‘ପଇସା ପାଇଁ ମୁଁ ବାହା ହେଲି, ମୁଁ କଣ ଭିକାରି ଥିଲି ? ଆପଣ ମାନେ ପରା ଆମକୁ ଏତେ ଟଙ୍କା…’ ଟଙ୍କା ପାଇଁ ବିବାହ ବିବାଦରେ କଣ କହିଲେ Priyanka

ଦର୍ଶକ ବନ୍ଧୁ ଓଲିଉଡ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀଙ୍କୁ ସାରା ଓଡିଶା ଜାଣିଛି । ତାଙ୍କର ଜବରଦସ୍ତ ଅଭିନୟ ଏବଂ ତାଙ୍କ ସୁନ୍ଦରତା ପାଇଁ ସେ ସୁନାମ ଅର୍ଜନ କରିଛନ୍ତି । ଆମ ରାଜ୍ୟରେ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ପ୍ରିୟଙ୍କା ନିଜ ଦମଦାର ଅଭିନୟ ପାଇଁ ଜଣାଶୁଣା । ସେ ଅଧିକାଂଶ ସମୟ ନିଜ ସୁନ୍ଦରତା ପାଇଁ ଚର୍ଚ୍ଚାରେ ରୁହନ୍ତି । ହେଲେ ଗତ କିଛି ଦିନ ହେବ ସେ ତାଙ୍କ ବିବାହ ପାଇଁ ସବୁ ଆଡେ ଚର୍ଚ୍ଚାରେ ଅଛନ୍ତି ।

ସ୍ମାରକ ଦାସ ନାମକ ଜଣେ ବ୍ୟକ୍ତିଙ୍କ ସହ ପ୍ରିୟଙ୍କା ପ୍ରେମ ବିବାହ କରିଛନ୍ତି ଆଉ ଏହି ବିବାହରେ ସେ ବହୁତ ଖୁସି ମଧ୍ୟ ଅଛନ୍ତି । ହେଲେ କିଛି ଲୋକ ପ୍ରିୟଙ୍କାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ସେମାନେ କହୁଛନ୍ତି ପ୍ରିୟଙ୍କା ଟଙ୍କା ପାଇଁ ଏହି ବିବାହ କରିଛନ୍ତି । ଏସବୁ କଥା ଜାଣିବା ପରେ ପ୍ରିୟଙ୍କା ଗଣମାଧ୍ୟମ ଆଗରେ ନିଜର ଏକ ସାକ୍ଷାତ୍କାର ଦେଇଛନ୍ତି ।

ଯେଉଁଥିରେ ସେ ଏହାକୁ ନେଇ ନିଜର ମତ ରଖିଛନ୍ତି । ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ପ୍ରିୟଙ୍କା ଏନେଇ କହିଛନ୍ତି-‘ଏଠି କଳାକାର ମାନେ ଭିକାରି ନୁହନ୍ତି ଆପଣ ମାନେ କଳାକାରକୁ ଭିକାରି ବୋଲି ଭାବୁଛନ୍ତି ବୋଲି ଆପଣ କହୁଛନ୍ତି ପଇସା ପାଇଁ ବାହା ହେଲା । ତା ମାନେ କଣ ମୁଁ ଭିକାରି ଥିଲି ପଇସା ପାଇଁ ବାହା ହେଇଗଲି ।

କେହି ବି କଳାକାର ଭିକାରି ନାହାନ୍ତି ଆମେ କାମ କରୁଛୁ ଆମକୁ କଣ ଆମ ପାରିଶ୍ରମିକ ଦେଉ ନାହାନ୍ତି । ଆପଣ ମାନେ ପରା ଆମକୁ ଡାକୁ ଛନ୍ତି ବଡ ବଡ ସୋ କରିବା ପାଇଁ ଆପଣ ମାନେ କଣ ଜାଣି ନାହାନ୍ତି ଆମକୁ ସୋ କଲେ କେତେ ଟଙ୍କା ମିଳୁଛି । ଆପଣ ମାନେ କଣ ଜାଣି ନାହାନ୍ତି ଆମକୁ ଫିଲ୍ମ କିମ୍ବା ସିରିଏଲ କଲେ କେତେ ଟଙ୍କା ମିଳୁଛି ଆପଣ ମାନେ କଣ ଜାଣି ନାହାନ୍ତି ଆମକୁ ଗୋଟେ ଗୋଟେ ବିଜ୍ଞାପନ କଲେ କେତେ ଟଙ୍କା ମିଳୁଛି ।

ତା ସତ୍ବେ ବି କଣ ଦରକାର ଆଉ ଜଣଙ୍କ ସହ ପଇସା ପାଇଁ ବାହା ହେବାକୁ । ଆମ ପାଖରେ କଣ ପଇସା ନାହିଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ପ୍ରିୟଙ୍କା ନିଜର ମତ ରଖିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *