Interesting Gk Questions- କେଉଁ ଫଳ ପାଚିଲେ ତାର ନାମ ବଦଳି ଯାଏ ? 99% ଲୋକ ଜାଣି ନଥିବେ…

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ହଲିଥାଏ କିନ୍ତୁ ଗଛ ନୁହେଁ, ଚାଲିଥାଏ କିନ୍ତୁ ଗାଡି ନୁହେଁ, ଟିକି ଟିକି କରେ କିନ୍ତୁ ଘଡି ନୁହେଁ, ସେଇଟା କଣ ?

ଉତ୍ତର- ବନ୍ଧୁଗଣ ଏହା ହେଉଛି ଟାଇପିଙ୍ଗ ମେସିନ ।

୨. ଜନମ ମୋର ସମୁଦ୍ର ଜଳେ ରହିଥାଏ ମୁଁ ରୋଷେଇ ସାଳେ ତାହା କଣ ?

ଉତ୍ତର- ଲୁଣ ଯାହାକୁ ସମୁଦ୍ରରୁ ଆସିଥାଏ ହେଲେ ଏହା ରୋଷେଇ ଘରେ ରଖାଯାଏ ।

୩. ଜଣେ ଭାଇ ତା ଭଉଣୀକୁ ଗୋଟିଏ ଫଳ ଦେଲା ଓ କହିଲା ଭୋକ କଲେ ଖାଇବୁ, ଶୋଷ କଲେ ପିଇବୁ, ଶୀତ ଲାଗିଲେ ଜାଳିବୁ, ତାହା କଣ ?

ଉତ୍ତର- ନଡିଆକୁ ଖାଇ ହେବ, ନଡିଆ ପାଣି ପିଇ ହେବ ଓ ଏହାର କତାକୁ ଜାଳେଣୀ ରୂପେ ମଧ୍ୟ ବ୍ୟବହାର କରିହେବ ।

୪. ଛପା ହୋଇନଥିଲେ ବି ସେ ବହି, ସେଇଟା କେଉଁ ବହି ?

ଉତ୍ତର- ଫେସବୁକ ଯାହା ଛପା ହୋଇନାହିଁ ହେଲେ ସମସ୍ତେ ଏହାକୁ ବ୍ୟବହାର କରନ୍ତି ।

୫. ସେଇଟା କେଉଁ ଜିନିଷ ଯାହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ଭାଙ୍ଗିବାକୁ ପଡିଥାଏ ?

ଉତ୍ତର- ଅଣ୍ଡା ଯାହାକି ଖାଇବା ପାଇଁ ତାକୁ ଭାଙ୍ଗିବାକୁ ପଡିଥାଏ ।

୬. ଏମିତି ବାଘ ସେ ଛାଡେନି ଘର- ଖାଏନି ମଣିଷ ପିଏସେ କ୍ଷୀର, ମା ନଦେଖିଲେ ମାଉସୀ ଦେଖଲୋ କୁକୁରକୁ ତାର ପ୍ରବଳ ଡର, ତାହା କଣ ?

ଉତ୍ତର- ବିଲେଇ ବାଘ ପରି ଦେଖା ଯାଏ କ୍ଷୀର ପିଏ ଓ କୁକୁରକୁ ଡରେ ।

୭. ଗାତରେ କରଇ ଘର, ମୁହଁରେ ତାର ନିଶ ଯାହାଘରେ ପଶେ, କରେ ତାର ସର୍ବନାଶ ?

ଉତ୍ତର- ମୂଷା ଗତରେ ରହେ, ମୁହଁରେ ନିଶା ଥାଏ ଓ ଘରକୁ ସର୍ବନାଶ କରେ ।

୮. ବର୍ଷା ଆସିଲେ ଉପରକୁ ଉଠେ ବର୍ଷା ଛାଡିଲେ ତଳକୁ ଖସେ ତାହା କଣ ?

ଉତ୍ତର- ଛତା ଯାହାକୁ ବର୍ଷା ସମୟରେ ଉପରେ ରଖାଯାଏ ଓ ବର୍ଷା ଛାଡିଲେ ତଳେ ।

୯. କେଉଁ ଗଛରେ କାଠ ନଥାଏ ?

ଉତ୍ତର- କଦଳୀ ଗଛରେ କାଠ ନଥାଏ ।

୧୦. କେଉଁ ଫଳ ପାଚିଲେ ତାର ନାମ ବଦଳି ଯାଏ ?

ଉତ୍ତର- ପଇଡ କଞ୍ଚା ଥିଲା ବେଳେ ଓ ପାଚିଲେ ନାମ ବଦଳି ନଡିଆ ହୋଇଯାଏ ।

Leave a Reply

Your email address will not be published. Required fields are marked *