ଓଲିଉଡ ରେ ଖେଳିଗଲା ଶୋକର ଛାୟା, ଦୁନିଆ ଛାଡି ଚାଲିଗଲେ ଆଉ ଜଣେ ବରିଷ୍ଠ ଅଭିନେତା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭାରତ ହେଉଛି ଏକ କଳା ଓ କଳାକାର ମାନଙ୍କ ଦେଶ । ଏହି ଦେଶରେ ଅନେକ କଳାକାର ଜନ୍ମ ଗ୍ରହଣ କରିଛନ୍ତି ଏବଂ ନିଜର କଳା ର ପ୍ରଦର୍ଶନ କରିଛନ୍ତି । ତେବେ ବିଗତ ଦୁଇ ବର୍ଷ ହେବ କିଛି କଳାକାର ଏହି ଦୁନିଆ ଛାଡି ଚାଲି ଯାଇଛନ୍ତି । ତେବେ ସେହି କଳାକାର ମାନଙ୍କ ମଧ୍ୟ ରୁ ଜଣେ ବରିଷ୍ଠ କଳାକାର ଆଜି ଏହି ଦୁନିଆ ଛାଡ଼ି ଚାଲି ଯାଇଛନ୍ତି । ଯାହା ଏକ ଦୁଃଖଦ ବିଷୟ । ତେବେ କଳାହାଣ୍ଡି ସ୍ଥିତ ୮୩ ବର୍ଷ ରେ ମୃ-ତ୍ୟୁ ବରଣ କରିଛନ୍ତି ଲେଖକ, ନିର୍ଦେଶକ ତଥା ଏକାଡେମୀ ପୁରସ୍କାର ପ୍ରାପ୍ତ ବଦ୍ରୀନାରାୟଣ ମହାପାତ୍ର ।

ଏହି ବରିଷ୍ଠ କଳାକାର ଜଣକ ଅନେକ ଚଳଚ୍ଚିତ୍ର ରେ ମଧ୍ୟ ନିଜର ଅଭିନୟ ପ୍ରଦର୍ଶନ କରିଥିଲେ । ତାଙ୍କ ଚଳଚ୍ଚିତ୍ର ଗୁଡ଼ିକ ମଧ୍ୟରୁ ‘ସମର୍ପଣ’, ‘ଜନ୍ମଦାତା’, ‘ପଳାତକ’ ଭଳି ଫିଲ୍ମ ଅନ୍ୟତମ । ଏହି ଅଭିନେତା ଏଭଳି ଅନେକ ଫିଲ୍ମ ରେ ନିଜର ନିପୁଣ ଅଭିନୟ ପ୍ରଦର୍ଶନ କରିଥିଲେ ଏବଂ ଦର୍ଶକ ମାନଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ।

କେବଳ ଚଳଚ୍ଚିତ୍ର ରେ ହିଁ ନୁହେଁ ଏହି ଅଭିନେତା ଅନେକ ନାଟକ ରେ ମଧ୍ୟ ନିର୍ଦେଶନା ଦେଇ ଅଭିନୟ ମଧ୍ୟ କରିଛନ୍ତି । ତାଙ୍କର ନାଟକ ଦର୍ଶକ ମାନଙ୍କ ହୃଦୟ ରେ ମଞ୍ଚସ୍ଥ ହୋଇ ବିଶେଷ ସ୍ଥାନ ସୃଷ୍ଟି କରିଛି । ଦର୍ଶକ ମାନେ ତାଙ୍କର ସମସ୍ତ ନାଟକ ଗୁଡ଼ିକୁ ମଧ୍ୟ ବେଶ ପସନ୍ଦ କରିଥିଲେ ଏବଂ ବହୁତ ଭଲ ପାଇବା ମଧ୍ୟ ଦେଇଥିଲେ ।

ତେବେ ଅଭିନେତା ବଦ୍ରୀ ନାରାୟଣ ମହାପାତ୍ର ‘ସମର୍ପଣ’ ଭଳି ଫିଲ୍ମ ରେ ନିଜର ଅଦ୍ଭୁତ ଅଭିନୟ ର ପ୍ରଦର୍ଶନ କରି ଏକାଡେମୀ ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଥିଲେ । ଏହି ଚଳଚ୍ଚିତ୍ର ରେ ତାଙ୍କ ବିପକ୍ଷରେ ଥିଲେ ଓଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ତନ୍ଦ୍ରା ରାୟ ।ତେବେ ଅଭିନେତା, ନିର୍ଦେଶକ ତଥା ଲେଖକ ବଦ୍ରୀନାରାୟଣ ମହାପାତ୍ର ଆଜି ୮୩ ବର୍ଷ ବୟସରେ ମୃ-ତ୍ୟୁ ବରଣ କରିଛନ୍ତି । ତାଙ୍କର ନିଧନ ବୁର୍ଲା ର ଏକ ହସ୍ପିଟାଲରେ ହୋଇଛି ।

‘ଜନ୍ମଦାତା’, ‘ପଳାତକ’ ଭଳି ଫିଲ୍ମ ରେ ନିଜର ଅଭିନୟ ପ୍ରଦର୍ଶନ କରି ଦର୍ଶକ ମାନଙ୍କ ମନୋରଞ୍ଜନ କରିଥିବା ଏହି କଳାକାର ଜଣକ ଆଜି ପରଲୋକ ଗମନ କରିଛନ୍ତି ୮୩ ବର୍ଷ ବୟସ ରେ । ତେବେ ଏହି ମହାନ କଳାକାର ଙ୍କ ନିଧନ ରେ ସମଗ୍ର ଓଲିଉଡ ଇଣ୍ଡଷ୍ଟ୍ରୀ ଶୋକ ପ୍ରକାଶ କରିଛି । ଏହି ବରିଷ୍ଠ ଅଭିନେତା ଙ୍କ ମୃ-ତ୍ୟୁ ଓଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ଏକ ଅପୁରଣୀୟ କ୍ଷତି ।

ଯାହା ପାଇଁ ସମଗ୍ର ଓଲିଉଡ ଇଣ୍ଡଷ୍ଟ୍ରୀ ଦୁଃଖିତ । ଏହା ସହିତ କଳାହାଣ୍ଡି ର ଅଧିବାସୀ ମାନେ ମଧ୍ୟ ବରିଷ୍ଠ କଳାକାର ବଦ୍ରୀନାରାୟଣ ମହାପାତ୍ର ଙ୍କ ଅବଦାନ କୁ ଝୁରୁଛନ୍ତି ଏବଂ ଶୋକ ପ୍ରକାଶ କରୁଛନ୍ତି । ତେବେ ଏହି ମହାନ କଳାକାର ଙ୍କ ଆତ୍ମା ର ସଦ୍ଗତି ନିମନ୍ତେ ଆମେ ମାନେ ମଧ୍ୟ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

Leave a Reply

Your email address will not be published. Required fields are marked *