ସମସ୍ତେ ନିଜର ମସ୍ତିଷ୍କକୁ ତେଜ କରିବାକୁ ଚାହାନ୍ତି । କିନ୍ତୁ କିଛି ଲୋକ ନିଜର ଦୈନିକ ଜୀବନରେ କିଛି ଏହିଭଳି ଭୁଲ କରି ଦିଅନ୍ତି ଯାହା ଦ୍ଵାରା ଦିନକୁ ଦିନ ସେମାନଙ୍କ ମସ୍ତିଷ୍କ ପୂର୍ବ ଅପେକ୍ଷା ଆହୁରି ଅଧିକ କମଜୋର ହୋଇଯାଏ ଓ ସେମାନେ ଛୋଟ ଛୋଟ କଥାକୁ ବହୁତ ଜଲ୍ଦି ଭୁଲି ଯାଆନ୍ତି । ଏହା ସହିତ ତାଙ୍କର ସ୍ଵଭାବରେ ବି ଚିଡଚିଡାପଣ ଆସିଯାଏ । ତେବେ ଆସନ୍ତୁ ବର୍ତ୍ତମାନ ଜାଣିବା ସେହି ୫ଟି କଥା ବିଷୟରେ ଯେଉଁ କାରଣରୁ ମସ୍ତିଷ୍କ କମଜୋର ହୋଇଯାଏ ।
୧. ଅଧିକ ରାତି ପର୍ଯ୍ୟନ୍ତ ଚାହିଁବା :
କିଛି ଲୋକମାନେ ଅଧିକ ରାତି ପର୍ଯ୍ୟନ୍ତ ମୋବାଇଲ କିମ୍ବା ଲ୍ୟାପଟପ ବ୍ୟବହାର କରନ୍ତି । ଯାହା ଦ୍ଵାରା ସେମାନଙ୍କ ମସ୍ତିଷ୍କ ଉପରେ ଏହି ଜିନିଷ ଗୁଡିକର ଅଧିକ ପ୍ରଭାବ ପଡିଥାଏ ଓ ଧୀରେ ଧୀରେ ସେମାନଙ୍କ ମସ୍ତିଷ୍କ କମଜୋର ହେବାକୁ ଲାଗିଥାଏ ।
୨. ଧୂମ୍ରପାନ :
ଧୂମ୍ରପାନ କରୁଥିବା ଲୋକମାନଙ୍କ ବୁଦ୍ଧି ବି ଧୀରେ ଧୀରେ କମଜୋର ହେବାକୁ ଲାଗିଥାଏ । ଏହା ଛଡା ଯେଉଁ ଲୋକମାନେ କୌଣସି ପ୍ରକାରର ନିଶା କରନ୍ତି, ତାଙ୍କର ମସ୍ତିଷ୍କ ବି ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ କମଜୋର ହୋଇଯାଏ ।
୩. ପର୍ଯ୍ୟାପ୍ତ ନିଦ ନ ନେବା :
ଯେଉଁ ଲୋକମାନେ ପ୍ରତିଦିନ ୬ ଘଣ୍ଟା ରୁ ୮ ଘଣ୍ଟା ନିଦ ନିଅନ୍ତି ନାହିଁ ତାଙ୍କର ବି ମସ୍ତିଷ୍କ ଅନ୍ୟ ଲୋକମାନଙ୍କ ଅପେକ୍ଷା କମଜୋର ହେବାକୁ ଲାଗିଥାଏ । ସେଥିପାଇଁ ସମସ୍ତଙ୍କୁ ପ୍ରତିଦିନ ନିଜର ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଭଲ ନିଦ ନେବା ଉଚିତ ।
୪. ଛୋଟ ଛୋଟ କଥାକୁ ନେଇ ଚିନ୍ତା କରିବା :
ଯେଉଁ ଲୋକମାନେ ନିଜର ଛୋଟ ଛୋଟ କଥାକୁ ନେଇ ଅଧିକ ଚିନ୍ତା କରିଥାନ୍ତି ସେହି ଲୋକମାନଙ୍କ ମସ୍ତିଷ୍କ ବି ଧୀରେ ଧୀରେ କମଜୋର ହେବାକୁ ଲାଗିଥାଏ । ସେଥିପାଇଁ ନିଜର ମସ୍ତିଷ୍କକୁ ଚିନ୍ତା ମୁକ୍ତ ରଖିବା ପାଇଁ ଚେଷ୍ଟା କରିବା ଉଚିତ ।
୫. ସନ୍ତୁଳିତ ଭୋଜନ ସେବନ ନ କରିବା :
ଯେଉଁ ଲୋକମାନେ ସନ୍ତୁଳିତ ଭୋଜନ ସେବନ କରନ୍ତି ନାହିଁ, ତାଙ୍କର ମସ୍ତିଷ୍କ ବି ଅନ୍ୟ ଲୋକମାନଙ୍କ ଅପେକ୍ଷା କମଜୋର ହୋଇଯାଏ । ସେଥିପାଇଁ ଦୈନିନନ୍ଦିନ ଜୀବନରେ ନିଜର ମସ୍ତିଷ୍କକୁ ତେଜ କରିବା ପାଇଁ ସନ୍ତୁଳିତ ଭୋଜନ କରିବା ଜରୁରୀ ଅଟେ ।