କଣ ପୁଣି ଫେରିବ ଲକଡାଉନ ? ଦିନକୁ ଦିନ ବଢି ଚାଲିଛି Omicron ର ଭୟ, ଦେଖନ୍ତୁ ଏ ନେଇ କଣ ସତର୍କ ସୂଚନା ଦେଲା WHO ?

ନମସ୍କାର ବନ୍ଧୁଗଣ ତେବେ ଭାରତ ତଥା ସମଗ୍ର ବିଶ୍ୱରେ ଧୀରେ ଧୀରେ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ ବୃଦ୍ଧି ପାଇବାରେ ଲାଗିଛି । ନୂଆ କୋଭିଡ ଭାରିଏଣ୍ଟ୍ ପୁଣି ଥରେ ବିଶ୍ୱରେ ଆତଙ୍କ ଖେଳାଇପାରେ ବୋଲି ସତର୍କ କରାଇଛନ୍ତି ବୈଜ୍ଞାନିକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓମିକ୍ରନକୁ ଅଫ୍ କନସର୍ନ ଶ୍ରେଣୀଭୁକ୍ତ କରିସାରିଛି । ହେଲେ ବର୍ତ୍ତମାନ ବ୍ରିଟେନର ବୈନିକମାନଙ୍କ ଦ୍ୱାରା ହୋଇଥିବା ଅଧ୍ୟୟନର ଫଳାଫଳ ଆସିଛି ଯାହା ସମସ୍ତଙ୍କୁ ଭୟଭୀତ କରୁଛି ।

ତେବେ ଓମିକ୍ରନ୍ ଭୟ ଭିତରେ କଟକଣା ତଥା ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ନଗଲେ ଆସନ୍ତା ବର୍ଷ ଏପ୍ରିଲ୍ ସୁଦ୍ଧା ବ୍ରିଟେନରେ ନୂଆ ଭାରିଏଣ୍ଟ ଯୋଗୁଁ ୨୫,୦୦୦ରୁ ୭୫୦୦୦ ମୃତ୍ୟୁ ହେବାର ଆଶାଙ୍କା ଥିବା ଅଧ୍ୟୟନରେ ଚେତାବନୀ ଦିଆଯାଇଛି । ଏହି ଅଧ୍ୟୟନ ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଏବଂ ଟ୍ରପିକାଲ୍ ମେଡିସିନ୍ ଏବଂ ଦକ୍ଷିଣ ଆଫ୍ରିକାର ଷ୍ଟେଲେନବୋଶ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଦ୍ୱାରା ମିଳିତ ଭାବେ କରାଯାଇଛି ।

ବର୍ତ୍ତମାନ ଓମିକ୍ରନ୍ ଅନ୍ୟ ଦେଶ ଅପେକ୍ଷା ବ୍ରିଟେନରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ପ୍ରତିଦିନ ନୂଆ ଭାରିଏଣ୍ଟରେ ୬୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଗାମୀ ସମୟରେ ସଂକ୍ରମଣ ବଢ଼ିପାରେ ବୋଲି କୁହାଯାଉଛି । ଅଧ୍ୟୟନରେ ଅନୁସାରେ ବ୍ରିଟେନରେ ଓମିକ୍ରନ୍ B.1.1.1.529 ଭାରିଏଣ୍ଟ୍ ପାଇଁ SARSCoV2 ଶୀଘ୍ର ବ୍ୟାପିପାରେ । ବେଳହୁଁ କଠୋର ପଦକ୍ଷେପ ଗ୍ରହଣ କରା ନଗଲେ, ଆଲଫା ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ।

ତେବେ ଓମିକ୍ରନ୍ ଭାରିଏଣ୍ଟ୍ ୟୁରୋପରେ ବିଶେଷକରି ବ୍ରିଟେନ ଏବଂ ଡେନମାର୍କରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ତେବେ ବର୍ତ୍ତମାନ ସୁଦ୍ଧା ଏହାର ଗମ୍ଭୀର ଲକ୍ଷଣ ସମ୍ପର୍କରେ କୌଣସି ସୂଚନା ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଅନୁସାରେ ଡେଲଟା ତୁଳନାରେ ଏହି ଭାରିଏଣ୍ଟର ଲକ୍ଷଣ ଗୁଡ଼ିକ ସାମାନ୍ୟ ଅଟେ । କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

ଭାରତରେ ମଧ୍ୟ ବର୍ତ୍ତମାନ ଓମିକ୍ରନ୍ ଭାରିଏଣ୍ଟ୍ ଅନେକ ବଡ ସହରରେ ବ୍ୟାପିବାରେ ଲାଗିଛି । ଦେଶରେ ଏପର୍ଯ୍ୟନ୍ତ ୩୮ ସଂକ୍ରମିତ ଏବଂ କୁହାକାଉଛି କି ହୋଇ ପାରେ ଜାନୁଆରୀ ରେ ଯଦି ବଡ଼ ଧରଣ ର ଏହି ଓମିକ୍ରନ ଆସିଲେ ତେବେ ଲକଡାଉନ ର ସମ୍ଭାବନା ଆସିପାରେ । ତେବେ କରୋନାର ନୂଆ ଭାରିଏଣ୍ଟ୍‌କୁ ନେଇ ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ । ଭୟଭୀତ ନହୋଇ କେମିତି ସଂକ୍ରମଣ ରୋକା ଯାଇ ପାରିବ ସେସମ୍ପର୍କରେ ଚିନ୍ତା କରିବା ଆବଶ୍ୟକ ।

ସଂକ୍ରମଣକୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧନ୍ତୁ । ଯଦି ବାହାରକୁ କୌଣସି କାମରେ ଯାଉଛନ୍ତି ତା’ହେଲେ ଡବଲ୍‌ ମାସ୍କ ପିନ୍ଧି ପାରିବେ । ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଟିକା ନେଇ ନାହାନ୍ତି ସେମାନେ ତୁରନ୍ତ ଟିକା ନିଅନ୍ତୁ । ଏହା ସହ ତୁରନ୍ତ ଟେଷ୍ଟ କରାଇ ନିଅନ୍ତୁ । ଯଦି ଆପଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ତା’ହେଲେ ନିଜକୁ ସଂଗରୋଧ କରନ୍ତୁ । ଯଦି ସମସ୍ତେ ଠିକ୍‌ ଭାବେ କୋଭିଡ୍‌ ଗାଇଡ୍‌ଲାଇନ୍ସକୁ ପାଳନ କରିବେ ତା’ହେଲେ ଲକ୍‌ଡାଉନ୍‌ କି କୌଣସି ପ୍ରତିବନ୍ଧକର ଆବଶ୍ୟକତା ପଡ଼ିବ ନାହିଁ । ତେବେ ଏହି ଲେଖା ରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *