ଓଡିଶା ପାଇଁ ଗର୍ବ, ସମସ୍ତ Bollywood ଫିଲ୍ମ କୁ ପଛରେ ପକାଇ ଏହି ଓଡିଆ ଫିଲ୍ମ Oscar ପାଇଁ ହୋଇଛି ମନୋନୀତ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବିଭିନ୍ନ ପ୍ରକାରର ଫିଲ୍ମ ଦେଖିଥିବେ । ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ଫିଲ୍ମ କରାଯାଇଥାଏ । ଯେତେବେଳେ ଲୋକମାନଙ୍କୁ ଫିଲ୍ମ ପସନ୍ଦ ଆସିଥାଏ ସେତେବେଳେ ସେହି ଫିଲ୍ମଟି ସଫଳତା ପାଇଥାଏ । ଏହାପରେ ସେହି ଫିଲ୍ମଟି କେତେକ ଆୱାର୍ଡ ମଧ୍ୟ ପାଇଥାଏ । ବନ୍ଧୁଗଣ ସମସ୍ତ ଫିଲ୍ମ ନିର୍ମାତା ମାନଙ୍କର ସ୍ଵପ୍ନ ଥାଏ ଯେ ତାଙ୍କ ଫିଲ୍ମ ଯେମିତି ଅସ୍କାର ଆୱାର୍ଡ ପାଉ । ହେଲେ ଏମିତି ବହୁତ କମ ଫିଲ୍ମ ଅଛି ଯାହା ଅସ୍କାର ଆୱାର୍ଡ ପାଇଛି । ବନ୍ଧୁଗଣ ଅସ୍କାର ଆୱାର୍ଡର ପ୍ରତିଯୋଗୀତାରେ ନୀଳ ମାଧବ ପଣ୍ଡାଙ୍କ ଓଡିଆ ଫିଲ୍ମ ‘କାଲିର ଅତୀତ’ ମଧ୍ୟ ସାମିଲ ହୋଇଛି ।

ବନ୍ଧୁଗଣ ଏହି ଫିଲ୍ମଟି ବହୁତ ଭଲ ହୋଇଥିବାରୁ ଏହା ଅସ୍କାର ଆୱାର୍ଡ ପାଇଁ ସାମିଲ ହୋଇଛି । ନିର୍ଦେଶକ ନୀଳ ମାଧବଙ୍କର ଏହି ଫିଲ୍ମ ଅସ୍କାରର ଜେନେରାଲ କ୍ୟାଟାଗେରୀରେ ବେଷ୍ଟ ଫିଲ୍ମ, ବେଷ୍ଟ ଆକ୍ଟର, ବେଷ୍ଟ ଡାଇରେକ୍ଟର ଆଦି ଶ୍ରେଣୀରେ ସମ୍ମିଳିତ କରାଯାଇଛି ।

ବନ୍ଧୁଗଣ ଏହି ଫିଲ୍ମରେ ଭାରତ ପୂର୍ବ ଓଡିଶାରେ ହଜି ଯାଇଥିବା ଏକ ଗାଁର କାହାଣୀ ରହିଛି । ଯାହା ଜଳବାୟୁ ପରିବର୍ତ୍ତନ ହେତୁ ସମୁନ୍ଦ୍ର ପାଣି ହେତୁ ଗାଁଟି ହଜି ଯାଇଛି । ବନ୍ଧୁଗଣ ଏହା ଆମ ଓଡିଶା ବାସୀ ମାନଙ୍କ ପାଇଁ ଏକ ଖୁସିର କଥା ଯେ, ପ୍ରଥମ ଥର ପାଇଁ ଆମ ଓଡିଶାର ଏକ ଫିଲ୍ମ ‘କାଲିର ଅତୀତ’ ଅସ୍କାର ଜେନେରାଲ କ୍ୟାଟାଗେରୀରେ ସାମିଲ ହୋଇଛି ।

ବର୍ତ୍ତମାନ ଏହି ଫିଲ୍ମ ଏକାଡେମି ସ୍କ୍ରିନିଙ୍ଗ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି । ଏହି ଫିଲ୍ମଟି ସର୍ବ ଶ୍ରେଷ୍ଠ ଚିତ୍ର, ସର୍ବ ଶ୍ରେଷ୍ଠ ଅଭିନେତା ଓ ସର୍ବ ଶ୍ରେଷ୍ଠ ନିର୍ଦେଶକ ଆଦି ପାଇଁ ଅସ୍କାର ଆୱାର୍ଡ ପାଇଁ ଯାଇଛି ।

ଏହି ଫିଲ୍ମର ନିର୍ଦେଶକ ନୀଳ ମାଧବଙ୍କ ମତରେ, ‘,ମୁ ସମସ୍ତଙ୍କୁ ଧନ୍ୟବାଦ କହୁଛି । ନିଉୱାର୍କ ଓ ଲସ ଏଞ୍ଜେଲେସରେ ଥିଏଟର ବନ୍ଦ ହେବା କାରଣରୁ ଏହି ସ୍ଥାନକୁ ପହଞ୍ଚିବା ପାଇଁ ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏହାପରେ ଆମେ ଆମ ଫିଲ୍ମର ପବ୍ଲିସିଟି କରିଥିଲୁ ଓ ଜ୍ଯୁରୀଙ୍କ ପାଖକୁ ପହଞ୍ଚି ଥିଲୁ ଯେମିତି ତାଙ୍କୁ ଆମେ ଆମ ଫିଲ୍ମ ଦେଖାଇ ପାରିବୁ’ ।

ବନ୍ଧୁଗଣ ଫିଲ୍ମ ‘କାଲିର ଅତୀତ’ ପୂର୍ବରୁ କରିସ୍ମା ଦେବ ଦୁବେଙ୍କ ଫିଲ୍ମ ‘ବିଟୁ’ ମଧ୍ୟ ଅସ୍କାର ଆୱାର୍ଡରେ ସାମିଲ ହୋଇ ସାରିଛି । ବନ୍ଧୁଗଣ ଅସ୍କାର ଆୱାର୍ଡର ଫାଇନାଲ ନୋମିନେସନ ଆନାଉନ୍ସମେଣ୍ଟ ୧୫ ମାର୍ଚରେ ହେବାକୁ ଯାଉଛି । ଏହାପରେ ଅସ୍କାରର ଆୱାର୍ଡ ସେରିମନୀ ୨୫ ଏପ୍ରିଲରେ ହେବ । ବନ୍ଧୁଗଣ ଭାରତ ତରଫରୁ ଯାଇଥିବା ଅନ୍ୟ ଫିଲ୍ମ ‘ଜଲ୍ଲିକଟୁ’ ଅସ୍କାର ପ୍ରତିଯୋଗୀତାର ବାହାର ହୋଇଯାଇଛି ।

ହେଲେ ବର୍ତ୍ତମାନ ଓଡିଆ ଫିଲ୍ମ ‘କାଲିର ଅତୀତ’ ଅସ୍କାର ଆୱାର୍ଡ ପାଇଁ ସାମିଲ ଅଛି । ଏହା ବନ୍ଧୁଗଣ ଆମ ଓଡିଶା ବାସୀଙ୍କ ପାଇଁ ଏକ ଗର୍ବର କଥା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖୁସି ଖବର କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *