ପଞ୍ଚଭୂତରେ ଲୀନ ହେଲେ ଅଭିନେତା Mihir Das, ମୁଖାଗ୍ନି ଦେଲେ ପୁଅ Amlan Das, ଦେଖନ୍ତୁ Live ଭିଡିଓ

ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ ହେବା ପରେ ବର୍ତ୍ତମାନ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ଗତ କାଲି ସନ୍ଧ୍ୟା ସମୟରେ ମିହିର ଆମ ସମସ୍ତଙ୍କୁ ଛାଡି ଚାଲିଯାଇଥିଲେ । ମିହିରଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ବନ୍ଧୁଗଣ ମିହିର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ବରିଷ୍ଠ ଅଭିନେତା ଥିଲେ । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଥିଲେ ।

ନିଜ ଅଭିନୟ ପାଇଁ ସେ ଅନେକ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ଦୀର୍ଘ ବର୍ଷ ଧରି ମିହିର କିଡ୍ନି ଜନିତ ରୋଗରେ ପୀଡିତ ଥିଲେ ଓ ଗତ କିଛି ଦିନ ତଳେ ତାଙ୍କ ଅବସ୍ଥା ଗୁରୁତ୍ଵର ହୋଇଯିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ଅଣା ଯାଇଥିଲା । ଏହା ପରେ ତାଙ୍କ ଚିକିତ୍ସା ଏସିବି ମେଡିକାଲରେ ଚାଲିଥିଲା ହେଲେ ବନ୍ଧୁଗଣ ଗତ କାଲି ଖବର ଆସିଲା ମିହିର ଦାସ ଆଉ ଏହି ଦୁନିଆରେ ନାହାନ୍ତି ।

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ କେବଳ ମିହିରଙ୍କ ଫଟୋ ଓ ଭିଡିଓ ଭାଇରାଲ ହେଉଛି । ଆଜି ତାଙ୍କ ଶୋକ ସଭା ହୋଇଥିଲା ଓ ତାଙ୍କ ଶୋକ ସଭାରେ ଓଡିଆ ଇଣ୍ଡଷ୍ଟ୍ରିର ଅନେକ କଳାକାର ମାନେ ଯୋଗ ଦେଇଥିଲେ । ବନ୍ଧୁଗଣ ଗତ କିଛି ସମୟ ହେବ ମିହିରଙ୍କ ଶେଷ ଯାତ୍ରା ସମ୍ପନ୍ନ ହୋଇଛି ଓ ପୁଅ ଅମ୍ଳାନ ତାଙ୍କୁ ମୁଖାଗ୍ନି ଦେଇଛି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ କଟକ ସିଡିଏ ସ୍ଥିତ ମିହିର ଦାସଙ୍କ ଘରୁ ତାଙ୍କର ଶେଷ ଯାତ୍ରାର ଆରମ୍ଭ  ହୋଇଥିଲା । ମିହିରଙ୍କ ଶେଷ ଯାତ୍ରାରେ ଜନସାଧାରଣ ମାନଙ୍କ ଆସିମୀତ ଭିଡ ଦେଖିବାକୁ ମିଳିଛି । ମିହିରଙ୍କ ଶେଷ ଯାତ୍ରାରେ ସମସ୍ତ ଲୋକ କେବଳ ଗୋଟିଏ କଥା କହୁଥିଲେ ‘ମିହିର ଦାସ ଅମର ରହେ’ । ବନ୍ଧୁଗଣ ଆମ ମାନଙ୍କ ମଧ୍ୟରେ ମିହିର ଦାସ ଅମର ରହିବେ  ।

ତାଙ୍କର ଶେଷକୃତ୍ୟ କଟକ ସତୀଚଉରା ହୋଇଛି । ବଡ ପୁଅ ଅମ୍ଳାନ ନିଜ ବାପାକୁ ମୁଖାଗ୍ନି ଦେଇଛି ଓ ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ମିହିର ଦାସଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ଆମେ ମାନେ ଭଗବାନଙ୍କୁ ପ୍ରାର୍ଥନା କରୁଛୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *