ଜିମ୍ବାୱେ ହାରିବା ପରେ ପାକିସ୍ତାନୀ ଅଭିନେତ୍ରୀଙ୍କ ବଡ ବୟାନ, କହିଲେ ‘ମୁଁ ଜାଣିଥିଲି ଜିମ୍ବାୱେ ଜିତି ପାରିବନି, କାରଣ ଭାରତ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ପାକିସ୍ଥାନ ଅଭିନେତ୍ରୀ ପୁଣି ଏକ ଖୁଲାସା କରିଛନ୍ତି, ତେବେ ସେ କ’ଣ କହିଛନ୍ତି ଆସନ୍ତୁ ଜାଣିନେବା । ପାକିସ୍ଥାନ ଅଭିନେତ୍ରୀ କହିଛନ୍ତି ଯେ ସେ ଜାଣିଥିଲେ ଜିମ୍ବାୱେ ଭାରତ ଠାରୁ ଜିତି ପାରିବ ନାହିଁ । ଭାରତ ଭଳି ନମ୍ବର ୱାନ କ୍ରିକେଟ ଦଳ ଠାରୁ ଜିମ୍ବାୱେ ଜିତି ପାରିବ ନାହିଁ । ଏଥି ନିମନ୍ତେ ସେ ଖୋଲା ଚ୍ୟାଲେଞ୍ଜ କରିଥିଲେ । ପାକିସ୍ଥାନୀ ଅଭିନେତ୍ରୀ ସେହେର ସେନୱାରୀ ତାଙ୍କ ବିବାଦ ରେ ଟ୍ଵିଟ ରେ ଅନେକ ସମୟରେ ବହୁତ ଚର୍ଚ୍ଚା ରେ ରହିଥାନ୍ତି ।

ବାଂଲାଦେଶ ବିପକ୍ଷରେ ଭାରତ ବିଜଯ ହେବା ପରେ ସେମିଫାଇନାଲ ଯିବା ରାସ୍ତା ପକ୍କା କରିବା ପରେ ପାକିସ୍ଥାନ ଅଭିନେତ୍ରୀ ବିବାଦୀୟ ଟ୍ଵିଟ କରିଥିଲେ । ଭାରତ ଜିମ୍ବାୱେ ମ୍ୟାଚରେ ଜିମ୍ବାୱେ ଜିତିବା ସହିତ ସେହି ମ୍ୟାଚରେ ଯେଉଁ ଖେଳାଳୀ ମ୍ୟାନଅପ ଦି ମ୍ୟାଚ ହେବେ ସେହି ଖେଳାଳୀ କୁ ସେ ବିବାହ କରିବେ ବୋଲି କହିଥିଲେ ।

ଏହାକୁ ନେଇ କ୍ରିକେଟ ପ୍ରଶଂସକ ମାନେ କ୍ରମାଗତ ଭାବରେ ପାକିସ୍ଥାନ ଅଭିନେତ୍ରୀ ଙ୍କୁ ଟ୍ରୋଲ କରିଥିଲେ । ସୋ-ସି-ଆ-ଲ ମି-ଡି-ଆରେ କ୍ରିକେଟ ର ପ୍ରଶଂସକ ମାନେ କହିଛନ୍ତି ଯେ ସେ ଜାଣିଶୁଣି ଏହିଭଳି ଟ୍ଵିଟ କରିଛନ୍ତି । ଏହା ସହିତ ଭାରତ ଜିମ୍ବାୱେ ଠାରୁ ମ୍ୟାଚ ଜିତି ସେମିଫାଇନାଲ ରେ ଇଂଲଣ୍ଡ ସହିତ ମ୍ୟାଚ ଖେଳିବାକୁ ଯାଉଅଛି ।

ତେବେ ଭାରତ ଫାଇନାଲ ଯିବାକୁ ନେଇ କ୍ରିକେଟ ପ୍ରେମୀ ଭିନ୍ନ ଭିନ୍ନ ମତ ଦେଇ କହିଛନ୍ତି ଯେ ତାଙ୍କର ସଂପୂର୍ଣ୍ଣ ବିଶ୍ଵାସ ଭାରତୀୟ ଦଳ ଉପରେ ଅଛି ଯେ ସେମାନେ ନିଶ୍ଚିତ ଭାବରେ ଉତ୍ତମ ପ୍ରଦର୍ଶନ କରିବେ । ଏବଂ ବିରାଟ କୋହଲୀ ଙ୍କ ଫ୍ୟାନ୍ସ ମାନେ ବିରାଟ ଙ୍କ ଉପରେ ତାଙ୍କର ବିଶ୍ଵାସ ରହିଅଛି ସେ ନିଶ୍ଚିତ ଭାରତକୁ ସଫଳତାର ଶୀର୍ଷ କୁ ନେଇଯିବେ ।

ଏହି ଟି-20 ବିଶ୍ଵକପ କୁ କ୍ରିକେଟ ପ୍ରେମୀ ବହୁତ ଆଗ୍ରହ ର ସହିତ ଦେଖୁଥିବାର ନଜର ଆସିଛନ୍ତି । ସୋ-ସି-ଆ-ଲ ମି-ଡି-ଆ ରେ ସବୁଆଡେ ଭାରତ ର ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳିଅଛି । ବିରାଟ ଙ୍କ ଜନ୍ମଦିନ ନଭେମ୍ବର ୫ ତାରିଖରେ ଥିବା ବେଳେ ୬ ତାରିଖ ରେ ଜିମ୍ବାୱେ ସହିତ ମ୍ୟାଚ ଥିଲା ତେବେ ମ୍ୟାଚ ଜିତିବା ପରେ ବିରାଟ ଙ୍କ ଫ୍ୟାନ୍ସ ପୁନ୍ନର୍ବାର ଜନ୍ମଦିନ ର ଶୁଭେଛା ଜଣାଇଥିବାର ଦେଖିବାକୁ ମିଳିଥିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *