ଡ୍ୟାନ୍ସ ରିଆଲିଟି ସୋ କୁ ଜଜ୍ କରୁଥିବା Terence Lewis ବହୁତ ଶୀଘ୍ର ଏହି Actress ଙ୍କ ସହ କରିବାକୁ ଯାଉଛନ୍ତି ବିବାହ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଡ୍ୟାନ୍ସ ରିଆଲଟି ସୋ ଇଣ୍ଡିଆସ ବେସ୍ଟ ଡ୍ୟାନ୍ସର ନିଶ୍ଚୟ ଦେଖୁଥିବେ । ଏହି ସିରିଏଲରେ ଜଜ ର ଭୂମିକା ପଦର୍ଶନ କରୁଛନ୍ତି ଟେରେନ୍ସ ଲୁଇସ । ବନ୍ଧୁଗଣ ଟେରେନ୍ସ ଲୁଇସଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ଟେରେନ୍ସ ବହୁତ ଫିଲ୍ମରେ କୋରିୟୋଗ୍ରାଫର ରୂପେ ବିଭିନ୍ନ କଳାକାର ମାନଙ୍କୁ ଡ୍ୟାନ୍ସ ମଧ୍ୟ ଶିଖାଇଛନ୍ତି । ଏହି କିଛି ଦିନ ହେବ ଟେରେନ୍ସ ଓ ନୋରା ଫତେହୀ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଥିଲେ । ଏହି ଦୁଇଜଣଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ପ୍ରଶ୍ନ ଉଠିଥିଲା । ହେଲେ ବର୍ତ୍ତମାନ ଏହା ଜଣା ପଡିଯାଇଛି ଯେ, ଟେରେନ୍ସ ଓ ନୋରା ଦୁଇଜଣ ବହୁତ ଭଲ ସାଙ୍ଗ ଅଟନ୍ତି ।

ବର୍ତ୍ତମାନ ଏହା ଖବର ମିଳିଛି ଯେ, ଟେରେନ୍ସ ଲୁଇସ ବହୁତ ଶୀଘ୍ର ଏକ ଅଭିନେତ୍ରୀଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ଏହି ଅଭିନେତ୍ରୀ ଜଣକ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ବହୁତ ଫେମସ ଅଟନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

ଟେରେନ୍ସ ୧୦ ଏପ୍ରିଲ ୧୯୭୫ ମସିହାରେ ମୁମ୍ବାଇ ସହରରେ ଜନ୍ମ ଗ୍ରହଣ କରିଥିଲେ । ଟେରେନ୍ସ ନିଜର ପାଠ ପଢାକୁ ଶେଷ କରି ୨୦୦୧ରେ ଆସିଥିବା ଫିଲ୍ମ ‘ଲଗାନ’ରେ ନିଜ କୋରିୟୋଗ୍ରାଫର କାରିୟରର ଆରମ୍ଭ କରିଥିଲେ । ଏହି ଫିଲ୍ମ ପରେ ସେ ଏମିତି ବହୁତ ସୁପରହିଟ ଫିଲ୍ମରେ କୋରିୟୋଗ୍ରାଫିଙ୍ଗ କରିଥିଲେ ଓ ବଲିଉଡରେ ନିଜର ଏକ ସ୍ବତନ୍ତ୍ର ପରିଚୟ କରିଥିଲେ । ବର୍ତ୍ତମାନ ତାଙ୍କର ଲୋକପ୍ରିୟତା ଭାରତ ବ୍ଯତୀତ ଅନ୍ୟ ଦେଶରେ ମଧ୍ୟ ରହିଛି ।

ବର୍ତ୍ତମାନ ଟେରେନ୍ସ ଡ୍ୟାନ୍ସ ରିଆଲିଟି ସୋ ଇଣ୍ଡିଆସ ବେସ୍ଟ ଡ୍ୟାନ୍ସରରେ ଜଜ୍ ରୂପରେ ନଜର ଆସୁଛନ୍ତି । ଟେରେନ୍ସ ଟିଭି ଇଣ୍ଡଷ୍ଟ୍ରିର ଯେଉଁ ଅଭିନେତ୍ରୀଙ୍କ ସହ ବିବାହ କରିବା ପାଇଁ ଚାହୁଁଛନ୍ତି ସେ ଆଉ କେହି ନୁହେଁ ସେ ହେଉଛନ୍ତି ‘ଏକ ବୀର କି ଅରଦାସ ବୀରା’ ସିରିଏଲର ଫେମସ ଅଭିନେତ୍ରୀ ଦିଗାଙ୍ଗନା ସୁର୍ୟବଂଶୀ । ଏହି ସିରିଏଲରେ ସେ ବୀରାର ଭୂମିକାରେ ନଜର ଆସିଥିଲେ ।

ଦର୍ଶକ ମାନେ ମଧ୍ୟ ଏହି ସିରିଏଲରେ ଦିଗାଙ୍ଗନାଙ୍କ ଅଭିନୟକୁ ବହୁତ ପସନ୍ଦ କରିଥିଲେ । ଏହି କିଛି ଦିନ ତଳେ ଟେରେନ୍ସ ଓ ଦିଗାଙ୍ଗନା ଏକ ଗୀତ ‘ତୁ ହେ’ ରେ ନଜର ଆସିଥିଲେ । ଏହି ଗୀତରେ ଟେରେନ୍ସ ଓ ଦିଗାଙ୍ଗନାଙ୍କ ଯୋଡିକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ଏହାପରେ ଏହି ଦୁଇଜଣଙ୍କ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହୋଇଥିଲା ।

ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି କି ଏହି ଦୁଇଜଣ ବହୁତ ଶୀଘ୍ର ପରସ୍ପର ସହ ବିବାହ କରିବା ପାଇଁ ଯାଉଛନ୍ତି । ହେଲେ ଯେତେବେଳେ ଟେରେନ୍ସକୁ ଏହି ସମ୍ପର୍କ ବିଷୟରେ ପଚରା ଯାଇଥିଲା ସେତେବେଳେ ଟେରେନ୍ସ ଏହି ସମ୍ପର୍କକୁ ଏକ ବନ୍ଧୁତାର ସମ୍ପର୍କ କହିଥିଲେ । ହେଲେ ଏହାର ସତ୍ୟତା କଣ ଏହା ତ ସମୟ କହିବ । ତେବେ ଏହି ଖବର ଟି ସୋସିଆଲ ମିଡିଆରୁ ସଂଗୃହିତ ଅଟେ ।

Leave a Reply

Your email address will not be published. Required fields are marked *