ପରିସ୍ରା କଣ୍ଟ୍ରୋଲ କରିପାରୁନାହାନ୍ତି କି ? କଣ ହୋଇ ଥାଇପାରେ ଏହାର କାରଣ ? ଦେଖନ୍ତୁ Dr Pradeepta Kumar Panda ଙ୍କ ଖାସ୍ ଟିପ୍ସ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପରିସ୍ରା କଣ୍ଟ୍ରୋଲ ନକରି ପାରିବା । ତେବେ ଶରୀରରେ ସ୍ଵାସ୍ଥ ଜନିତ ବହୁତ ଗୁଡିଏ ସମସ୍ଯାମାନ ରହିଥାଏ । ହେଲେ ସେହି ସବୁ ସମସ୍ଯା ମଧ୍ୟରୁ ପ୍ରାୟତଃ କ୍ଷେତ୍ରରେ ମହିଳା ମାନଙ୍କ ଠାରେ ଦେଖାଯାଉଥିବା ଏକ ବିଶେଷ ସମସ୍ଯା ହେଉଛି ୟୁରିନାରୀ ଇନକଣ୍ଟିନେନ୍ସ । ତେବେ ଚାଲନ୍ତୁ ଏହିଭଳି କିଛି ସମସ୍ଯା ବିଷୟରେ ଡାକ୍ତରଙ୍କ ମୁହଁରୁ କିଛି ଟିପ୍ସ ଜାଣି ରଖିବା । ତେବେ ଡାକ୍ତର କହିବ ଅନୁଯାଇ ମହିଳା ମାନଙ୍କ କ୍ଷେତ୍ରରେ ୟୁରୀନାରୀ ଇନକଣ୍ଟିନେନ୍ସ ଦେଖା ଯାଇଥାଏ ।

ଯେଉଁଥିରେ କି ପରିସ୍ରା ଉପରେ ଜଣେ ବ୍ୟକ୍ତିର ଆୟତ୍ତ ରହିନଥାଏ କିମ୍ବା ଆପେ ଆପେ ପରିସ୍ରା ହୋଇଯାଇଥାଏ । ତେବେ ଏହି ସମସ୍ଯାରେ ପୀଡିତ ଲୋକ ମାନଙ୍କର ଲକ୍ଷଣରେ ପରିସ୍ରାରୁ ଦୁର୍ଗନ୍ଧ ବାହାରିଥାଏ, ପରିସ୍ରା ଦ୍ଵାର ସଂକ୍ରମଣ ହୋଇ ଇନଫେକସନ ହେଇଯିବା । ବେଳେ ବେଳେ ଏପରି ସିଭିୟର କ୍ଷେତ୍ରରେ ଜ୍ଵର ମଧ୍ୟ ଆସିଥାଏ । ବ୍ୟକ୍ତି ଅଯଥାରେ ଏଥିପାଇଁ ମାନସିକ ଚାପରେ ରହିବା ।

ଡାକ୍ତରଙ୍କ କହିବା ମୁତାବିକ ଏପରି ୟୁରିନାରୀ ଇନକଣ୍ଟିନେନ୍ସ ହେବାର ପ୍ରମୁଖ କାରଣ ହେଉଛି । ମହିଳା ମାନଙ୍କଙ୍କର ବିଶେଷ କରି ତାଙ୍କ ପରିସ୍ରାନଳୀଟି ଛୋଟ ରହିଥାଏ । ତେବେ ପରିସ୍ରା ନଳୀରେ ରହିଥିବା ମଶଲଟି ଯାହା ପରିସ୍ରାକୁ କଣ୍ଟ୍ରୋଲ କରି ରଖିଥାଏ । ଯେତେବେଳେ ସେହି ମଶଲଟି ଦୁର୍ବଳ ହୋଇଯାଇଥାଏ । ସେତେବେଳେ ମହିଳା ମାନେ ନିଜର ପରିସ୍ରା ଉପରେ କଣ୍ଟ୍ରୋଲ ରଖି ପାରିନଥାନ୍ତି ।

ଯେଉଁ କାରଣରୁ ଅନିଚ୍ଛା ସତ୍ବେ ମଧ୍ୟ ମହିଳା ପରିସ୍ରାଗାରକୁ ଯିବା ପୂର୍ବରୁ ପରିସ୍ରା ପ୍ରାୟ ସମୟରେ ଲୁଗାପଟାରେ ହୋଇଯାଇଥାଏ । ପରିସ୍ରା ନଳୀରେ ଥିବା ମଶଲ ଦୁର୍ବଳ ହେବାର କାରଣ ମଧ୍ୟ କିଛି ରହିଥାଏ । ଯେପରି ବାରମ୍ବାର ପିଲାପିଲି କରିବା । ପ୍ରାଇଭେଟ ଏରିଆରେ କୌଣସି ଅପରେସନ ହୋଇଥିଲେ । ଗର୍ଭାଶୟ ବେଳେବେଳେ ବାହାରକୁ ବାହାରି ଆସିଗଲେ । ବିଶେଷ କରି ବୟସ ବଢିଲେ ମହିଳା ମାନଙ୍କର ହାର୍ମୋନାଲ ଅସନ୍ତୁଳନ ହୋଇଯାଇଥାଏ ।

ଯାହା ଦ୍ଵାରା ପରିସ୍ରା ନଳୀର ମଶଲ ଗୁଡିକ ଦୁର୍ବଳ ହୋଇ ପରିସ୍ରା ବାରମ୍ବାର ହେବା ସହ ପରିସ୍ରା ଉପରେ ଆୟତ୍ତ ରହିନଥାଏ । ଏହି ସମସ୍ଯାଟି ୟଙ୍ଗ ପିଲାଙ୍କ ଠାରୁ ବୃଦ୍ଧା ମହିଳା ମାନଙ୍କ ପର୍ଯ୍ୟନ୍ତ ଦେଖା ଯାଇଥାଏ । ୟଙ୍ଗ ପିଲା ମାନଙ୍କର ଅଧିକ ମାତ୍ରାରେ ଚୋକୋଲେଟ, ଚା, କଫି, ଫାଷ୍ଟଫୁଡ ଜାତୀୟ ଖାଦ୍ୟ ଖାଇଲେ, ଏହା ଦେଖାଯାଇଥାଏ ।

ହେଲେ ବୃଦ୍ଧା ମହିଳାଙ୍କ ଠାରେ ୟୁରିନାରୀ ଇନକଣ୍ଟିନେନ୍ସ ବହୁ ଗୁଡିଏ ସ୍ଵାସ୍ଥଗତ କାରଣ ଯୋଗୁ ହିଁ ବିଶେଷ ଭାବରେ ଦେଖା ଯାଇଥାଏ । ଏପରି ସମସ୍ଯାରେ ପୀଡିତ ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ନେଇଯିବା ଜରୁରୀ ଅଟେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *