Ollywood ର ସୁପର ଷ୍ଟାର Babusan Mohanty ଙ୍କ ସମ୍ପତ୍ତି କେତେ ଜାଣି ଆପଣ ଆଶ୍ଚର୍ଯ୍ୟ ହେଇ ଯିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ କଳାକାର ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି କଳାକାର ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ବାବୁସାନ ମହାନ୍ତି ।

ବାବୁସାନ ମହାନ୍ତି ହେଉଛନ୍ତି ଏକ ପ୍ରସିଦ୍ଧ ଅଭିନେତା ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି । ବାବୁସାନଙ୍କ ଅଭିନୟ ଓ ଷ୍ଟାଇଲକୁ ସମସ୍ତ ଲୋକ ବେସ ପସନ୍ଦ କରନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ବାବୁସାନଙ୍କ ପରିବାର ଓ ତାଙ୍କ ସମ୍ପତ୍ତି ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ବାବୁସାନ ମହାନ୍ତିଙ୍କ ପରିବାର ଓ ତାଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବାବୁସାନଙ୍କ ବାପାଙ୍କ ନାମ ହେଉଛି ଉତ୍ତମ ମହାନ୍ତି ଓ ତାଙ୍କ ମାଙ୍କ ନାମ ହେଉଛି ଅପରାଜିତା ମହାନ୍ତି । ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ମଧ୍ୟ ଓଡିଆ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର ଅଟନ୍ତି ।

ଆପଣ ମାନେ ସମସ୍ତେ ତାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ବାବୁସାନଙ୍କ ପତ୍ନୀଙ୍କ ନାମ ହେଉଛି ତୃପ୍ତି ଶତପଥି । ବାବୁସାନଙ୍କୁ ଓଡିଆ ଇଣ୍ଡଷ୍ଟ୍ରିରେ ଆଣିଥିଲେ ହର ପଟ୍ଟନାୟକ । ବାବୁସାନଙ୍କ ପ୍ରଥମ ଫିଲ୍ମ ହେଉଛି ‘ରୋମିଓ’ । ସେ ଏହି ଫିଲ୍ମରେ ମୁଖ୍ୟ ଅଭିନେତା ରୂପେ କାମ କରି ୨୦୦୯ ମସିହାରେ ଓଡିଆ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ।

ସେବେଠାରୁ ବାବୁସାନ ୩୭ଟି ଓଡିଆ ଫିଲ୍ମ କରିସାରିଛନ୍ତି । ବାବୁସାନ ଏକ ଅଭିନେତା ହେବା ସହ ଏକ ଗାୟକ ମଧ୍ୟ ଅଟନ୍ତି । ସେ ୬ ଜୁଲାଇ ୨୦୧୪ ମସିହାରେ ତାଙ୍କ ପିଲା ଦିନର ସାଙ୍ଗ ତୃପ୍ତି ଶତପଥିଙ୍କ ସହ ବିବାହ କରିଥିଲେ । ବାବୁସାନଙ୍କ ପାଖରେ ୬୦ ଲକ୍ଷ ଟଙ୍କାର ଏକ ଅଡି କାର ଅଛି ଓ ତାଙ୍କ ପାଖରେ ୧୭ ଲକ୍ଷ ଟଙ୍କାର ଏକ ହାର୍ଲେ ଡେଭିଡସନର ବାଇକ ମଧ୍ୟ ଅଛି ।

ବାବୁସାନ ମହାନ୍ତିଙ୍କ ମୋଟ ସମ୍ପତ୍ତି ହେଉଛି ୪୦ କୋଟି ଟଙ୍କା । ବାବୁସାନ ମହାନ୍ତି ଗୋଟେ ଓଡିଆ ଫିଲ୍ମ କରିବା ପାଇଁ ୩୦ ରୁ ୫୦ ଲକ୍ଷ ଟଙ୍କାର ଡିମାଣ୍ଡ କରନ୍ତି । ଗୋଟେ ଗୀତ ଗାଇବା ପାଇଁ ସେ ୩ ରୁ ୫ ଲକ୍ଷ ଟଙ୍କାର ଡିମାଣ୍ଡ କରନ୍ତି । ଏହା ସହ ସେ ଗୋଟେ ବିଜ୍ଞାପନ କରିବା ପାଇଁ ୫ ରୁ ୧୦ ଲକ୍ଷ ଟଙ୍କା ଡିମଣ୍ଡ କରନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତା ବାବୁସାନ ମହାନ୍ତି କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *