ଫେମସ ଓଡିଆ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ Family ଓ Biography

ବନ୍ଧୁଗଣ ଆପଣମାନେ ଅପରାଜିତା ମହାନ୍ତି ଙ୍କୁ ନିଶ୍ଚିତ ଭାବେ ଜାଣିଥିବେ । ଅପରାଜିତା ମହାନ୍ତି ଙ୍କ ଆକଟିଂ କୁ ମଧ୍ୟ ଭଲ ଭାବରେ ଦେଖିଥିବେ । ଆଜି ଆମେ ଅପରାଜିତା ମହାନ୍ତି ଙ୍କ ଜୀବନୀ ବିଷୟରେ ଏମିତି କିଛି କଥା ଜାଣିବା ଯାହା ଆଗରୁ ଆପଣମାନେ କେବେ ବି ଜାଣି ନଥିବେ । ଅପରାଜିତା ମହାନ୍ତିଙ୍କ ଆକଟିଂ ବହୁତ ଜବରଦସ୍ତ ଅଟେ । ସେ ନିଜର ଦମଦାର ଆକଟିଂ ଜରିଆରେ ଲୋକମାନଙ୍କ ମନରେ ସେ ଏକ ଭିନ୍ନ ସ୍ଥାନ ବନାଇ ପାରିଛନ୍ତି । ଅପରାଜିତା ମହାନ୍ତି ଙ୍କୁ କେହି କେହି ଟିକି ଅପା ବୋଲି ଡାକନ୍ତି ।

ତାଙ୍କର ଜନ୍ମ 15 ମେ 1962 ମସିହାରେ ସମ୍ବଲପୁର ର କରଞ୍ଜିଆ ରେ ହୋଇଥିଲା । ବର୍ତ୍ତମାନ ତାଙ୍କର ବୟସ ହେଉଛି 58 ବର୍ଷ । ଅପରାଜିତା ମହାନ୍ତି ବର୍ତ୍ତମାନ ଭୁବନେଶ୍ଵରରେ ରହୁଛନ୍ତି । ସେ ତାଙ୍କ ପରିବାର ସହ ଭୁବନେଶ୍ବରରେ ରହୁଛନ୍ତି । ତାଙ୍କ ବାପାଙ୍କ ନାମ ହେଉଛି ଅବଦୁଲ ଅଜିଜ ଖାନ ଓ ମା’ ଙ୍କ ନାମ ହେଉଛି ହରପ୍ରିୟା ରାୟ ।

ତାଙ୍କର ବାପା ଜଣେ ମୁସ୍ଲିମ ହୋଇଥିବା ବେଳେ ତାଙ୍କ ମା’ ଜଣେ ହିନ୍ଦୁ ଅଟନ୍ତି । ଅପରାଜିତାଙ୍କ ସ୍ଵାମୀଙ୍କ ନାମ ହେଉଛି ଉତ୍ତମ ମହାନ୍ତି । ଉତ୍ତମ ମହାନ୍ତି ଙ୍କୁ ତ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ । ସୁପର ଷ୍ଟାର ଉତ୍ତମ ମହାନ୍ତି ଙ୍କୁ ଆପଣ ବହୁତ ସାରା ଫିଲ୍ମ ରେ ଅଭିନୟ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ । ତାଙ୍କ ଅଭିନୟକୁ ମଧ୍ୟ ଦର୍ଶକମାନେ ଖୁବ ପସନ୍ଦ କରନ୍ତି । 1987 ମସିହାରେ ଅପରାଜିତା ମହାନ୍ତି ଉତ୍ତମ ମହାନ୍ତି ଙ୍କୁ ଭଲ ପାଇ ବିବାହ କରିଥିଲେ ।

ତାଙ୍କ ପୁଅ ହେଉଛନ୍ତି ବାବୁସାନ ମହାନ୍ତି । ଆପଣ ମାନେ ତ ଓଡିଆ ସୁପର ଷ୍ଟାର ବାବୁସାନ ମହାନ୍ତି ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଖୁବ କମ ସମୟ ମଧ୍ୟରେ ବାବୁସାନ ନିଜ ଆକଟିଂ ପାଇଁ ଲୋକପ୍ରିୟ ହୋଇଗଲେ । ବାବୁସାନ ଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ତୃପ୍ତି ଶତପଥି । ସେ ତୃପ୍ତି ଙ୍କୁ ଭଲ ପାଇ ବିବାହ କରିଥିଲେ । ସେ ତାଙ୍କ ପିଲା ଦିନର ସାଙ୍ଗ ଥିଲେ । ଅପରାଜିତା ମହାନ୍ତି 2018 ମସିହାରେ ବିଜେପି ରେ ଯୋଗ ଦେଇଥିଲେ । ତାଙ୍କ ଅଭିନୟର ଜୀବନୀ ଆରମ୍ଭ ହୋଇଥିଲା 1980 ମସିହାରୁ ।

ପ୍ରଥମ ଫିଲ୍ମ ତାଙ୍କର ଥିଲା ସୀତା ଲବ କୁଶ । ଏହା ପରେ ସେ 1992 ମସିହାରେ ଉର୍ଦ୍ଦଣ୍ଡି ସୀତା ଫିଲ୍ମ ରେ ଅଭିନୟ କରିଥିଲେ । ଏହା ପରେ ଜଗା ହାତରେ ପଘା ଭଳି 200 ରୁ ଅଧିକ ଓଡିଆ ଫିଲ୍ମ ରେ ସେ ଅଭିନୟ କରିଛନ୍ତି । ତାଙ୍କ ଅଭିନୟ ର ଜାଦୁ ରେ ଏବେ ବି ଦର୍ଶକ ମାନେ ବାନ୍ଧି ହୋଇ ରହିଛନ୍ତି ।

ଅଭିନୟ କରିବା ସହ ସେ ଫିଲ୍ମ ପ୍ରଯୋଜକ ମଧ୍ୟ ଅଟନ୍ତି । ଦର୍ଶକ ମାନେ ଏବେ ବି ଅପରାଜିତାଙ୍କ ଅଭିନୟ ଦେଖିବାକୁ ବହୁତ ପସନ୍ଦ କରନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଅପରାଜିତା ମହାନ୍ତି କିପରି ଲାଗନ୍ତି ବା ତାଙ୍କ ଆକଟିଂ ଆପଣଙ୍କୁ କିପରି ଲାଗେ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ । ଏହିପରି ଆଗକୁ ଓଡିଆ ସିନେ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *