ଏହି ପଶୁ ମାନଙ୍କର କାରନାମା ଦେଖିଲେ ନିଜ ହସକୁ ଅଟକେଇ ପାରିବେ ନାହିଁ (Animal funniest moment), ଦେଖନ୍ତୁ ଏହି ମଜାଦାର Video 

ବନ୍ଧୁଗଣ ସୋସିଆଲ ମିଡିଆରେ ଆପଣ ମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଜାଣିବା ସହ ମନୋରଞ୍ଜନର ଆନନ୍ଦ ବି ନେଇପାରିବେ । ସୋସିଆଲ ମିଡିଆରେ ପଶୁ ପକ୍ଷୀ ମାନଙ୍କର ଏପରି କିଛି ମଜାଦାର ଭିଡିଓ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ପଶୁ ପକ୍ଷୀଙ୍କର ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । 


୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ଭିଡିଓରେ ଶୀତ ଦିନରେ କିଛି ସରକାରୀ କର୍ମଚାରୀ ବାହାରେ ଟେବୁଲ ଓ ଚେୟାର ପକାଇ ଖରା ମାଡ ଖାଇ କାମ କରୁଥିଲେ । ହେଲେ ସବୁ କର୍ମଚାରୀ ପରସ୍ପର ସହ କଥାବାର୍ତ୍ତା ହେବା ବେଳେ ଗୋଟେ ବକୁରୀ ଆସି ସରକାରୀ ଫାଇଲକୁ କାମୁଡି ନେଇଗଲା । ଏହା ପରେ ଜଣେ ସରକାରୀ ଅଧିକାରୀ ବକୁରୀ ପଛରେ ଦଉଡିଲେ । 

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଭିଡିଓରେ ଗୋଟେ ବେଙ୍ଗ ନଜର ଆସୁଛି । ଜଣେ ବ୍ୟକ୍ତି ବେଙ୍ଗରେ ଚାରି ପାଟରେ ଏକ ଗୋଲ ଗାର ପକାଇ ଦେଉଛନ୍ତି । ଏହା ପରେ ବ୍ୟକ୍ତି ଜଣକ ବେଙ୍ଗକୁ ପଛ ପଟରୁ ଏକ ପେନ୍ ଠେଲୁ ଛନ୍ତି ହେଲେ ବନ୍ଧୁଗଣ ବେଙ୍ଗଟି ସେହି ଗାରକୁ ଲକ୍ଷ୍ମଣ ରେଖା ଭାବୁଛି ଗାର ଯାଏଁ ଯିବା ପରେ ସେ ଗାର ଦେଉଁ ନାହିଁ । 

https://www.youtube.com/watch?v=EGKstZ5TfSw

୩. ବନ୍ଧୁଗଣ ଆପଣ ମାନେ ସମସ୍ତେ କୁକୁର ମାନଙ୍କର ଅନେକ ମଜାଦାର ଭିଡିଓ ଦେଖିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଭିଡିଓ ବିଷୟରେ କହିବାକୁ ଯାଉଛୁ ତାହା ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ । ଏହି ଭିଡିଓରେ ଗୋଟେ ଚାଲୁଥିବା ଅଟୋ ଉପରେ ଏକ କୁକୁର ଛିଡା ହେଇଥିବାର ନଜର ଆସୁଛି । କୁକୁର ମୁହଁ ଦେଖି ଲାଗୁଛି ତାକୁ କୌଣସି ଡର ଭୟ ନାହିଁ । 


୪. ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଫଟୋରେ ଗୋଟେ କୁକୁର ସନ୍ୟାସ ଅବସ୍ଥାରେ ବସିଥିବାର ନଜର ଆସୁଛି । କୁକୁରଟି ନିଜ ଦୁଇ ଆଖି ବନ୍ଦ କରି ମଣିଷଙ୍କ ଭଳି ବସିଛି ଯାହା ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ  । ହେଲେ ବନ୍ଧୁଗଣ ଏହି ଫଟୋଟି ଏଡିଟିଙ୍ଗ ହେଇଛି । 


୫. ବନ୍ଧୁଗଣ ସାଧାରଣତଃ ଆମେ ମାନେ ଶୋଇବା ବେଳେ ମୁଣ୍ଡ ତଳେ ତକିଆ ରଖିଥାଉ । ହେଲେ ଭାଇରାଲ ହେଉଥିବା ଏହି ଫଟୋକୁ ଦେଖନ୍ତୁ । ଏହି ଫଟୋରେ ଜଣେ ବ୍ୟକ୍ତି କୁକୁରକୁ ତକିଆ କରିଦେଇଛନ୍ତି । କୁକୁର ଉପରେ ମୁଣ୍ଡ ରଖି ବ୍ୟକ୍ତି ଜଣକ ବେଫିକର ସୋଇଛନ୍ତି । ଆଉ ଆଶ୍ଚର୍ଯ୍ୟର କଥା ଏହା ହେଉଛି କି କୁକୁର ବି ବହୁତ ମଜା ର ସହ ସୋଇଛି । 

Leave a Reply

Your email address will not be published. Required fields are marked *