ବଦଳିବ ତପସ୍ଵିନୀଙ୍କ ଠିକଣା, ଆଉ ଶ୍ଵଶୁର ଘରେ ରହିବେ ନାହିଁ Tapaswini, ଦେଖନ୍ତୁ ଏହାକୁ ନେଇ କଣ କହିଲେ ଓକିଲ ମାନସ ଚାନ୍ଦ ! ଦେଖନ୍ତୁ Video

ବନ୍ଧୁଗଣ ଏବେ ଓଡିଶାରେ ଗୋଟିଏ ଖବର ବହୁତ ଚର୍ଚ୍ଚାରେ ରହିଛି ସେହି ଖବରଟି ହେଉଛି ତପସ୍ଵିନୀ ଓ ସୁମିତ ପାରିବାରିକ ବିବାଦ ମାମଲା । ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଥିବେ । ଦୀର୍ଘ ଦିନ ଧରି ଏହି ମାମଲାଟି ଚାଲିଥିବା ବେଳେ ଏବେ ଏହି ମାମଲା ହାଇକୋର୍ଟରେ ବିଚାରଧିନ ରହିଛି । ତେବେ ବନ୍ଧୁଗଣ ଜିଲ୍ଲାକୋର୍ଟ ପୂର୍ବ ଶୁଣାଣିରେ ସୁମିତ ନିଜ ପତ୍ନୀଙ୍କୁ ତାଙ୍କ ଘରେ ରଖିବେ  ।

ଏହା ସହ ସେ  ମାସିକ ୧୭ ହଜାର ଟଙ୍କା ଦେବେ ବୋଲି ନିର୍ଦ୍ଦେଶ ଦେଇଥିଲେ । ଏମିତି କି ଗତ କାଲି ସୁମିତ ୧୭ ଯାହାର ଟଙ୍କା ଏସଡିଜିଏମଙ୍କୁ ଦେଇଥିଲେ ଓ ତପସ୍ଵିନୀ ଟଙ୍କା ଆଣିଥିଲେ । ହେଲେ ବର୍ତ୍ତମାନ ସୁମିତ ମାସିକ ୧୭ ହଜାର ବଦଳରେ ୧୦ ହଜାର ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁମିତ ହାଇକୋର୍ଟଙ୍କୁ ଏକ ଅପିଲ କରିଥିଲେ ଓ ହାଇକୋର୍ଟ ଏହି ଅପିଲକୁ ଗ୍ରହଣ କରିଛି ।

ବନ୍ଧୁଗଣ ତପସ୍ଵିନୀଙ୍କ ଓକିଲ ମାନସ ଚାନ୍ଦ ଏବେ ଗଣମାଧ୍ୟମ ସାମ୍ନାକୁ ଆସି ଏହି ମାମଲାକୁ ନେଇ ଏକ ବଡ ବୟାନ ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମାନସ ଚାନ୍ଦଙ୍କ ମତରେ-‘ଆଜି ସୁମିତ ଓ ତପସ୍ଵିନୀଙ୍କ ମାମଲାରେ ଶୁଣାଣି ହୋଇଛି । ସେଥିରେ ସୁମିତ ଅପିଲ କରିଥିଲେ ୧୭ ହଜାର ଟଙ୍କାକୁ କମ କରି ୧୦ ହଜାର ଟଙ୍କା କରାଯାଉ ‘।

ଆଗକୁ ମାନସ କହିଛନ୍ତି-‘ଏହା ସହିତ ତପସ୍ଵିନୀ ଯେଉଁ ସ୍ଥାନରେ ରହୁଛନ୍ତି ସେଠାରେ ସୁମିତଙ୍କ ମା ଓ ବୁଢୀ ମା ମଧ୍ୟ ଅଛନ୍ତି ଏବଂ ତାଙ୍କ ବୁଢୀ ମାଙ୍କ ଦେହ ଅସୁସ୍ଥ ଅଛି । ତେଣୁ ସେ ତପସ୍ଵିନୀଙ୍କୁ ଏକ ଅଲଗା ଜାଗାରେ ରଖିବା ପାଇଁ ଚାହୁଁଛନ୍ତି । ଏନେଇ କୋର୍ଟ କେଉଁ ଜାଗାରେ ସୁମିତ ତପସ୍ଵିନୀଙ୍କୁ ରଖିବେ ତାହା କହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଶୁଣାଣିରେ ସୁମିତ ଏହା ବିଷୟରେ କୋର୍ଟରେ କହିବେ ହେଲେ ସେତିକି ଦିନ ପର୍ଯ୍ୟନ୍ତ ତପସ୍ଵିନୀ ନିଜ ଶଶୁର ଘରେ ରହିବେ’ ।

ଆଗକୁ ମାନସ କହିଛନ୍ତି-‘୧୭ ହଜାର ଟଙ୍କାକୁ ମାନ୍ୟବର କୋର୍ଟ କମାଇ ୧୦ ହଜାର ଟଙ୍କା କରିଛନ୍ତି । ସୁମିତଙ୍କ ପ୍ରାର୍ଥନା ଥିଲା ଯେ, ସେ ତପସ୍ଵିନୀଙ୍କୁ ଏକ ଅଲଗା ଜାଗାରେ ରଖିବେ । ତେଣୁ କୋର୍ଟ ତାଙ୍କୁ ସମୟ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ୨୮ ମାର୍ଚ୍ଚରେ ରହିଛି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *