ପରିବା କିଣିବା ସମୟରେ ନିଶ୍ଚିତ କିଣନ୍ତୁ ଏହି ୫ଟି ଜିନିଷ, କିଡନୀକୁ କରିବ ମଜବୁତ, ଅନେକ ରୋଗରୁ ବଞ୍ଚିପାରିବେ, ଦେଖନ୍ତୁ ଲିଷ୍ଟ

ମହାମାରୀ ଭୂତାଣୁ କିଡନୀ ଉପରେ ପ୍ରଭାବ ପକାଇଥାଏ । ମହାମାରୀ ପୀଡିତ ବ୍ୟକ୍ତିଙ୍କ ଠାରେ କିଡନୀ ଯୁକ୍ତ ଅନ୍ୟ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି । ଯାହା କି ମହାମାରୀ ଭୂତାଣୁ ଏହି ପରି ପୀଡିତ ବ୍ୟକ୍ତିଙ୍କ ଉପଚାରକୁ ଜଟିଳ କରିଦେଉଛି ଓ ସେମାନେ ମୃତ୍ୟୁକୁ ବରଣ କରୁଛନ୍ତି । ନିମ୍ନରେ ଦିଆଯାଇଥିବା ଦ୍ରବ୍ୟ ଗୁଡିକ ଖାଇଲେ ରୋଗରୁ ରକ୍ଷା ପାଇବେ । ବିଶେଷ କରି କିଡନୀ ରୋଗର ବ୍ୟକ୍ତିମାନେ ଏହାକୁ ସେବନ କରିବା ଉଚିତ୍ । ଏହି ଦ୍ରବ୍ୟ କିଡନୀକୁ ସୁସ୍ଥ ରଖେ ଓ କାମ କାର୍ଯ୍ୟରେ ମଧ୍ୟ ଶକ୍ତି ଯୋଗାଇଥାଏ ।

ସ୍ୱାସ୍ଥ୍ୟ କେନ୍ଦ୍ର ଅନୁସାରେ ଫୁଲକୋବି ପୃଷ୍ଟିକର ଖାଦ୍ୟ ଅଟେ । ଯେଉଁଥିରେ ଭିଟାମିନ୍ ସି, କେ ଓ ବି ସହିତ କେତେକ ପୋଷକ ତତ୍ବ ଭରି ରହିଛି । ଏଥିରେ ଇଣ୍ଡୋଳ ପରି ଏନ୍ଟି ଇମ୍ଫ୍ଳେମେଟରୀ ଗୁଣ ମିଳିଥାଏ ଓ ଏଥିରେ ଫାଇବର ମଧ୍ୟ ବହୁତ ମିଳେ । ଏକ କପ ସିଝା ହୋଇଥିବା କୋବି ୧୨୪ ଗ୍ରାମରେ ସୋଡିୟମ- ୧୯ ମିଲିଗ୍ରାମ, ପୋଟାସିୟମ- ୧୭୬ ମିଲିଗ୍ରାମ ଓ ଫସ୍ଫୋରସ- ୪୦ ମିଲିଗ୍ରାମ ମିଳିଥାଏ ।

ଲାଲ ଅଙ୍ଗୁର ବହୁତ ସ୍ଵାଦିଷ୍ଟ ହେବା ସହିତ ବହୁତ ପୋଷଣ ମଧ୍ୟ ମିଳିଥାଏ । ଏଥିରେ ଭିଟାମିନ୍ ସି(c) ଭରି ରହିଛି । ଏଥିରେ ଫ୍ଲେବୋନୋଏଡ୍ସ ନାମକ ଆନ୍ଟିଅକ୍ସିଡେଣ୍ଟ ଥାଏ । ଯାହା ଚର୍ମ ରୋଗରୁ ରକ୍ଷା କରେ । ଏହା ବ୍ୟତୀତ ଏହି ଅଙ୍ଗୁର resveratrol ରେ ଉଚ୍ଚ ହୋଇଥାଏ । ଏହି ପ୍ରକାରର ଫ୍ଲେବୋନୋଏଡ୍ସ କିଡନୀ ପାଇଁ ଜରୁରୀ ଅଟେ ।

ଅଣ୍ଡା ର ଧଳା ଭାଗ ଅଧିକ ପୃଷ୍ଟିକର ଅଟେ । ଏଥିରେ ଫସ୍ଫୋରସ ମାତ୍ରା ଅଧିକ ଥାଏ । ଏହିପାଇଁ ଅଣ୍ଡା ର ଧଳା ଭାଗ କିଡନୀ ରୋଗର ବ୍ୟକ୍ତିମାନଙ୍କ ପାଇଁ ସବୁଠାରୁ ଭଲ ବିକଳ୍ପ ଅଟେ । ଧଳା ଅଂଶରେ ପ୍ରୋଟିନ ମିଳିଥାଏ, ଯାହା କି କିଡନୀ ରୋଗର ବ୍ୟକ୍ତିମାନଙ୍କ ପାଇଁ ଜରୁରୀ ଅଟେ । ଏହା ବ୍ୟତୀତ ଏହା ଡାୟଲିଶିସ ରୋଗୀମାନଙ୍କ ପାଇଁ ବହୁତ ଭଲ ହୋଇଥାଏ, ଯାହାଙ୍କୁ ପ୍ରୋଟିନ ର ବହୁତ ଆବଶ୍ୟକତା ଥାଏ ।

ରସୁଣ କିଡନୀ ରୋଗର ବ୍ୟକ୍ତିମାନଙ୍କୁ ଖାଇବା ପାଇଁ କୁହାଯାଏ ଯେଉଁମାନଙ୍କୁ ଆହାରରେ ସୋଡିୟମ ମାତ୍ରାକୁ ସୀମିତ କରିବାକୁ ଉପଦେଶ ଦିଆଯାଏ । ଯେଉଁଥିରେ ଲୁଣ ମଧ୍ୟ ସାମିଲ ଅଟେ । ରସୁଣ, ଲୁଣ ପାଇଁ ଏକ ସ୍ବାଦିଷ୍ଟ ବିକଳ୍ପ ହୋଇଥାଏ । ଏହା ପୋଷଣ ସମ୍ବନ୍ଧିତ ଲାଭ ବ୍ୟତୀତ ବ୍ୟଞ୍ଜନରେ ସ୍ବାଦ ବଢାଇ ଥାଏ । ଏହା ମାଙ୍ଗାନିଜ, ଭିଟାମିନ୍ ସି(c) ଓ ଭିଟାମିନ୍ ବି-୬(b6)ର ଏକ ଭଲ ତତ୍ତ୍ଵ ଅଟେ ଓ ଏଥିରେ ସଲଫର ଯୌଗିକ ଥାଏ ଯେଉଁଥିରେ ରୋଗ ପ୍ରତିଶୋଧକ ଗୁଣ ଥାଏ । 3ଟି ରସୁଣରେ ସୋଡିୟମ-୧.୫ ମିଲିଗ୍ରାମ, ପୋଟାସିୟମ- ୩୬ ମିଲିଗ୍ରାମ ଓ ଫସ୍ଫୋରସ- ୧୪ ମିଲିଗ୍ରାମ ମିଳିଥାଏ ।

ବନ୍ଧା କୋବିରୁ ପ୍ରଚୁର ମାତ୍ରାରେ ଭିଟାମିନ୍ ମିଳିଥାଏ । ଏହା ଭିଟାମିନ୍ ସି, କେ ଓ ବି ମଧ୍ୟ ପ୍ରଚୁର ମାତ୍ରାରେ ଥାଏ । ଏହା ବ୍ୟତୀତ ଏହା ଫାଇବର ପ୍ରଦାନ କରେ । ଫାଇବର ଯାହା କି ନିୟମିତ ରୂପରେ ମଳ ତ୍ୟାଗକୁ ବଢାଇ ଥାଏ ଓ ପାଚନ କ୍ରିୟାକୁ ସ୍ଵସ୍ଥ ରଖିଥାଏ । ଏହା ବ୍ୟତୀତ ଏଥିରେ ପୋଟାସିୟମ, ଫସ୍ଫୋରସ ଓ ସୋଡିୟମ ମାତ୍ରା କମ ଥାଏ । ଏକ କପ ମାନେ ୭୦ ଗ୍ରାମ କୋବିରେ ସୋଡିୟମ-୧୩ ମିଲିଗ୍ରାମ, ପୋଟାସିୟମ- ୧୧୯ ମିଲିଗ୍ରାମ ଓ ଫସ୍ଫୋରସ- ୧୮ ମିଲିଗ୍ରାମ ମିଳିଥାଏ ।

ଏହି ଦ୍ରବ୍ୟକୁ ଖାଇଲେ ମହାମାରୀ ଭୂତାଣୁ ପରି ମାହାମାରି ରୋଗରୁ ରକ୍ଷା ପାଇ ପାରିବେ ଓ ଅନ୍ୟ କେତେକ ରୋଗରୁ ମଧ୍ୟ ରକ୍ଷା ପାଇବେ । ସ୍ୱାସ୍ଥ୍ୟ ସମ୍ବଧୀୟ ଆମର ଏହି ଟିପ୍ସ ଆପଣଙ୍କୁ ସାହାଜ୍ଯ କରିବ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *