ବ୍ୟକ୍ତି ର ସ୍ଵଭାବ ଓ ଭବିଷ୍ୟତ ବିଷୟରେ କହିଥାଏ ତା’ର ପାଦର ଆଙ୍ଗୁଠି, ଜାଣନ୍ତୁ କଣ କହୁଛି ଆପଣଙ୍କ ପାଦର ଆଙ୍ଗୁଠି ? -Samudrika Shastra

ନମସ୍କାର, ଆଜି ଆମେ ଆପଣ ମାନଙ୍କୁ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଆପଣଙ୍କ ପାଦର ଆଙ୍ଗୁଠି ଦ୍ଵାରା ଆପଣଙ୍କ ସ୍ୱଭାବ ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ । ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କୌଣସି ବ୍ୟକ୍ତି ର ଶରୀରର ଗଠନ ହିଁ ସେହି ବ୍ୟକ୍ତି ସମ୍ବନ୍ଧରେ ସମ୍ପୂର୍ଣ୍ଣ କଥା ଜଣାଇଥାଏ । ସେହିପରି କୌଣସି ବ୍ୟକ୍ତି ର ପାଦର ଆଙ୍ଗୁଠି ମଧ୍ୟ ସେହି ବ୍ୟକ୍ତି ର ବ୍ୟକ୍ତିତ୍ବ ସମ୍ବନ୍ଧରେ ଅଵଗତ କରାଇଥାଏ । ତେବେ ଆଜି ଆମେ ଆପଣଂକୁ ଆପଣଙ୍କ ପାଦର ଆଙ୍ଗୁଠି ଅନୁସାରେ ଆପଣଙ୍କ ମଧ୍ୟରେ ଥିବା ସ୍ୱଭାବ ସମ୍ବନ୍ଧରେ ଜଣାଇବୁ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ପାଦର ଆଙ୍ଗୁଠି ଆପଣଙ୍କ ସମ୍ବନ୍ଧରେ କଣ କହିଥାଏ ।

୧. ଯେଉଁ ବ୍ୟକ୍ତି ମାନଙ୍କ ପାଦର ବୁଢ଼ା ଆଙ୍ଗୁଠି ବଡ଼ ହୋଇଥାଏ ଏବଂ ବାକି ସମସ୍ତ ଆଙ୍ଗୁଠି ଛୋଟ ଏବଂ ସମାନ ହୋଇଥାଏ, ସେହି ବ୍ୟକ୍ତି ମାନେ ଅତ୍ୟନ୍ତ ଶାନ୍ତ ସ୍ୱଭାବ ର ହୋଇଥାନ୍ତି ଏବଂ ସମସ୍ତ କାର୍ଯ୍ୟ କୁ ଶାନ୍ତିପୂର୍ଣ୍ଣ ଭାବରେ କରିବା ପସନ୍ଦ କରିଥାନ୍ତି ।

ଏହି ବ୍ୟକ୍ତି ମାନେ ବହୁତ ଧର୍ଯ୍ୟବାନ ହୋଇଥାନ୍ତି ଏବଂ କୌଣସି କାର୍ଯ୍ୟ କୁ ଶୀଘ୍ରତା ରେ କରିନଥାନ୍ତି । ସମସ୍ତ କାର୍ଯ୍ୟ କୁ ଭାବି ଚିନ୍ତି କରିଥାନ୍ତି । ଏହି ବ୍ୟକ୍ତି ମାନେ ପ୍ରେମ ମାମଲାରେ ବହୁତ ଗମ୍ଭୀର ହୋଇଥାନ୍ତି । ଏମାନେ ଯେଉଁ ବ୍ୟକ୍ତି ଙ୍କୁ ହୃଦୟ ର ସହିତ ଭଲ ପାଇଥାନ୍ତି ସେମାନଙ୍କ ସହ କେବେବି ସମ୍ପର୍କ ଭାଙ୍ଗନ୍ତି ନାହିଁ ଏବଂ ଜୀବନ ସାରା ନିଜ ଜୀବନସାଥି ଙ୍କ ସାଥ ଦିଅନ୍ତି ।

୨. ଯେଉଁ ବ୍ୟକ୍ତି ମାନଙ୍କ ପାଦର ସମସ୍ତ ଆଙ୍ଗୁଠି ଅର୍ଦ୍ଧକ୍ରମ ଅର୍ଥାତ ବଡ଼ ରୁ ସାନ ହୋଇ ରହିଥାଏ, ସେହି ବ୍ୟକ୍ତି ମାନେ ବହୁତ ଗର୍ବୀ ହୋଇଥାନ୍ତି । ଏମାନେ ସର୍ବଦା ନିଜକୁ ହିଁ ଶ୍ରେଷ୍ଠ ଭାବିଥାନ୍ତି ଏବଂ ନିଜର ହୁକୁମ ସମସ୍ତଙ୍କ ଉପରେ ଚଲାଇଥାନ୍ତି । ଏହି ବ୍ୟକ୍ତି ମାନେ ନିଜର ଏହି ସ୍ୱଭାବ ପାଇଁ ନିଜର ପାର୍ଟନର ଙ୍କ କୌଣସି କଥା ମଧ୍ୟ ଶୁଣି ନଥାନ୍ତି ଏବଂ ସବୁବେଳେ କେବଳ ନିଜ କଥା ହିଁ ଶୁଣିଥାନ୍ତି ।

୩. ଯେଉଁ ବ୍ୟକ୍ତି ମାନଙ୍କ ପାଦର ଦୁଇଟି ଆଙ୍ଗୁଠି ସମାନ ହୋଇଥାଏ ସେହି ବ୍ୟକ୍ତି ମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଏବଂ ସମସ୍ତ କାର୍ଯ୍ୟ କୁ ନିଜର କଠିନ ପରିଶ୍ରମ ଦ୍ୱାରା ପୂର୍ଣ କରିଥାନ୍ତି । ଏହି ବ୍ୟକ୍ତି ମାନେ ସର୍ବଦା ଅନ୍ୟର ପ୍ରଶଂସା କରିଥାନ୍ତି । ଏହି ବ୍ୟକ୍ତି ମାନେ ନିଜ ପରିବାର ର ପ୍ରିୟ ପାତ୍ର ହୋଇଥାନ୍ତି କାରଣ ଏମାନେ ପରିବାର ର ସମସ୍ତ ଦାୟିତ୍ୱ କୁ ବହନ କରିଥାନ୍ତି ।

୪. ଯେଉଁ ବ୍ୟକ୍ତି ମାନଙ୍କ ପାଦର ଦ୍ଵିତୀୟ ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ଅପେକ୍ଷା ବଡ଼ ହୋଇଥାଏ, ସେହି ବ୍ୟକ୍ତି ମାନେ ଅନ୍ୟ ମାନଙ୍କ ଅପେକ୍ଷା ଅଧିକ କ୍ରିଏଟିଭ ହୋଇଥାନ୍ତି ଏବଂ ନିଜର ସମସ୍ତ କାର୍ଯ୍ୟ କୁ ଭିନ୍ନ ଉପାୟରେ କରିବା ପସନ୍ଦ କରିଥାନ୍ତି । ଜୀବନ କୁ ନେଇ ଏହି ବ୍ୟକ୍ତି ମାନଙ୍କ ବିଚାର ଧାରା ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ ଏବଂ ଏମାନେ ସେହି ହିସାବ ରେ ନିଜର ସମସ୍ତ କାର୍ଯ୍ୟ କୁ ପୂର୍ଣ୍ଣ କରିଥାନ୍ତି । ଏହି ବ୍ୟକ୍ତି ମାନଙ୍କୁ ପରିବାରର ବହୁତ ଭଲ ପାଇବା ମିଳିଥାଏ ଏବଂ ଏହି ବ୍ୟକ୍ତି ମାନେ ସମସ୍ତଙ୍କ ସହିତ ମିଳିମିଶି ରହିବାକୁ ପସନ୍ଦ କରିଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *