ଓଡିଶାର ନୂଆ ସ୍ୱର Stage ରେ ଗୀତ ସାଙ୍ଗକୁ ଏମିତି Comedy କଲେ କମେଡି କିଂଗ Papu Pom Pom, ଦେଖନ୍ତୁ ଗୀତ ସାଙ୍ଗକୁ ତାଙ୍କ କମେଡି ବାଲା ଡାନ୍ସ….

ବନ୍ଧୁଗଣ, ନିକଟରେ ସିଦ୍ଧାର୍ଥ ଫିଲ୍ମର ଏକ ଚଳଚିତ୍ର ଟି ରିଲିଜ ହୋଇଛି ଯାହାର ନାମ “ମିଷ୍ଟର କହ୍ନେୟା” । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ହାସ୍ୟ ଅଭିନେତା ପପୁ ପମ ପମ । ସେ ଏହି ଚଳଚିତ୍ର ମାଧ୍ୟମରେ ଲକ୍ଷାଧିକ ଫ୍ୟାନ୍ସ ଙ୍କ ମୁଖରେ ହସ ଆଣି ପାରିଛନ୍ତି । ତେବେ ବର୍ତ୍ତମାନ ନୂଆ ସ୍ଵର ର ସ୍ଟେଜରେ ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ନିଜର ଅନୁଭୂତି ସମସ୍ତଙ୍କ ସମୁଖରେ ସେୟାର କରିଛନ୍ତି ।

ପପୁ କହିଛନ୍ତି, ଯେ ସ୍ଥାନେ ଯାଇ ସେ ଫଳ ଖାଇ । ଯେଉଁ ଜାଗାକୁ ଯିବ ସେହିଭଳି ଚଳିବାକୁ ପଡିବ । ସେ କଲେଜର ନିୟମ ଅଛି ଯେ କେବଳ ଝିଅ ମାନେ ପଢିବେ । ମାତ୍ର ଯଦି ପ୍ରିନ୍ସପାଲ ଚାହିଁବେ ତେବେ ଗୋଟେ ପୁଅ କୁ ପଢାଇ ପାରିବେ । ଏହା ପରେ ମତେ ଆଡମିସନ ଦିଆଯାଇଛି ।

ମୁଁ ହେଉଛି ଗୋଟିଏ ଜଗତ ବାଳୁଙ୍ଗା, ଗୋଟେ ମହିଳା କଲେଜ ଭିତରକୁ ଯେତେବେଳେ ମୁଁ ଯାଇଛି ସେତେବେଳେ ସେହି ଝିଅ ମାନେ କୁହନ୍ତି ଯେ ତୁ ଆମ କଲେଜ ରେ ଆଡ୍ମିସନ କରିଛୁ ମାନେ ଆମ ଭଳି ଚଳିବୁ । ମାତ୍ର ଏହି ଚଳଚିତ୍ର ରେ ଏହିଭଳି ଅନେକ ସିନ ରହିଛି ବୋଲି ପପୁ କହିଛନ୍ତି ଯାହାକୁ ଦେଖି ଦର୍ଶକେ ବହୁତ ହସିଛନ୍ତି । ଏହାପରେ ସ୍ଟେଜ ଉପରେ ମିଷ୍ଟର କହ୍ନେଇଆ ର ଟାଇଟେଲ ସଙ୍ଗ କୁ ନେଇ ଧୂମ ମଚେଇଥିଲେ ହାସ୍ୟ ଅଭିନେତା ପପୁ ପମ ପମ ।

ଏହି ଚଳଚିତ୍ର ରେ ପପୁ ନିଜେ ଗୋଟିଏ ଗୀତ ନିଜ କଣ୍ଠରେ ଗାଇଛନ୍ତି ବୋଲି ସେ କହିଛନ୍ତି ।  ମାତ୍ର କୋରୋନା ପେଣ୍ଟାମିକ ପାଇଁ ଏହି ସିନେମା ଟି ବହୁତ ଘୁଞ୍ଚି ଘୁଞ୍ଚି ରହିଥିଲା ବୋଲି ପପୁ କହିଛନ୍ତି । ପପୁ ଏହା ମଧ୍ୟ କହିଛନ୍ତି ଯେ ନୂଆ ସ୍ଵର stage କୁ ଆସି ମୁଁ ନିଜକୁ ଧନ୍ୟ ମନେ କରୁଛି ମାତ୍ର ଏହାକୁ ଆହୁରୀ ଲୋକ ମଧ୍ୟ ଦେଖିବେ ନିଶ୍ଚିତ । ଏହି ଚଳଚିତ୍ର କୁ ଲୋକେ ଆଗକୁ ବହୁତ ପସନ୍ଦ କରିବେ ବୋଲି ମୋର ଆଶା ।

ବର୍ତ୍ତମାନ ସିନେମା ଇଣ୍ଡଷ୍ଟ୍ରି ବହୁତ କ୍ଷତି ସହିଛି କୋରୋନା ମହାମାରୀ ଯୋଗୁଁ । ମାତ୍ର ବର୍ତ୍ତମାନ ଆମ୍ଭ ମାନଙ୍କର ପ୍ରୟାସ ଯେ ସ୍ଥିତି ଆଗକୁ ସୁଧୁରିବ ନିଶ୍ଚିତ । ଦର୍ଶକ ମାନଙ୍କ ଆଶୀର୍ବାଦ ଏବଂ ଭଲ ପାଇବା ଦ୍ଵାରା ଆମ୍ଭେ ଏମିତି ଆଗକୁ ଆପଣଙ୍କ ମନ ମୋହିବାକୁ କାମ କରୁଥିବୁ । ବନ୍ଧୁଗଣ ଆପଣ ମାନଙ୍କୁ “ପପୁ ପମ ପମ” ଙ୍କ ଏହି ଚଳଚିତ୍ର ଟି କିଭଳି ଲାଗିଛି ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *