‘ଜେଲ୍ ଯିବେ Daman ଫିଲ୍ମ କୁ ୟୁଟୁବ୍ ରେ ଛାଡିଥିବା ଲୋକ, ଆମେ 2 ବର୍ଷ ଧରି ଯେଉଁ ପରିଶ୍ରମ କରିଥିଲୁ ତାକୁ ସେମାନେ…’

ଦର୍ଶକ ବନ୍ଧୁ ଏବେ ଦମନ ଫିଲ୍ମକୁ ନେଇ ସାରା ଓଡିଶାରେ ଚହଳ ସୃଷ୍ଟି ହୋଇଛି । ଏବେ ଓଡିଆ ଇଣ୍ଡଷ୍ଟ୍ରିର ଅବସ୍ଥା ବହୁତ ଜଟିଳ ରହିଥିବା ବେଳେ ଓଡିଆ ଫିଲ୍ମ ଗୁଡିକୁ ଥିଏଟର ମିଳୁନି ଆଉ ଏଭଳି ଅବସ୍ଥାରେ ଇଣ୍ଡଷ୍ଟ୍ରିରେ ଏକ ବଡ ପରିବର୍ତ୍ତନ ଆଣିବା ପାଇଁ ବାବୁସାନ ମହାନ୍ତିଙ୍କ ନୂଆ ଫିଲ୍ମ ଦମନ ରିଲିଜ ହୋଇଛି । ତେବେ ବନ୍ଧୁଗଣ ଏଠି ଆମେ କହି ରଖିବାକୁ ଚାହୁଁ ଯେ, ଏହି ଫିଲ୍ମଟି କୌଣସି ସାଉଥ ଫିଲ୍ମର କପି ନୁହେଁ ।

ଏହା ସଂପୂର୍ଣ୍ଣ ଭାବରେ ଏକ ସତ୍ୟ କାହାଣୀ ଉପରେ ଆଧାରିତ । ଏହି ଫିଲ୍ମ ପାଇଁ ଦମନ ଟିମ ଦୀର୍ଘ 2 ବର୍ଷ ଯାଏଁ କଷ୍ଟ କରିଛି ଆଉ ଏବେ ଏହି ଫିଲ୍ମଟି ଥିଏଟରରେ ରିଲିଜ ହେବା ପରେ ଦର୍ଶକ ମାନନଙ୍କ ପ୍ରଶଂସାର ଶୁଅ ଛୁଟିଛି । ଆଉ ଏହାରି ମଧ୍ୟରେ କିଛି ଲୋକ ଏହି ଫିଲ୍ମକୁ ଥିଏଟରରେ ସୁଟିଙ୍ଗ କରି ୟୁଟ୍ୟୁବରେ ସେୟାର କରିଛନ୍ତି । ଆଉ ଏହାକୁ ନେଇ ଫିଲ୍ମ ମେକର ଗଣମାଧ୍ୟମ ସାମନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ।

ଫିଲ୍ମ ମେକରଙ୍କ କହିବା ମୁତାବକ-‘କିଛି ଖରାପ ବ୍ୟବହାର ଆମ ୟୁଟ୍ୟୁବ ଭାଇ ମାନଙ୍କ ଦ୍ଵାରା ହେଇଛି । ସେମାନେ ଥିଏଟରରେ ଫିଲ୍ମକୁ ସୁଟିଙ୍ଗ କରି ଛାଡି ଛନ୍ତି । ମୁଁ ସେମାନଙ୍କୁ ଅନୁରୋଧ କରିବି ଏହା ହେଉଛି ଦୁଇ ବର୍ଷର କଷ୍ଟ ଆଉ ଏହି କଷ୍ଟ ହେଉଛି ଦମନ ଫିଲ୍ମରେ କାମ କରୁଥିବା ସମସ୍ତ ଲୋକଙ୍କର ।

ଏଇ ଟାଇପର ଫିଲ୍ମକୁ ଦୟାକରି ସ୍ପଏଲ କରନ୍ତୁନି ଏହି ଟାଇପର ଫିଲ୍ମ କେବଳ ସିନେମା ହଲ ପାଇଁ ହେଇଛି । ଆଉ ଆପଣ କେବଳ ଭ୍ଯୁସ ପାଇଁ ଏସବୁ କରୁଛନ୍ତି । ମୁଁ ଆପଣଙ୍କୁ ଅନୁରୋଧ କରୁଛି ସେସବୁ ଲିଙ୍କ ଗୁଡିକୁ ତୁରନ୍ତ ହଟେଇ ଦିଅନ୍ତୁ । ଏଇଟା ଯଦି ଆପଣ ହଟେଇ ଦେବେ ତା ହେଲେ ଏଇଟା ଆପଣଙ୍କର ଗୋଟେ ସମ୍ମାନ ଅନ୍ୟ ଦର୍ଶକଙ୍କ ପାଇଁ ରହିବ । ଏହି ଅଧିକାର କେବଳ ଆମ ମ୍ୟୁଜିକ ଆଉ ଆମ ଷ୍ଟୂଡିଓରେ ରହିଛି ଆଉ ନହେଲେ କାହାକୁ ବି ଏହି ଅଧିକାର ଦିଆ ଯାଇ ନାହିଁ ।

ଆଉ ଏଇଟା ବେଆଇନ ଭାବରେ ସେମାନେ କରିଛନ୍ତି ଏଇଟା ହେଉଛି ସାଇବର କ୍ରାଇମ ଏକ ପ୍ରକାରର । ଆମେ ବି ଏବେ କମ୍ପ୍ଲେନ ଲଞ୍ଚ କରିଛୁ ଆଉ ବହୁତ ଶୀଘ୍ର ସାଇବର ପୋଲିସ ସେମାନଙ୍କୁ ଟ୍ରାକ କରି କୋର୍ଟ ଚାଲାଣ କରିବ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *