ଓଡିଶାର ଲୋକପ୍ରିୟ ଅଭିନେତା Sabyasachi Mishra ଙ୍କ ପରିବାର ଓ ସମ୍ପତ୍ତି କେତେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ବା ଓଲିଉଡ ସମଗ୍ର ଭାରତ ରେ ବହୁତ ନାମ କରିସାରିଲାଣି । ଏହା ସମ୍ଭବ ହୋଇପାରିଛି କେବଳ ଓଡ଼ିଆ ସିନେମା ଜଗତ ର ଅନେକ ଉଚ୍ଚକୋଟୀର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପାଇଁ । ଏମାନଙ୍କ ପ୍ରଚେଷ୍ଟା ରେ ଆଜି ଓଡ଼ିଆ ସିନେମା ଜଗତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆମେ ମନୋରଞ୍ଜନ ପାଇଁ ଚଳଚିତ୍ର ଦେଖିଥାଉ ।

ସିନେମା ଟି ସେତେବେଳ ପର୍ଯ୍ୟନ୍ତ ଭଲ ଲାଗି ନ ଥାଏ ଯେତେବେଳ ପର୍ଯ୍ୟନ୍ତ ନାୟକ ଆସି ନ ଥାଏ । ଅନେକ ଫିଲ୍ମ କେବଳ ନାୟକ ମାନଙ୍କ ର ଷ୍ଟାଇଲ ଓ ଆକ୍ସନ ପାଇଁ ହିଁ ହିଟ ହୋଇଯାଇଥାଏ । ସେହିଭଳି ଜଣେ ନାୟକ ହେଉଛନ୍ତି ସବ୍ୟସାଚୀ ମିଶ୍ର । ସବ୍ୟସାଚୀ ନିଜର ଉଚ୍ଚକୋଟୀର ଅଭିନୟ ଦ୍ୱାରା ସମସ୍ତ ଙ୍କ ମନ କୁ ଜିତି ପାରିଛନ୍ତି ।

ତେବେ ଏହି ଅଭିନେତା ଙ୍କ ସମ୍ପତି କେତେ ଜାଣିଲେ ଆପଣ ନିହାତି ଭାବେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ତାଙ୍କ ସମ୍ପତ୍ତି ଵିଷୟରେ । ବନ୍ଧୁଗଣ ଓଲିଉଡ ର ଜଣେ ବହୁତ ବଡ଼ କଳାକାର ହେଉଛନ୍ତି ସବ୍ୟସାଚୀ ମିଶ୍ର । ସବ୍ୟସାଚୀ ମିଶ୍ର ଙ୍କ ର ଜନ୍ମ ସମ୍ବଲପୁର ଜିଲ୍ଲାର ବୁର୍ଲା ଠାରେ ହୋଇଥିଲା । ତାଙ୍କର ପିତା ଜଣେ ଆଇ ଏ ଏସ ଅଫିସର ଅଟନ୍ତି ।

ଏହା ସହିତ ତାଙ୍କ ମାତା ଜଣେ ବହୁତ ବଡ଼ କବି ଅଟନ୍ତି । ତାଙ୍କର ଜଣେ ଭାଇ ଅଛନ୍ତି ସେ ଜଣେ ଟେଲିକମ ଇଞ୍ଜିନିୟର ଅଟନ୍ତି । ସବ୍ୟସାଚୀ ମଧ୍ୟ ଜଣେ ଇଞ୍ଜିନିୟର ଅଟନ୍ତି । ସେ ସମ୍ବଲପୁର ର ସିଲିକନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ରେ ଇଂଜିନିଅରିଂ କରିଥିଲେ ।

ଏହା ପରେ ସେ ଇନ୍ଫୋସିସ ରେ ଚାକିରୀ ମଧ୍ୟ କରିଥିଲେ । ଏହା ପରେ ସେ ଚାକିରୀ ଛାଡି ଦେଇ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପାଦ ରଖିବାକୁ ମନ ବଳାଇଥିଲେ । ଏହା ପରେ ସେ ପ୍ରଥମେ ପ୍ରଥମେ ଓଡ଼ିଆ ଆଲବମ ରେ ନଜର ଆସିଥିଲେ ।

୨୦୦୨ ରୁ ୨୦୦୫ ମସିହା ଯାଏ ସେ ଆଲବମ ଆକ୍ଟର ଭାବେ କାର୍ଯ୍ୟ କରୁଥିଲେ ଏହା ପରେ ହର ପଟ୍ଟନାୟକ ତାଙ୍କ ଭିତରେ ଏକ ଟ୍ୟାଲେଣ୍ଟ ଦେଖିପାରିଥିଲେ ଓ ତାଙ୍କୁ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ଆମନ୍ତ୍ରଣ କରିଥିଲେ । ଏହା ସେ ପ୍ରଥମ କରି ଫିଲ୍ମ ରେ ଅଭିନୟ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ଟି ର ନାମ ହେଉଛି “ପାଗଳ ପ୍ରେମୀ” ।

ସବ୍ୟସାଚୀ ତାଙ୍କର ସମସ୍ତ ସଫଳତା ର ଶ୍ରେୟ ହର ପଟ୍ଟନାୟକ ଙ୍କୁ ଦେଇଥାନ୍ତି । ସେ ତାଙ୍କ ତାଙ୍କର ଗଡ଼ ଫାଦର ବୋଲି ଭାବିଥାନ୍ତି । ସେ ସେ ଦିନ ଠାରୁ ନେଇ ଆଜି ଯାଏ ପାଖାପାଖି ୪୦ ଟି ଫିଲ୍ମ କରିସାରିଛନ୍ତି । ଓଡ଼ିଆ ଫିଲ୍ମ ବ୍ୟତୀତ ସେ ୩ଟି ତେଲୁଗୁ ଫିଲ୍ମ ଓ ୩ଟି ବେଙ୍ଗଲି ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି । ସେ ଅନେକ ଗୁଡିଏ ବ୍ରାଣ୍ଡ ର ବିଜ୍ଞାପନ କରିଥାନ୍ତି । ସେଥିପାଇଁ ତାଙ୍କୁ କେତେବେଳେ ୫ ଲକ୍ଷ ତ ଆଉ କେତେବେଳେ ୧ କୋଟି ମଧ୍ୟ ମିଳିଥାଏ ।

ଏହା ସହିତ ତାଙ୍କର କଟକ ଠାରେ ଏକ ବିଳାସ ପୂର୍ଣ୍ଣ ଘର ରହିଛି । ତାଙ୍କ ପାଖରେ ଅନେକ ଗୁଡିଏ କାର ମଧ୍ୟ ରହିଛି । ଏହା ସହିତ ତାଙ୍କ ପାଖରେ ଅନେକ ଗୁଡିଏ ଦାମୀ ବ୍ରାଣ୍ଡ ର ବାଇକ ମଧ୍ୟ ରହିଛି । ସେ ଗୋଟିଏ ଫିଲ୍ମ ପାଇଁ ୪୦ ରୁ ୫୦ ଲକ୍ଷ ଡିମାଣ୍ଡ କରିଥାନ୍ତି । ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୩୦ କୋଟି ବୋଲି ଅନୁମାନ କରାଯାଉଛି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *