ଏମିତି ମହିଳା ମାନେ ହୋଇଥାନ୍ତି ପବିତ୍ର, ଘରକୁ ବନେଇ ଦିଅନ୍ତି ସ୍ଵର୍ଗ – Chanakya Neeti

ବନ୍ଧୁଗଣ ଏହି ଦୁନିଆରେ ଥିବା ପ୍ରତ୍ୟେକ ମହିଳାଙ୍କର ବିଚାରଧାରା ଭିନ୍ନ ଭିନ୍ନ ହୋଇଥାଏ । କୌଣସି ଲୋକ ମହିଳା ମାନଙ୍କର ବିଚାରଧାରା ବିଷୟରେ କହିପାରିବ ନାହିଁ । ବନ୍ଧୁଗଣ ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ ମହିଳାଙ୍କ ସହ ଜଡିତ କିଛି ଗୁରୁତ୍ଵପୂର୍ଣ୍ଣ କଥା କହିଛନ୍ତି, ଯାହା ବିଷୟରେ ପୁରୁଷ ମାନେ ଜାଣିବା ନିହାତି ଆବଶ୍ୟକ । ତାହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଚାଣକ୍ୟଙ୍କ ବିଚାର ଅନୁସାରେ ଏମିତି କିଛି ମହିଳା ଅଛନ୍ତି ଯେଉଁମାନେ ସବୁବେଳେ ମିଥ୍ୟାବଚନ କହିଥାନ୍ତି । ଏହି ଗୁଣ ପାଇଁ ସେମାନେ ବହୁତ ଥର ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି । ବନ୍ଧୁଗଣ ଚାଣକ୍ୟଙ୍କ ଅନୁସାରେ ଏହି ମହିଳା ମାନଙ୍କ ଉପରେ ବିଶ୍ଵାସ କରିବା ମୁର୍ଖାମି ଅଟେ । ମିଥ୍ୟାବଚନ, ଛଳ, ଲୋଭ ଓ ଅହଂକାର ଆଦି ଏହି ମହିଳା ମାନଙ୍କ ମନରେ ରହିଥାଏ । ତେବେ ଏହି ଅମହିଳା ମାନଙ୍କୁ ଆପଣ କିପରି ଚିହ୍ନିବେ ତାହା ମଧ୍ୟ ଚାଣକ୍ୟ ଉଲ୍ଲେଖ କରିଛନ୍ତି । ଏହା ଛଡା ଆଉ କିଛି ମହିଳା ଅଛନ୍ତି ଯେଉଁ ମାନେ ବହୁତ ପବିତ୍ର ହୋଇଥାନ୍ତି ।

ବନ୍ଧୁଗଣ ଚାଣକ୍ୟଙ୍କ ଅନୁସାରେ ଅଗ୍ନି, ବାୟୁ, ଜଳ, ସ୍ତ୍ରୀ, ମୂର୍ଖ ଓ ସାପ କେବେ ବି ଘାତକ ହୋଇପାରନ୍ତି । ନିଜର ସୁରକ୍ଷାକୁ ସାମ୍ନାରେ ରଖି ସବୁବେଳେ ଏମାନଙ୍କ ଠାରୁ ସତର୍କତା ଅବଲମ୍ବନ କରିବା ଉଚିତ । ଚାଣକ୍ୟଙ୍କ ଅନୁସାରେ ସ୍ତ୍ରୀ ମାନଙ୍କ ମନ କେବେ ହେଲେ ସ୍ଥିର ରହିନଥାଏ । ସେମାନଙ୍କ ମନ ସବୁବେଳେ ଅସ୍ଥିର ରହିଥାଏ, ସେଥିପାଇଁ କେବେ ହେଲେ ଏମିତି ସ୍ତ୍ରୀ ମାନଙ୍କ ଉପରେ ବିଶ୍ଵାସ କରିବା ଉଚିତ ନୁହେଁ, ଯେଉଁମାନେ ସର୍ବଦା ମିଛର ସାହାରା ନିଅନ୍ତି ।

ଚାଣକ୍ୟଙ୍କ ଅନୁସାରେ ପଣ୍ଡିତ ମାନଙ୍କ ଠାରୁ କଥା ବାରତାର ଶୈଳୀ, ଜୁଆରିଙ୍କ ଠାରୁ ମିଛ କହିବାର କଳା, ରାଜକୁମାରଙ୍କ ଠାରୁ ନମ୍ରତା ଆଦି ଶୈଳୀ ଶିଖା ଯାଇ ପାରିବ । ବନ୍ଧୁଗଣ ଚାଣକ୍ୟଙ୍କ ମତରେ ସେହି ସ୍ତ୍ରୀ ପବିତ୍ର ଅଟେ ଯିଏ ଘର ଅଗଣା ମଧ୍ୟରେ ରହିଥାଏ । ଯେଉଁ ଝିଅ ନିଜ ସ୍ଵାମୀକୁ କେବେ ହେଲେ ମିଛ କଥା କହିନଥାଏ, ଯେଉଁ ଝିଅର ମନ ଧାର୍ମିକ ଦିଗରେ ରହିଥାଏ ଓ ଯେଉଁ ଝିଅ ନିଜ ଘର ପରିବାର ପାଇଁ ସମସ୍ତ ପ୍ରକାରର କଷ୍ଟ କରିଥାଏ ସେହି ଝିଅ ହେଉଛି ପବିତ୍ର ।

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ୪ଟି କଥା ସବୁବେଳେ ଗୁପ୍ତ ରଖିବା ଉଚିତ, ତାହା କଣ ଆସନ୍ତୁ ଜାଣିବା ସେହି ୪ଟି କଥା ।

୧. ଚାଣକ୍ୟଙ୍କ ଅନୁସାରେ ଯଦି ଆପଣଙ୍କର ଧନ ହାନୀ ହେଉଥାଏ ତା ହେଲେ ଏହାକୁ ସମସ୍ତଙ୍କ ପାଖରେ ଗୁପ୍ତ ରଖନ୍ତୁ । ଯଦି ଆପଣ ଅନ୍ୟ କାହାକୁ ଏହା ବିଷୟରେ କହିବେ ତା ହେଲେ ଆପଣଙ୍କ ପ୍ରତିଷ୍ଠା ନଷ୍ଟ ହୋଇପାରେ ଓ ଅନ୍ୟ ଲୋକମାନେ ଆପଣଙ୍କୁ ସମ୍ମାନ ଦେବେ ନାହିଁ । ତେଣୁ ଏହି ସବୁ କଥା ବିଷୟରେ କେବେ ହେଲେ କାହାକୁ କହିବେ ନାହିଁ ।

୨. ବନ୍ଧୁଗଣ ଚାଣକ୍ୟଙ୍କ ମତରେ ଯଦି ଆପଣଙ୍କ ମନରେ କୌଣସି ଦୁଃଖ ରହିଥାଏ ତା ହେଲେ ଆପଣ ସେହି ଦୁଃଖ ବିଷୟରେ କୌଣସି ଲୋକକୁ କହିବେ ନାହିଁ । ବନ୍ଧୁଗଣ ଏହି ଦୁନିଆରେ ବହୁତ କମ ସୁର୍ଜନ ଲୋକ ରହିଛନ୍ତି । ହୋଇପାରେ ଯଦି ଆପଣ ନିଜ ଦୁଃଖ ବିଷୟରେ ସେହି ଲୋକକୁ କହିବେ ତା ହେଲେ ସେହି ଲୋକ ଆପଣଙ୍କ ମଜାକ ମଧ୍ୟ ଉଡାଇ ପାରେ ।

୩. ଚାଣକ୍ୟଙ୍କ ମତରେ ସାଧାରଣତଃ ପୁରୁଷ ମାନଙ୍କୁ ନିଜ ଘରର କଥା ବିଷୟରେ ଅନ୍ୟ କାହା ସାମ୍ନାରେ କହିବା ଉଚିତ ନୁହେଁ । ବିଶେଷ ରୂପରେ ନିଜ ପତ୍ନୀର ଚରିତ୍ର ଉପରେ କୌଣସି କଥା କାହାକୁ କହିବା ଉଚିତ ନୁହେଁ । ଏମିତି କରୁଥିବା ପୁରୁଷ ମାନଙ୍କର ପ୍ରତିଷ୍ଠା ଓ ସମ୍ମାନର ନାଶ ହୋଇଥାଏ ।

୪. ଚାଣକ୍ୟଙ୍କ ମତରେ ଜୀବନରେ ମିଳିଥିବା ଅପମାନ ବିଷୟରେ କୌଣସି ଲୋକ ସାମ୍ନାରେ ଚର୍ଚା କରିବା ଉଚିତ ନୁହେଁ । ଏହା ଦ୍ଵାରା ଆପଣର ଥଟ୍ଟା ର ପାତ୍ର ହୋଇ ପାରନ୍ତି । ତେଣୁ ଭୁଲ ସେ ମଧ୍ୟ ଏହି ସବୁ କଥା ବିଷୟରେ କୌଣସି ଲୋକକୁ କହିବେ ନାହିଁ । ସବୁବେଳେ ଏହି ୪ଟି କଥାକୁ ଗୁପ୍ତ ରଖିବେ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ଚାଣକ୍ୟ ନୀତି ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲାନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *