ତରକୁ ଚେକ କରନ୍ତୁ । ନିଜ ପରିବାରର ସୁରକ୍ଷା ପାଇଁ ଆପଣ ଅନ୍ୟ ସଦସ୍ୟ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ ଓ ନିଜକୁ ଅନ୍ୟ କାହାର ସଂସ୍ପର୍ଶରେ ଆସିବା ପାଇଁ ଦିଅନ୍ତୁ ନାହିଁ । ଏହା ସହିତ ଆପଣ ଖାଲି ପେଟରେ କଦାପି ରୁହନ୍ତୁ ନାହିଁ । କାରଣ ଖାଲି ପେଟରେ ରହିଲେ ଭାଇରସ ଆପଣଙ୍କ ଶରୀରକୁ ଅଧିକ ପ୍ରଭାବିତ କରିପାରେ ।

ନିଜ ଫୁସଫୁସକୁ ସୁରକ୍ଷିତ ରଖିବା ପାଇଁ ଆପଣ ମାନଙ୍କୁ କିଛି ଘରୋଇ ଉପଚାର କରିବାକୁ ହେବ । ଆପଣ ଗରମ ପାଣିରେ ବାମ୍ଫ ଦିନରେ ତିନି ଚାରି ଥର ନିଅନ୍ତୁ । ପାଣିରେ ଯଦି କର୍ପୁର ଦେଇପାରିବେ ତା ହେଲେ ଆହୁରି ଭଲ ହେବ । ଏହା ସହିତ ନଖ ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ଏହାର ସେବନ କରନ୍ତୁ ।

ଯଦି ଆପଣଙ୍କ ପାଖରେ ଲେମ୍ବୁ ନାହିଁ ତା ହେଲେ ଆପଣ କେବଳ ଉଷୁମ ପାଣିର ସେବନରେ ମଧ୍ୟ ନିଜ ଫୁସଫୁସକୁ ସୁରକ୍ଷିତ ରଖିପାରିବେ । ତା ହେଲେ ବନ୍ଧୁଗଣ ଆପଣ ମାନେ ନିୟମିତ ମାସ୍କର ବ୍ୟବହାର କରନ୍ତୁ ଓ ସାମାଜିକ ଦୂରତା ନିୟମକୁ ପାଳନ କରନ୍ତୁ । ଏହା ସହିତ ନିଜର ଓ ନିଜ ପରିବାରର ସୁରକ୍ଷା କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *