ହସ୍ପିଟାଲ ଭିତରୁ ବାହାରିଲା ରହସ୍ୟମୟ ଗୁପ୍ତ ସୁଡଙ୍ଗ ! ସୁଡଙ୍ଗ ମାଧ୍ୟମରେ ଚାଲିଥିଲା ଏମିତି ସବୁ କାମ ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ, ସୂଚନା ଅନୁଯାୟୀ ହସ୍ପିଟାଲ ମଧ୍ୟରୁ ମିଳିଛି ରହସ୍ୟମୟ ସୁଡଙ୍ଗ ତଥା ଇଂରେଜ ଅମଳର ରହସ୍ୟମୟ କୋଠା । ଏହା ମଧ୍ୟରେ ଲୁଚିକରି ଯାଉଥିଲେ ଗର୍ଭବତୀ ମହିଳା । ତେବେ ଆସନ୍ତୁ ଜାଣିନେବା ଜେଜେ ହସ୍ପିଟାଲର ଗୁମର କଥା । ଦେଶ ସ୍ଵାଧୀନ ହେବାର ୭୫ ବର୍ଷ ହୋଇଗଲାଣି ମାତ୍ର ୧୭୭ ବର୍ଷ ପୂର୍ବରୁ ଇଂରେଜ ଶାସନ କାଳରେ ନିର୍ମାଣ କରାଯାଇଥିବା କିଛି ରହସ୍ୟ ବର୍ତ୍ତମାନ ସାମ୍ନା କୁ ଆସିଛି । 

ମୁମ୍ବାଇ ର ପ୍ରଶିଦ୍ଧ ଜେଜେ ହସ୍ପିଟାଲ ରେ ଏକ ଗୁପ୍ତ ସୁଡଙ୍ଗର ସନ୍ଧାନ ମିଳିଛି । ଏହା ଚଳିତ ସପ୍ତାହ ର କଥା ଅଟେ । ଡାକ୍ତର ଖାନାର ପୁରୁଣା ବିଲଡିଙ୍ଗ ଛାତରୁ ପାଣି ଗଳୁଥିଲା । ଏହାପରେ କିଛି ଲୋକ ଏହାକୁ ମରାମତି କରିବା ନିମନ୍ତେ ଆସିଥିଲେ । ମରାମତି କରୁଥିବା ସମୟରେ କାନ୍ଥରେ ଏକ କାର୍ଡବୋର୍ଡ ଢାଙ୍କୁଣୀ ଥିବାର ଦେଖିବାକୁ ପାଇଥିଲେ । ଏହାକୁ ଖୋଲିଦେବା ଫଳରେ ଏହା ଭିତରେ ଏକ ଗୁପ୍ତ ସୁଡଙ୍ଗ ଥିବାର ସନ୍ଧାନ ମିଳିଥିଲା ।

ଟର୍ଚ୍ଚ ମାରି ଦେଖିଲା ବେଳକୁ ଭିତରେ ଗୋଟିଏ ଦ୍ଵାର ଥିଲା ଏବଂ ତାହା ଭିତରେ ଆଉ ଏକ ଗାତ ବନିଅଛି । ସୁରକ୍ଷାକର୍ମୀ ଙ୍କ ସାହାର୍ଯ୍ୟରେ ଯେତେବେଳେ ସେମାନେ ଭିତକୁ ଗଲେ ତେବେ ଭିତରେ ତାଙ୍କୁ ୪୦/୪୦ ର ଏକ ବଡ ବେସମେଣ୍ଟ ମିଳିଲା । ଯାହାକି ୪ ଫୁଟ ହାଇଟରେ ଅଛି । ଏବଂ ଏହା ଅନୁମାନ ହେଉଛି ଯେ ଏହା ଲେଫ୍ଟ ସାଇଡ କୁ ଯିବା ନିମନ୍ତେ ଏହାକୁ ବନ୍ଦ କରିଥିଲେ ।

ତେବେ ଏହି ସୁଡଙ୍ଗ ଟି କିଏ ଏବଂ କେଉଁ ଉଦେଶ୍ୟରେ ନିର୍ମାଣ କରାଯାଇଥିଲା ଏ ନେଇ ଅନୁସନ୍ଧାନ ଜାରି ରହିଛି । ସ୍ଥାନୀୟ ପ୍ରଶାସନ ମାଧ୍ୟମରେ ଏନେଇ ASI ଙ୍କୁ ଅଧିକ ଖୋଲତାଡ କରିବା ନିମନ୍ତେ ଅନୁରୋଧ କରାଯାଇଅଛି । ତେବେ ହସ୍ପିଟାଲ କତୃପକ୍ଷ ଙ୍କ କହିବା ଅନୁଯାୟୀ ଏହି ସୁଡଙ୍ଗ ଟି ପ୍ରସ୍ତୁତି ୱାର୍ଡ ଠାରୁ ମାଟି ତଳେ ଶିଶୁ ୱାର୍ଡ ପର୍ଯ୍ୟନ୍ତ ଲମ୍ବିଛି । ବ୍ରିଟିଶ ବାସ୍ତୁକଳାରେ ନିର୍ମାଣ ହୋଇଥିବା ଏହି ଡାକ୍ତର ଖାନାରେ ପୂର୍ବରୁ ଜଣେ କେହି ଇଂରେଜ ଗଭର୍ଣ୍ଣର ରହୁଥିଲେ ।

ଇଂରେଜ ସେତେବେଳେ ଜଳପଥରେ ଯିବାଆସିବା କରୁଥିବା ସମୟରେ ଜରୁରୀକାଳୀନ ପରିସ୍ଥିତି ରେ ଖସିଯିବା ବାଇନ ମାଟିତଳେ ସୁଡଙ୍ଗ ନିର୍ମାଣ କରୁଥିଲେ । କିଛି ଲୋକ ମାନଙ୍କ କହିବା ଅନୁସାରେ ଭାରତ ଏବଂ ଚୀନ ଯୁଦ୍ଧ ସମୟରେ ରୋଗୀ ମାନଙ୍କୁ ସୁରକ୍ଷିତ ଭାବରେ ମାଟିତଳେ ଗୋଟିଏ ୱାର୍ଡ ରୁ ଆଉ ଏକ ୱାର୍ଡ କୁ ସ୍ଥାନାନ୍ତର କରାଯାଉଥିଲା । ତେବେ ବନ୍ଧୁଗଣ ଏହି ରହସ୍ୟମୟ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *