ମୁମ୍ବାଇର ଏକ ଟ୍ୟାକ୍ସି ଦ୍ଵାରା ବ୍ୟାପିଲା କରୋନା, ପାଞ୍ଚ ଜଣ ସଂକ୍ରମିତ ଥିବା ସମୟରେ ଜଣେ ବୟଷ୍କ ବ୍ୟକ୍ତିଙ୍କ ମୃତ୍ୟୁ

ଭାରତରେ କାରୋନା ଭାଇରସ ରେ ସଂକ୍ରମିତ ଲୋକ ସଂଖ୍ୟା ମହାରାଷ୍ଟ୍ରରେ ସର୍ବାଧିକ ଅଟେ । ବର୍ତ୍ତମାନ ପର୍ଯ୍ୟନ୍ତ 42 ଜଣ ଲୋକ ମହାରାଷ୍ଟରେ ଏହି ରୋଗରେ ଆକ୍ରାନ୍ତ ଅଛନ୍ତି । ଚୀନରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ଏବେ ସାରା ବିଶ୍ଵ ପାଇଁ ସଙ୍କଟର କାରଣ ହୋଇଛି । ବର୍ତମାନ ଏହି ଭାଇରସ ଭାରତକୁ ମଧ୍ୟ ପ୍ରବେଶ କରିସାରିଛି । ଭାରତରେ ଏହି ଭାଇରସ ଦ୍ଵାରା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୧୪୭ରେ ପହଞ୍ଚିଛି। ଓ ଏହି ଭାଇରସ ଦ୍ଵାରା ଭାରତରେ ୩ ଜଣଙ୍କର ମୃତ୍ୟୁ ହୋଇସାରିଛି । ମହାରାଷ୍ଟ୍ରରେ ମଙ୍ଗଳବାର ଦିନ ଏକ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏକ ସୂତ୍ରରୁ ଜଣାପଡିଛି କି ଏହି ବୟସ୍କ ବ୍ୟକ୍ତି ଯେଉଁ ଟ୍ୟାକ୍ସିରେ ବସିଥିଲେ ସେହି ଟ୍ୟାକ୍ସିରେ ତାଙ୍କ ପୂର୍ବରୁ ବସିଥିବା ୫ଜଣ ମଧ୍ୟ କରୋନାରେ ଆକ୍ରାନ୍ତ ଅଛନ୍ତି।

ଦୁବାଇରୁ ଭାରତ ଆସିଥିବା ପତି-ପତ୍ନୀ ଓ ତାଙ୍କ ଝିଅ ମଧ୍ୟ ଏହି ଟ୍ୟାକ୍ସିରେ ଯାତ୍ରା କରିଥିଲେ । ସେମାନେ ମୁମ୍ବାଇ ଏୟାରପୋର୍ଟରୁ ପୁନେ ପର୍ଯ୍ୟନ୍ତ ଟ୍ୟାକ୍ସିରେ ଯାତ୍ରା କରିଥିଲେ । ସେମାନଙ୍କ ପରେ ସେହି ଟ୍ୟାକ୍ସିରେ ୨ ଜଣ ଯାତ୍ରା କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ଏହା ଅଟେ କି ସେହି ଟ୍ୟାକ୍ସିରେ ଯାତ୍ରା କରିଥିବା ସମସ୍ତ ଯାତ୍ରୀଙ୍କର କରୋନା ପଜିଟିଭ ଆସିଥିଲା । ପରେ ପରେ ସେହି ବୟସ୍କ ଲୋବ୍ୟକ୍ତି ଜଣକ ସେହି ଟ୍ୟାକ୍ସିରେ ମଧ୍ୟ ଯାତ୍ରା କରିଥିଲେ। ଓ ତାଙ୍କର ମଧ୍ୟ କରୋନା ପଜିଟିଭ ବାହାରିଥିଲା ଓ ସେ ମଧ୍ୟ ସଂକ୍ରମିତ ହୋଇଥିଲେ ।

କରୋନାରେ ସଂକ୍ରମିତ ଥିବା ଏହି ୬୪ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କର ମଙ୍ଗଳବାର ଦିନ ମୃତ୍ୟୁ ଘଟିଛି । ସେ ଦୂବାଇ ଯାତ୍ରାରେ ଯାଇଥଲେ । ମହାରାଷ୍ଟ୍ରରେ କୋବିଡ-୧୯ ରେ ମୃତ୍ୟୁବରଣ କରିଥିବା ପ୍ରଥମ ଲୋକ ଏହି ବୃଦ୍ଧ ବ୍ୟକ୍ତି ଅଟନ୍ତି । ଯାହାଙ୍କୁ ଭାରତରେ କୋରୋନାରେ ପୀଡିତ ୩ୟ ମୃତକ ବୋଲି କୁହାଯାଉଛି । ସେଠାକାର ମୁମ୍ବାଇ ନଗର ନିଗମ ଆୟୁକ୍ତ ପ୍ରବୀଣ ପରଦେଶୀ କହିଛନ୍ତି କି ମୃତକଙ୍କର ମୁମ୍ବାଇ ର ସରକାରୀ କସ୍ତୁରବା ମେଡିକାଲରେ ଚିକିତ୍ସା ଚାଲିଥିଲା । ସେହି ବୃଦ୍ଧ ଜଣକ କରୋନା ବ୍ୟତିତ ଅନ୍ୟ ରୋଗରେ ମଧ୍ୟ ପୀଡିତ ଥିଲେ ।

ସେ କହିଛନ୍ତି କି ତାଙ୍କର ଉଚ୍ଚ ରକ୍ତଚାପ ଥିବା ସଙ୍ଗେ ସଙ୍ଗେ ଗମ୍ଭୀର ଭାବେ ନିମୋନିଆରେ ମଧ୍ୟ ସେ ପୀଡିତ ଥିଲେ । ତାଙ୍କର ମୃତ୍ୟୁ ହେବା ପୂର୍ବରୁ ତାଙ୍କ ହାର୍ଟବିଟ ର ଗତି ବଢିଯାଇଥିଲା । ପ୍ରବୀଣ ପରଦେଶୀ ଏହା ମଧ୍ୟ କହିଛନ୍ତି କି ତାଙ୍କର ମୃତ୍ୟୁର କାରଣ କୋବିଡ- ୧୯ କହିବା ଭୁଲ ହେବ ।

ରାସ୍ତା ଉପରେ ପାନ ଛେପ ପକାଇଲେ ୧୦୦୦ ଟଙ୍କା ଫାଇନ।

ମହାରାଷ୍ଟରେ କରୋନାର ପ୍ରଭାବ ଦୃତଗତିରେ ବଢୁଥିବାରୁ ମୁମ୍ବାଇ ମହାନଗର ପୌରପାଳିକା ବଡ ପଦକ୍ଷେପ ନେଇଛି । ଏବେ ମୁମ୍ବାଇର ରାସ୍ତାରେ କିମ୍ବା ସାର୍ବଜନୀନ ଜାଗାରେ ଛେପ ପକାଇଲେ ୧୦୦୦ଟଙ୍କା ଜୋରିମାନା ଦେବାକୁ ପଡିବ। ଯେଉଁଥି ପାଇଁ କି ରାସ୍ତା ସାରା ସେନ୍ସର ଓ ସିସିଟିଭି ଲଗାଯିବ । ଆପଣଙ୍କୁ କଣ ଲାଗୁଛି ଆମ ଓଡିଶାରେ ମଧ୍ୟ ଏହିଭଳି ନିୟମ କରାଯିବା ଉଚିତ ନା ନାହିଁ କମେଣ୍ଟ କରନ୍ତୁ । ଆମ ସହିତ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *