‘ଏହା ଓଡିଆ ସିନେମାରେ ନୂଆ ଅଯୁଗ ଆଣିବ, ବେଷ୍ଟ ଫିଲ୍ମ, ଆଖିରେ ଲୁହ ଆସି ଯାଉଛି, ଗୋଟେ ସେକେଣ୍ଡ ବି…’ Mr Gulua

ବନ୍ଧୁଗଣ, ସୂଚନା ଅନୁଯାୟୀ ଗତକାଲି ହଲରେ ଅଭିନେତା ବାବୁଶାନ ଙ୍କ ଚଳଚିତ୍ର ‘ଦମନ’ ରିଲିଜ ହୋଇଥିଲା । ଏବଂ ଏହାକୁ ଦେଖିବା ନିମନ୍ତେ ଦର୍ଶକ ଙ୍କ ଭିଡ ମଧ୍ୟ ଜମିଥିଲା । ବହୁତ ଦିନ ପରେ ଏହିଭଳି ଏକ ଓଡିଆ ଚଳଚିତ୍ର ଦେଖିବାକୁ ମିଳିଛି ବୋଲି କହିଥିଲେ ଦର୍ଶକ । ଏହି ଚଳଚିତ୍ର ସମ୍ବନ୍ଧରେ କମେଡି ଅଭିନେତା ମିଷ୍ଟର ଗୁଲୁଆ କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି, ତେବେ ସେ କ’ଣ କହିଛନ୍ତି ଆସନ୍ତୁ ଜାଣିନେବା ।

ଗୁଲୁଆ କହିଛନ୍ତି ଯେ ତାଙ୍କୁ ଏତେ ଦିନ ପରେ ଏକ ଓଡିଆ ଚଳଚିତ୍ର ଦେଖିବାକୁ ମିଳିଲା ଏବଂ ସେ ତାଳି ମାରି ମାରି ତାଙ୍କ ହାତ ଦରଜ ମଧ୍ୟ ହୋଇଗଲା । ସେହିଭଳି ତାଙ୍କ ସାଙ୍ଗ ହାସ୍ୟକଳାକାର ଶଣ୍ଢ କହିଥିଲେ ଯେ ତାଙ୍କର ରୁମ ଛିଡା ହୋଇଗଲା ଚଳଚିତ୍ର ଦେଖିଲା ବେଳକୁ । ଗୁଲୁଆ ଏହା ମଧ୍ୟ କହିଥିଲେ ଯେ ସେ ଅନ୍ୟ କେଉଁ ଓଡିଆ ଚଳଚିତ୍ର ରେ ଏଭଳି ଭାବରେ ଏଞ୍ଜଏ କରିନଥିଲେ ।

ସେମାନେ ଚାହୁଁଛନ୍ତି ଯେ ଓଡିଆ ଚଳଚିତ୍ର ଏହିଭଳିଆ ନିଶ୍ଚିତ ଭାବରେ ହେଉ । ଏବଂ ଫିଲ୍ମ ହଲରେ ଦର୍ଶକ ପୁଣିଥରେ ଫେରନ୍ତୁ । ମାତ୍ର ହଠାତ ଏତେ ଶୀଘ୍ର ଓଡିଆ ଚଳଚିତ୍ରରେ ପରିଣତ ଆସିବାରୁ ସେ ବହୁତ ଖୁସି ଅଛନ୍ତି ବୋଲି କହିଥିଲେ । ଏହି ଚଳଚିତ୍ର ସବୁଠାରୁ ବେଷ୍ଟ ଅଟେ । ଏହାକୁ ଦେଖିଲେ ଆଖିରୁ ଲୁହ ଆସିଯାଉଛି ।

ଗୁଲୁଆ କହିଥିଲେ ଯେ ବ୍ୟକ୍ତିଗତ ଭାବରେ କିଏ କଣ କହିବ ସେ ଜାଣିନାହାଁନ୍ତି କିନ୍ତୁ ତାଙ୍କୁ ଓଡିଆ ଚଳଚିତ୍ର ବହୁତ ଭଲଲାଗେ କାରଣ ସେ ଓଡିଶା କୁ ବହୁତ ଭଲ ପାଆନ୍ତି । ତାଙ୍କୁ ‘ଦମନ’ ଚଳଚିତ୍ର ବହୁତ ଭଲ ଲାଗିଲା ଆଉ ଗୋଟିଏ ସେକେଣ୍ଟ ପାଇଁ ମଧ୍ୟ ଆଖି ପଲକ ପଡୁନଥିଲା । ସେ ବାବୁଶାନ ଙ୍କ ଫ୍ୟାନ୍ସ ମାନଙ୍କୁ ମଧ୍ୟ କହିଛନ୍ତି ଯେ ଥରେ ହଲରେ ଦେଖିଲେ ଆପଣ ମାନଙ୍କୁ ବାରମ୍ବାର ଏହି ଚଳଚିତ୍ର ଦେଖିବାକୁ ହେବ ।

ଆପଣ ନିଜ ପରିବାର ସହିତ ହଲରେ ବସି ଏହି ଚଳଚିତ୍ର ଦେଖି ପାରିବେ । ଜଣେ ଡାକ୍ତର ର ନିଜ ରୋଗୀ ମାନଙ୍କୁ ନେଇ ଚିନ୍ତା ତଥା ସେମାନଙ୍କ ନିମନ୍ତେ କିଭଳି ସଂଘର୍ଷ ମାନ ସବୁକିଛି ଏହି ଚଳଚିତ୍ରରେ ଦର୍ଶାଯାଇଛି । ଏଣୁ ଏହି ଚଳଚିତ୍ର ବହୁତ ଭାବୁକ କରିଥିବାର ନଜର ଆସିଛି । ଏବଂ ଏହାକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ହୋଇଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *