ବନ୍ଧୁଗଣ ଓଡିଶାରେ ପ୍ରଥମ ମହାବାତ୍ୟା ୧୫ ଅକ୍ଟୋବରରୁ ୩ ନଭେମ୍ବର ପର୍ଯ୍ୟନ୍ତ ହୋଇଥିଲା । ପବନର ବେଗ ଥିଲା ୨୫୦ କିମୋଇତର ପ୍ରତି ଘଣ୍ଟା । ଏହି ମହାବାତ୍ୟା ଗଞ୍ଜାମର ଗୋପାଳପୁରରେ ଲ୍ୟାଣ୍ଡଫଲ ହୋଇଥିଲା । ମୋଟ ୧୯୮୮ ଜଣ ଲୋକ ଏହି ବାତ୍ୟାରେ ପ୍ରାଣ ହରାଇଥିଲେ । ଏହି ବାତ୍ୟାରେ ମୋଟ ୩୪ ହଜାର ୧୬୮ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା । କେନ୍ଦ୍ର ସରକାର ଓଡିଶାକୁ ୨୩ ହଜାର ୮୮୫ କୋଟି ଟଙ୍କା କ୍ଷତି ପୂରଣ ପାଇଁ ଦେଇଥିଲେ ।

ଦ୍ଵିତୀୟରେ ଫାଇଲିନ ବାତ୍ୟା ୪ରୁ ୧୪ ଅକ୍ଟୋବର ୨୦୧୩ ମସିହାରେ ହୋଇଥିଲା । ଏହି ବାତ୍ୟାରେ ପବନର ବେଗ ଥିଲା ୨୧୫ କିଲୋମିଟର । ଗଞ୍ଜାମର ଗୋପାଳପୁରରେ ଏହି ବାତ୍ୟା ଲ୍ୟାଣ୍ଡଫଲ କରିଥିଲା । ୨୩ ଜଣ ଲୋକ ଏହି ବାତ୍ୟାରେ ପ୍ରାଣ ହରାଇଥିଲେ । ଏହି ବାତ୍ୟାରେ ମୋଟ ୩୨ ହଜାର ୩୨୧ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା । ୫ ଲକ୍ଷ ହେକ୍ଟର ଜମିର ଫସଲ ନଷ୍ଟ ହୋଇଥିଲା ।
ତୃତୀୟ ନମ୍ବରରେ ରହିଛି ହୁଡ ହୁଡ ବାତ୍ୟା । ପବନର ବେଗ ଥିଲା ୨୧୫ କିଲୋମିଟର ପ୍ରତି ଘଣ୍ଟା । ଲ୍ୟାଣ୍ଡଫଲ କରିଥିଲା ଆନ୍ଧ୍ରର ବିଶାଖପାଟଣାରେ । ୨ ଜଣ ଲୋକ ଏହି ବାତ୍ୟାରେ ଓଡିଶାରୁ ପ୍ରାଣ ହରାଇଥିଲେ ଓ ଆନ୍ଧ୍ରରୁ ୬୧ ଜଣ ଲୋକ ପ୍ରାଣ ହରାଇଥିଲେ । ଏହି ବାତ୍ୟାରେ ମୋଟ ୨୧ ହଜାର ୯୦୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା ।

ଚତୁର୍ଥ ନମ୍ବରରେ ଅଛି ତିତିଲି ବାତ୍ୟା । ପବନର ବେଗ ଥିଲା ୧୭୬ କିଲୋମିଟର ପ୍ରତି ଘଣ୍ଟା । ଗଜପତିରେ ଏହା ଲ୍ୟାଣ୍ଡଫଲ କରିଥିଲା । ୧୨ ଜଣ ଲୋକ ଏହି ବାତ୍ୟାରେ ପ୍ରାଣ ହରାଇଥିଲେ । ୧,୨୭,୦୮୧ ଟି ଘର ଭାଙ୍ଗି ଯାଇଥିଲା ।
ପଞ୍ଚମ ବାତ୍ୟାଟି ହେଉଛି ବୁଲବୁଲ । ପବନର ବେଗ ଥିଲା ୧୯୫ କିମୋମିଟର ପ୍ରତି ଘଣ୍ଟା । ଏହି ବାତ୍ୟାରେ ମୋଟ ୨୭ ହଜାର ୨୪୨ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା । ମୋଟ ୪୩ ଜଣ ଲୋକ ଏହି ବାତ୍ୟାରେ ପ୍ରାଣ ହରାଇଥିଲେ । ୪,୯୦,୦୦୦ ଏକର ଜମିରେ ଫସଲ ନଷ୍ଟ ହୋଇଥିଲା ।

ଷଷ୍ଠ ବାତ୍ୟାଟି ହେଉଛି ଫନି । ପବନର ବେଗ ୨୫୦ କିଲୋମିଟର ପ୍ରତି ଘଣ୍ଟା ଥିଲା । ଏହି ବାତ୍ୟାରେ ଓଡିଶାର ପ୍ରାୟ ୧,୩୦,୦୮୨ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା । ୨ ଜଣ ଲୋକ ପ୍ରାଣ ହରାଇ ଥିଲେ ।
ସପ୍ତମ ବାତ୍ୟାଟି ହେଉଛି ଆମ୍ଫନ । ପବନର ବେଗ ଥିଲା ୨୭୦ କିଲୋମିଟର ପ୍ରତି ଘଣ୍ଟା । ପଶ୍ଚିମବଙ୍ଗର ବଖାଲିରେ ଲ୍ୟାଣ୍ଡଫଲ କରିଥିଲା । ଏହି ବାତ୍ୟାରେ ପ୍ରାୟ ୧,୦୭, ୭୩୫ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା ।

ଅଷ୍ଟମ ବାତ୍ୟା ହେଉଛି ୟସ । ପବନର ବେଗ ଥିଲା ୧୪୦ କିଲୋମିଟର ପ୍ରତି ଘଣ୍ଟା । ବାଲେଶ୍ଵରରେ ଏହା ଲ୍ୟାଣ୍ଡଫଲ କରିଥିଲା । ୬୧୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା ଓ ୨୦ ଜଣ ଲୋକ ପ୍ରାଣ ହରାଇଥିଲେ ।
ନବମ ବାତ୍ୟାଟି ହେଉଛି ଗୁଲାବ । ପବନର ବେଗ ଥିଲା ୮୫ କିଲୋମିଟର ପ୍ରତି ଘଣ୍ଟା । ଏହି ବାତ୍ୟାରେ ଓଡିଶାର ସେତେ କ୍ଷୟ କ୍ଷତି ହୋଇ ନଥିଲା । ଏହା ପାକିସ୍ତାନ, ଇରାନ, ସାଉଦି ଆରବରେ ଅଧିକ କ୍ଷୟ କରିଥିଲା । ୩୪ ଜଣ ଲୋକ ପ୍ରାଣ ହରାଇଥିଲେ ।
ଦଶମ ବାତ୍ୟାଟି ହେଉଛି ଜାୱାଦ । ପବନର ବେଗ ଥିଲା ୭୫ କିଲୋମିଟର ପ୍ରତି ଘଣ୍ଟା । ଓଡିଶାର ଅଧିକ କ୍ଷୟ କ୍ଷତି ହୋଇ ନଥିଲା । ନଡିଆ ଗଛ ପଡି ଶ୍ରୀକାକୁଲମ, ଆନ୍ଧ୍ରରେ ୨ଟି ପିଲା ମରିଯାଇଥିଲେ ।

