ଫେମସ ଓଡିଆ ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କ Family & Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଶ୍ଚୟ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ବିଭିନ୍ନ ଅଭିନେତ୍ରୀ ମାନଙ୍କୁ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ଅଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ଏମାନେ ପ୍ରତ୍ୟେକ ଫିଲ୍ମରେ ଭିନ୍ନ ଭିନ୍ନ ଭୂମିକା ପଦର୍ଶନ କରି ଲୋକମାନଙ୍କ ମନକୁ ଜିତି ପାରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅଲିଉଡର ଏକ ଫେମସ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ।

ଏହି ଅଭିନେତ୍ରୀ ଜଣକ ଓଡିଆ ଇଣ୍ଡଷ୍ଟ୍ରିରେ ବହୁତ ଫିଲ୍ମରେ ଅଭିନୟ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଅଲିଉଡ ଅଭିନେତ୍ରୀ ଜ୍ୟୋତି ମିଶ୍ର ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଲିଉଡ ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କୁ ନିଶ୍ଚୟ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଜ୍ଯୋତିଙ୍କ ଜୀବନ ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଅଲିଉଡ ଅଭିନେତ୍ରୀ ଜ୍ଯୋତି ମିଶ୍ର ଫେବୃୟାରି ୨୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ଜ୍ଯୋତି ଭୁବନେଶ୍ବରରେ ରହୁଛନ୍ତି । ହେଲେ ଜ୍ଯୋତି ବକ୍ସି ଜଗବନ୍ଧୁ ମହାବିଦ୍ୟାଳୟରେ ନିଜ ପାଠ ପଢା ପୂର୍ଣ୍ଣ କରିଛନ୍ତି । ପିଲା ଦିନରୁ ଜ୍ଯୋତିଙ୍କୁ ଅଭିନୟ ଓ ନାଟକରେ ବହୁତ ରୁଚି ରହିଥିଲା । ନିଜର ପାଠ ପଢା ଶେଷ କରିବା ପରେ ଜ୍ଯୋତି ୧୯୯୮ ମସିହାରେ ଏହି ଓଡିଆ ଆଲବମ ଇଣ୍ଡଷ୍ଟ୍ରି ଦୁନିଆରେ ପାଦ ଦେଇଥିଲେ ।

ବନ୍ଧୁଗଣ ପ୍ରଥମେ ଜ୍ଯୋତି ଓଡିଆ ଆଲବମରେ ଡ୍ୟାନ୍ସ କରି ଅଭିନୟ କରିଥିଲେ । ତାଙ୍କର ସମସ୍ତ ଆଲବମକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ । ଏହାପରେ ସେ ଓଡିଆ ଫିଲ୍ମ ଦୁନିଆରେ ଯୋଗ ଦେଇଥିଲେ । ୧୯୯୮ ମସିହାରେ ସେ ଫିଲ୍ମ ‘ସୌଭାଗ୍ୟବତୀ’ରୁ ନିଜ ଅଭିନୟ ଦୁନିଆର ଆରମ୍ଭ କରିଥିଲେ । ଏହାପରେ ସେ ‘ତୋ ଆଖି ମୋ ଆଇନା’ ଆଦି ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସିଲ କରିଥିଲେ ।

ଏହା ପରେ ସେ ‘ତୁ ଏକା ଆମ ସାହା ଭରସା, ମାତୃଶକ୍ତି, ସିନ୍ଦୁର ନୁହେଁ ଖେଳଘର, ଧର୍ମ ସହିଲେ ହେଲା, ମା ମଙ୍ଗଳା, ମନ ରହିଗଲା ତୁମରି ଠାରେ, ବୋଉ ଓ ସହର ଜଳୁଛି’ ଆଦି ଫିଲ୍ମରେ ଅଭିନୟ କରିଥିଲେ । କେବଳ ଏତିକି ନୁହେଁ ଓଡିଆ ଫିଲ୍ମ ବ୍ଯତୀତ ଜ୍ଯୋତି ବଙ୍ଗାଳୀ ଓ ତେଲୁଗୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଜ୍ଯୋତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ୧୫ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଅଭିନୟ କରିଛନ୍ତି ।

ବର୍ତ୍ତମାନ ଜ୍ଯୋତି ଭୁବନେଶ୍ବରରେ ନିଜ ସ୍ଵାମୀ ଓ ନିଜ ପୁଅ ସହ ରହୁଛନ୍ତି । ଦର୍ଶକ ମାନେ ଜ୍ଯୋତିଙ୍କ ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ବହୁତ ପସନ୍ଦ କରୁଥିଲେ । ବର୍ତ୍ତମାନ ମଧ୍ୟ ଦର୍ଶକ ମାନେ ଜ୍ଯୋତିଙ୍କ ଫିଲ୍ମଙ୍କୁ ଦେଖିବା ପାଇଁ ପସନ୍ଦ କରୁଛନ୍ତି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜ୍ଯୋତି ନିଜର ଏକ ସ୍ଵତନ୍ତ୍ର ପରିଚୟ କରିସାରିଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *